ବଞ୍ଜାରି

ଉଇକିପିଡ଼ିଆ‌ରୁ
ବଞ୍ଜାରି ମନ୍ଦିର
ମଜୁରସାହିରେ ଥିବା ବଞ୍ଜାରି ଦେବୀଙ୍କ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଭବାନିପାଟଣା
Location
ସ୍ଥାନମଜୁରସାହି
Country ଭାରତ

ବଞ୍ଜାରି ଓଡ଼ିଶାରେ ପୂଜିତ ଜଣେ ହିନ୍ଦୁଦେବୀ ଅଟନ୍ତି । ଓଡ଼ିଶାର ଦକ୍ଷିଣ ଏବଂ ପଶ୍ଚିମ ଅଞ୍ଚଳରେ ବଞ୍ଜାରି ଦେବୀଙ୍କର ଅନେକ ମନ୍ଦିର ସ୍ଥାପିତ ।
ପାରଳାଖେମୁଣ୍ଡି ଜିଲ୍ଲାର ମଜୁରସାହିରେ ଥିବା ବଞ୍ଜାରିଦେବୀ ମନ୍ଦିର ସମଗ୍ର ଓଡ଼ିଶାରେ ଜଣାଶୁଣା । ଏତଦବ୍ୟତୀତ ଓଡ଼ିଶାରେ ଜୁନାଗଡ଼ ଏବଂ ଛତିଶଗଡ଼ର ରାଇପୁର[୧]ଠାରେ ମଧ୍ୟ ବଞ୍ଜାରି ମନ୍ଦିର ରହିଛି ।

ମାଘ ପୂଜା[ସମ୍ପାଦନା]

ମାଘ ପୁଜା ବଞ୍ଜାରିଦେବୀଙ୍କ ଏକ ମୁଖ୍ୟ ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପୂଜାରେ ଲୋକମାନଙ୍କଦ୍ୱାରା ବିଭିନ୍ନ ପ୍ରକାର ସାମଗ୍ରୀ ବଳିଭାବେ ଦେବୀଙ୍କୁ ଅର୍ପଣ କରାଯାଏ ।

ଚୈତ୍ର ପୂଜା[ସମ୍ପାଦନା]

ଏହା ବଞ୍ଜାରିଦେବୀଙ୍କ ନିମନ୍ତେ ଚୈତ୍ର ମାସରେ ପାଳିତ ଏକ ପର୍ବ । ଚୈତ୍ର ପୂଜାରେ ଚୈତ୍ର ମାସରେ ପକ୍ୱହେଉଥିବା ଫୁଲ ଏବଂ ଫଳ ଅର୍ପଣ କରାଯାଏ ଏବଂ ସମସ୍ତଙ୍କୁ ସେହି ଭୋଗକୁ ବିତରଣ କରାଯାଏ ।

ଆଧାର[ସମ୍ପାଦନା]

  1. https://naidunia.jagran.com/spiritual/vrat-tyohar-500-years-old-banjari-temple-in-raipur-where-burn-amar-jawan-jyoti-1618881