ଡିଏଭି କଲେଜ, କୋରାପୁଟ

ଉଇକିପିଡ଼ିଆ‌ରୁ
ଡି.ଏ.ଭି. ମହାବିଦ୍ୟାଳୟ
"ଡି.ଏ.ଭି. ମହାବିଦ୍ୟାଳୟ, କୋରାପୁଟ"
ସ୍ଥାପିତ1968
ପ୍ରକାରସହଶିକ୍ଷା
Academic affiliationବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ଅବସ୍ଥାନକୋରାପୁଟ, ଓଡ଼ିଶା, ଭାରତ
ୱେବସାଇଟhttp://http://www.govtcollegekoraput.ac.in/

 

ଡିଏଭି କଲେଜ, କୋରାପୁଟ, ଭାରତୀୟ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ସରକାରୀ ମହାବିଦ୍ୟାଳୟ ।[୧] ଏହା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ । ଏହାର ଅବସ୍ଥିତି କୋରାପୁଟ ବସଷ୍ଟାଣ୍ଡଠାରୁ ୬ କିଲୋମିଟର ଦୁରବର୍ତୀ ଲାଣ୍ଡୀଗୁଡାଠାରେ ଏକ ସବୁଜିମା ଭରା ସ୍ଥାନରେ ଅବସ୍ଥିତ ।[୨] ଏଠାରେ କଳା, ବିଜ୍ଞାନ ଓ ବାଣିଜ୍ୟର ଅନେକ ବିଭାଗରେ ସମ୍ମାନ ସହ ସ୍ନାତକ ଶ୍ରେଣୀ ରହିଥିବା ବେଳେ ଓଡ଼ିଆ ଭାଷା ଓ ଶିକ୍ଷା ବିଭାଗରେ ସ୍ନାତକୋତ୍ତର ଶ୍ରେଣୀ ମଧ୍ୟ ରହିଛି । ଏହାର ବିଜ୍ଞାନ ବିଭାଗର ବ୍ଲକ କୋଲବ ନଦୀ ତୀରରେ ଥିବା ଏକ ସ୍ୱତନ୍ତ୍ର ପରିସରରେ ରହିଛି । 

୧୯୬୮ ମସିହାରେ ଦୟାନନ୍ଦ ଆଙ୍ଗ୍ଲୋ-ବେଦିକ କଲେଜ ପରିଚାଳନା କମିଟି(DAV)ଦ୍ୱାରା ଏହା କୋରାପୁଟର ଶିକ୍ଷା ଉନ୍ନୟନ ସମିତିର ସହାୟତାରେ ପ୍ରତିଷ୍ଠା ହେଇଥିଲା ।[୩] ଏହାକୁ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ୧୯୮୨ ମସିହାରେ ହାତକୁ ନେଇ[୪] ଏଥିରେ ପୂର୍ଣାଙ୍ଗ ଡିଗ୍ରୀ କୋର୍ସ ସହ ସ୍ନାତକୋତ୍ତର ଶ୍ରେଣୀ ମଧ୍ୟ ଆରମ୍ଭ କରିଥିଲେ । ଏଥିସହିତ ଏହି ଅନୁଷ୍ଠାନର ନାମ ପରିବର୍ତ୍ତନ କରି ସରକାରୀ ମହାବିଦ୍ୟାଳୟ କୋରାପୁଟ ରଖା ଯାଇଥିଲା ।

 ଆଧାର [ସମ୍ପାଦନା]

  1. "Government College Koraput". koraput.nic.in. koraput.nic.in. Retrieved 22 July 2019.
  2. "GOVERNMENT COLLEGE, KORAPUT". www.outlookindia.com. outlook. Retrieved 22 July 2019.
  3. Inter-University Board of India and Ceylon; Inter-University Board of India (1969). Universities handbook: India. Inter University Board of India.
  4. "List of Government Degree Colleges" (PDF). dheodisha.gov.in. Higher Education Dept, Govt of Odisha. Archived from the original (PDF) on 19 August 2019. Retrieved 22 July 2019.