ଭାସ୍କର ଜେନା

ଉଇକିପିଡ଼ିଆ‌ରୁ
ଭାସ୍କର ଜେନା
ଜନ୍ମ ଓ ଜନ୍ମସ୍ଥାନ (1952-07-23) ୨୩ ଜୁଲାଇ ୧୯୫୨ (ବୟସ ୭୧)
ମହୁରା, ଧାମନଗର, ଭଦ୍ରକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାସ୍ନାତକ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ଭଦ୍ରକ କଲେଜ
ଜୀବନସାଥୀଉମାମଣୀ

ଭାସ୍କର ଜେନା, (ଜନ୍ମ: ୨୩ ଜୁଲାଇ ୧୯୫୨)ଜଣେ ଓଡ଼ିଆ ସାହିତ୍ୟିକ । ସେ ଗଳ୍ପ, ଉପନ୍ୟାସ, ଅନୁବାଦ ଓ ଶିଶୁସାହିତ୍ୟ ଆଦି ରଚନା କରିଛନ୍ତି । ସେ ଓଡ଼ିଶା ସରକାରଙ୍କ ଅଧିନରେ ଚାକିରୀ କରି, ସେବାନିବୃତ ହୋଇ ସାରିଛନ୍ତି । ସେ ଅଦ୍ୟାବଧି ୫୦ରୁ ଅଧିକ ଉପନ୍ୟାସ, ଦଶଟି ଗଳ୍ପ ସଂକଳନ ଓ ଅନେକ ଶିଶୁସାହିତ୍ୟ ରଚନା କରିସାରିଛନ୍ତି ।

ରଚନାବଳୀ[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ଅନୁତପ୍ତ ଅନ୍ଧକାର
  • ସ୍ୱର୍ଣ୍ଣକଙ୍କଣ ଉପାଖ୍ୟାନ
  • ଉପତ୍ୟକାର ଶୋଷ
  • ଅନ୍ଧ ତାମସୀ
  • ତୃଷ୍ଣାର ତରଙ୍ଗ
  • ଜୀବନ ନଦୀର ଦୁଇ କୁଳେ
  • ହାତ ମୁଠାରେ ପୃଥିବୀ
  • ସତ୍ୟ ଅସତ୍ୟ ସତ୍ୟ
  • କାଗଜ ଫୁଲ
  • ଏଇ ନଇ ଏଇ ଧାରା
  • ଅବୁଝା ପୃଥିବୀ
  • ତପ୍ତ ବୈତରଣୀ
  • ଆଜି ଆକାଶରେ ମେଘ ନାହିଁ
  • ଅଭିଶପ୍ତ ବାପାମାନେ
  • ମାନଚିତ୍ର[୧]

ଗଳ୍ପ[ସମ୍ପାଦନା]

  • ଚିହ୍ନା ପୃଥିବୀ ଅଚିହ୍ନା ମଣିଷ
  • ସାନୁ ଅପାର ଜୀବନ ବୃତ୍ତାନ୍ତ
  • ଅବ୍ୟକ୍ତ ଅନ୍ଧକାର
  • ସୈକତିନୀ
  • ପାଦଚିହ୍ନ[୨]

ଶିଶୁ ସାହିତ୍ୟ[ସମ୍ପାଦନା]

  • କୁନମୁନ ପାଇଁ ନୀତିମାଳା
  • ଆମ ସ୍ୱାଧୀନତା ସଂଗ୍ରାମର ଇତିହାସ[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ରାଜଧାନୀ ପୁସ୍ତକମେଳା ପୁରସ୍କାର - ୨୦୦୮(ସତ୍ୟ ଅସତ୍ୟ ସତ୍ୟ ପୁସ୍ତକ ପାଇଁ)[୪]

ଆଧାର[ସମ୍ପାଦନା]

  1. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଏପ୍ରିଲ ୪ - ୧୭ ପୃଷ୍ଠା ୨.
  2. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଜୁନ ୧୦ -୨୩ ୨୦୧୭ ପୃଷ୍ଠା ୪. Retrieved 16 June 2017.
  3. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 503–. ISBN 978-81-260-0873-5.
  4. "ଆର୍କାଇଭ୍ କପି". Archived from the original on 2022-07-07. Retrieved 2017-06-16. {{cite web}}: Cite has empty unknown parameter: |1= (help)