ଲୁଚି

ଉଇକିପିଡ଼ିଆ‌ରୁ
ଲୁଚି
ପ୍ରକାରଚପାତି ରୁଟି
ମୂଳ ସ୍ଥାନପୂର୍ବ ଭାରତ ଏବଂ ବଙ୍ଗଳାଦେଶ
ଅଞ୍ଚଳ ବା ରାଜ୍ୟବଙ୍ଗଳା, ଓଡ଼ିଶା, ଆସାମ
ମୁଖ୍ୟ ଉପାଦାନମଇଦା
ପ୍ରକାର ଭେଦପୁରି

ଲୁଚି (ବଙ୍ଗଳା: লুচি, ଅସମୀୟା: লুচি lusi, ଓଡ଼ିଆ: ଲୁଚି) ଅଧିକ ଛଣା ଯାଇଥିବା ଏକ ବଙ୍ଗାଳୀ , ଆସାମ, ମୈଥେଳୀ ଏବଂ ଓଡ଼ିଆ ଜାତୀୟ ଖାଦ୍ୟ ଅଟେ । ଏହା ସାଧାରଣତଃ ଜଳଖିଆ ରୂପେ ଖିଆଯାଇଥାଏ ।

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ଲୁଚି ମଇଦାରୁ ତିଆରି ହୋଇଥାଏ । ମଇଦାରେ ଅଳ୍ପ ଲୁଣ ମିଶାଇ, ପାଣି ମିଶାଇ ଚକଟିବା ପରେ ତାହାକୁ ଗୋଲଗୋଲ କରି ବେଲାଯାଇଥାଏ , ସାଧାରଣତଃ ଏହାକୁ ଗୋଲ କରି ପୁରି କିମ୍ବା ଚପାତି ସଦୃଶ ତିଆରି କରାଯାଏ । ଏହି ବେଲାଯାଇଥିବା ଗୋଲାକାର ଲୁଚିକୁ ଘିଅ ବା ଗରମ ତେଲରେ ଭଲ ରୂପେ ଛଣାଯାଇଥାଏ । ଏହା ଭିତରେ ଥିବା ଜଳ ବାଷ୍ପିକରଣ ହେବା ହେତୁ ଏଥିରୁ ଯେଉଁ ବାମ୍ଫ ବାହାରେ ତାହା ଲୁଚିକୁ ଫୁଲାଇବାରେ ସାହାଯ୍ୟ କରିଥାଏ । ଏହା ସୁନେଲି-ବାଦାମି ରଙ୍ଗ ଧାରଣ କଲେ ଏହାକୁ ତେଲରୁ ବାହାର କରାଯାଇ ଗରମ ବା ଘର ତାପମାତ୍ରାରେ ପରାସଯାଇଥାଏ ।[୧]

ଆଧାର[ସମ୍ପାଦନା]

  1. http://notoutofthebox.in/2015/09/luchi-how-to-make-perfect-luchi/