ଲେଡିପାସଭିର/ସୋଫୋସବୁଭିର

ଉଇକିପିଡ଼ିଆ‌ରୁ
ଲେଡିପାସଭିର/ସୋଫୋସବୁଭିର
Combination of
LedipasvirNS5A inhibitor
SofosbuvirNS5B (RNA polymerase) inhibitor
Clinical data
Trade namesHarvoni, Hepcinat-LP, others
AHFS/Drugs.commonograph
Pregnancy
category
  • US: B (No risk in non-human studies)
Routes of
administration
by mouth
ATC code
Legal status
Legal status

ଲେଡିପାସଭିର/ସୋଫୋସବୁଭିର (ଇଂରାଜୀ ଭାଷାରେ Ledipasvir/sofosbuvir, ଏକ ବିକ୍ରୟ ନାମ ହାର୍ଭୋନି/Harvoni) ଏକ ଔଷଧ ଯାହା ହେପାଟାଇଟିସ ସି ରୋଗର ଚିକିତ୍ସାରେ ଦିଆଯାଏ । ଏଥିରେ ଲେଡିପାସଭିର (ledipasvir) ଓ ସୋଫୋସବୁଭିର (sofosbuvir) ନାମକ ଦୁଇଟି ଔଷଧର ମିଶ୍ରଣ ଥାଏ । [୧] ହେପାଟାଇଟିସ ସି ଭୁତାଣୁ (hepatitis C virus) (ଏଚସିଭି) ଜେନୋଟାଇପ ୧ଦ୍ୱାରା ସଂକ୍ରମିତ ରୋଗୀମାନଙ୍କ ମଧ୍ୟରୁ ଏହି ଔଷଧଦ୍ୱାରା ୯୪%ରୁ ୯୯% ଲୋକ ଆରୋଗ୍ୟ ଲାଭ କରନ୍ତି । ସେହିଭଳି ଏଚସିଭି ଜେନୋଟାଇପ ୩ ଓ ୪ ସଂକ୍ରମିତ ଲୋକଙ୍କର ଏହି ଔଷଧ ବ୍ୟବ‌ହାର ସପକ୍ଷରେ ସମର୍ଥନ ମିଳୁଛି ।[୨] ଏହି ଔଷଧ ପ୍ରାୟ ୮-୨୪ ସପ୍ତାହ ପର୍ଯ୍ୟନ୍ତ ପାଟିରେ ଦିଆଯାଏ । [୧]

ସାଧାରଣତଃ ଦେହ ଏହି ଔଷଧକୁ ସ‌ହ୍ୟ କରିପାରେ ।[୩] ଲେଡିପାସଭିର/ସୋଫୋସବୁଭିରର ପାର୍ଶ୍ୱ ପ୍ରତିକ୍ରିୟାରେ ମାସପେଶୀ ଯନ୍ତ୍ରଣା, ମୁଣ୍ଡବଥା, ଅଇ, ରାସ ଓ କାଶ ଇତ୍ୟାଦି ଲକ୍ଷଣମାନ ଦେଖାଯାଇପାରେ ।[୧] ଗର୍ଭାବସ୍ଥାରେ ଏହାର ପ୍ରଭାବ ସ୍ପଷ୍ଟ ଜଣାଯାଇନାହିଁ । [୧] ଏନଏସ୫ଏର (NS5A) କାର୍ଯ୍ୟକୁ ଲେଡିପାସଭିର ଓ ଏନଏସ୫ବି ପଲିମରେଜ (NS5B polymerase) କାର୍ଯ୍ୟକୁ ସୋଫୋସବୁଭିର କମେଇଦିଏ ।[୧]

ସନ ୨୦୧୪ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଲେଡିପାସଭିର/ସୋଫୋସବୁଭିର ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୩ ମାସ ଡୋଜର ହୋଲସେଲ ମୂଲ୍ୟ ୯୧,୫୮୯.୪୦ ଆମେରିକୀୟ ଡଲାର ।[୫] ବଙ୍ଗଳାଦେଶରେ ଏହାର ମୂଲ୍ୟ ୧,୦୯୨.୦୦ ଆମେରିକୀୟ ଡଲାର ।[୬] ଅନେକ ଲୋକ ଅଳ୍ପ ମୂଲ୍ୟରେ ଏହି ଔଷଧ କିଣିବାକୁ ଭାରତକୁ ଆସିଥାଆନ୍ତି ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Ledipasvir and Sofosbuvir". The American Society of Health-System Pharmacists. Retrieved 8 December 2016.
  2. Keating GM (2015). "Ledipasvir/Sofosbuvir: a review of its use in chronic hepatitis C". Drugs. 75 (6): 675–85. doi:10.1007/s40265-015-0381-2. PMID 25837989.
  3. The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). WHO. 2015. p. 70. ISBN 9789240694941. Retrieved 8 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "NADAC as of 2016-12-21 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-24. Retrieved 25 December 2016.
  6. Azam, Monirul. "1". Intellectual Property and Public Health in the Developing World (in ଇଂରାଜୀ). Open Book Publishers. ISBN 9781783742318.
  7. "Hep C drug tourism has begun as patients seek Harvoni, Sovaldi overseas". FiercePharma. 2015-06-02. Retrieved 2015-10-25.