ବଣ୍ଡା ଭାଷା

ଉଇକିପିଡ଼ିଆ‌ରୁ
ବଣ୍ଡା
ରେମୋ
ସ୍ଥାନଭାରତ
Native ଭାଷାଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
ଅଷ୍ଟ୍ରୋଏସିଆଟିକ
ଓଡ଼ିଆ
ଭାଷା କୋଡ଼
ISO 639-3bfw

ବଣ୍ଡା ଭାଷା (ରେମୋ ଓ ରେମୋସାମ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଆଦିବାସୀ ଜନଜାତିର ଭାଷା । ଏହା ପ୍ରଧାନତଃ ଜିଲ୍ଲାରେ କଥିତ । ୧୯୫୧ ଭାରତୀୟ ଜନଗଣନା ଅନୁସାରେ ଏହି ଭାଷାର ୨୫୬୮ ଜଣ ଭାଷାଭାଷୀ ଥିଲେ । [୨] ଏସାଆଇଏଲ ଅନୁସାରେ ଏହା ପରେ ୨୦୦୨ ବେଳକୁ ୯୦୦୦କୁ ବୃଦ୍ଧି ପାଇଛି ।[୩]

ବିଭାଗୀକରଣ[ସମ୍ପାଦନା]

ବଣ୍ଡା ଭାଷା ଅଷ୍ଟ୍ରୋଏସିଆଟିକ ଭାଷା ପରିବାରର ମୁଣ୍ଡା ଭାଷାଗୋଷ୍ଠୀର ଦକ୍ଷିଣ ଉପବିଭାଗ ଅନ୍ତର୍ଗତ ଏକ ଆଦିବାସୀ ଜନଜାତି ଭାଷା । ବଣ୍ଡା ଭାଷା ପାଇଁ କୌଣସି ବିଧିବଦ୍ଧ ଲିପି ନଥିବା ବେଳେ ଓଡ଼ିଶାରେ ରହୁଥିବା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ବ୍ୟବହାର କରିଥାନ୍ତି । ଆଉ ଏକ ଦକ୍ଷିଣ ମୁଣ୍ଡା ଭାଷା ଗଦବା ସହ ସମାନତା ଥିବାରୁ ବଣ୍ଡା ଗୁତବ-ରେମୋ ଶାଖାର ।[୪]

ଶବ୍ଦାବଳୀ[ସମ୍ପାଦନା]

ସମ୍ବନ୍ଧସୂଚକ ଶବ୍ଦାବଳୀ[ସମ୍ପାଦନା]

ସମ୍ବନ୍ଧସୂଚକ ଶବ୍ଦସବୁରେ ପଶ୍ଚାତ୍ତାଲବ୍ୟ ନାସିକାଧ୍ୱନି (ŋ) ପ୍ରାୟତଃ ବ୍ୟବହାର ହୋଇଥାଏ । ବିଭିନ୍ନ ସମ୍ବନ୍ଧସୂଚକ ଶବ୍ଦ ବିଭିନ୍ନ ସ୍ଥାନରେ ବ୍ୟବହାର ହୋଇଥାଏ ।[୫]

ବଣ୍ଡା ଓଡ଼ିଆ ଅର୍ଥ ଇଂରାଜୀ ଅର୍ଥ[୫]
ba? ବାପା Father
iyɔŋ ମା Mother
remɔ ପୁରୁଷ Man
mpɔr ବର Husband
kunui ପତ୍ନୀ Wife
bɔrai ମାଉସୀ Aunt
busã ମଉସା Uncle
tata ଜେଜେବାପା/ଅଜା Grandfather
ya/iya ଜେଜେମା/ଆଈ Father's mother/Mother's mother
maŋ ବଡ଼ ଭାଇ Eldest brother
miŋ ବଡ଼ ଭଉଣୀ Elder sister
ile?ǐ ନାତି Grandchild
masɔ ପୁତୁରା Nephew

ବାହାର ତଥ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ବଣ୍ଡା at Ethnologue (18th ed., 2015)
  2. N. Gopalakrishnan, Linguistic Survey of India, p. 271
  3. "Bondo". Ethnologue. Retrieved 2017-05-04.
  4. Anderson, Gregory (2008). The Munda Languages. New York: Routledge. pp. 557–631. ISBN 9780415328906.
  5. ୫.୦ ୫.୧ Bhattacharya, Sudhibhushan (1970). "Kinship Terms in the Munda Language". Anthropos. 65: 444–465.