କରୁଣାକର କର

ଉଇକିପିଡ଼ିଆ‌ରୁ

କରୁଣାକର କର (୧୮୯୫ - ୧୯୬୭) ଜଣେ ଓଡ଼ିଆ ଭାଷା ଗବେଷକ ଥିଲେ । ଓଡ଼ିଆ ଭାଷାର ପ୍ରାଚୀନତାକୁ ଗବେଷଣା କରି କରୁଣାକର କର ସିଦ୍ଧ କରିଥିଲେ ।

ଗବେଷଣା[ସମ୍ପାଦନା]

ଚର୍ଯ୍ୟା ଗୀତିଗୁଡ଼ିକ ପ୍ରଥମେ ହର ପ୍ରସାଦ ଶାସ୍ତ୍ରୀ ୧୯୦୦ ଖ୍ରୀ ଅରେ ନେପାଳରୁ ସଂଗ୍ରହ କରିଥିଲେ ଯାହାର ମୂଳ ଉତ୍ସ ହେଉଛି ତିବ୍ୱତ । ସେ ସେଗୁଡ଼ିକୁ ପ୍ରାଚୀନ ବଙ୍ଗଳା ବୋଲି ପ୍ରତିପାଦନ କରିବାକୁ ଚେଷ୍ଟା କରିଥିଲେ । ସେ ଏ ସମ୍ପର୍କରେ ଏକ ବହି ମଧ୍ୟ ଲେଖିଥିଲେ ଯାହାର ନାମ ଚର୍ଯ୍ୟା ଚୟ ବିନିଶ୍ଚୟ । ପରବର୍ତ୍ତୀ ସମୟରେ କରୁଣାକର କର ଏ ସମ୍ପର୍କରେ ଅଧିକ ଗବେଷଣା କରି ଏଗୁଡ଼ିକ ପ୍ରାଚୀନ ଓଡ଼ିଆ ବୋଲି ପ୍ରମାଣିତ କଲେ । ଏହା ତାଙ୍କର Ph.D ସନ୍ଦର୍ଭ । ତାଙ୍କ ଏହି ସଫଳ ସାଧନା ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କଲା । ୧୯୪୪ ଖ୍ରୀଅରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଏହା ପ୍ରଥମ ପିଏଚଡି ସନ୍ଦର୍ଭ ( Ph.D theses) ଥିଲା । ତାଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବହୁ ଘଣ୍ଟା ଚକଟା ହୋଇ ତାହା ୧୯୬୯ ଖ୍ରୀଅରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପୁସ୍ତକ ଆକାରରେ ପ୍ରକାଶିତ ହେଲା । [୧]

ଅବଦାନ[ସମ୍ପାଦନା]

ପୁସ୍ତକ[ସମ୍ପାଦନା]

  • ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ

ଆଧାର[ସମ୍ପାଦନା]

  1. ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ, ଗ୍ରନ୍ଥ ପ୍ରକାଶନୀ, କଟକ, ପ୍ରକାଶକ: ଓଡ଼ିଆ ସାହିତ୍ୟ ଏକାଡେମୀ, ଦ୍ୱିତୀୟ ସଂସ୍କରଣ ୧୯୮୯