କିରଣ ରାଓ
Kiran Khan | |
---|---|
ଜନ୍ମ | [୧][୨] Bangalore, Karnataka, India | ୭ ନଭେମ୍ବର ୧୯୭୩
ଶିକ୍ଷାନୁଷ୍ଠାନ | Sophia College Mumbai Jamia Millia Islamia, New Delhi |
ବୃତ୍ତି(ସମୂହ) | Director, producer, screenwriter |
ସକ୍ରିୟ ବର୍ଷ | 2005–present |
ବୈବାହିକ-ସାଥୀ | |
ସନ୍ତାନ | Azad Rao Khan |
ସମ୍ପର୍କୀୟ | Aditi Rao Hydari (cousin) |
କିରଣ ରାଓ ଜଣେ ଭାରତୀୟ ଫିଲ୍ମ ନିର୍ମାତ୍ରୀ , ଚିତ୍ରକଥା ଲେଖିକା ଓ ନିର୍ଦ୍ଦେଶିକା ।
ପ୍ରାର୍ଥମିକ ଜୀବନୀ
[ସମ୍ପାଦନା]ବର୍ତ୍ତମାନର ତେଲେଙ୍ଗାନା ରାଜ୍ୟରେ ବାନାପାର୍ଥୀ ଜିଲ୍ଲାରେ ସେ ନଭେମ୍ବର ୭ , ୧୦୭୩ରେ ଜନ୍ମ ଗ୍ରହଣ କରିଥିଲେ । .[୧][୨][୩] ତେବେ ସେ ତାଙ୍କର ବାଲ୍ୟକାଳ କଲିକତାରେ ବିତେଇଥିଲେ ଓ ସେଠାରେ ଲରେଟୋ ହାଉସରେ ଶିକ୍ଷା ପାଇଥିଲେ । ୧୯୯୨ ମସିହାରେ ତାଙ୍କ ପରିବାର ମୁମ୍ବାଇକୁ ଆସି ରହିଲେ । ସେଠାରେ ସେ ସୋଫିଆ କଲେଜରେ ଅର୍ଥନୀତି ସହିତ ଡିଗ୍ରୀ ଶିକ୍ଷା ନେଇଥିଲେ । .[୨] ଏହା ପରେ ସେ ସାମାଜିକ କମ୍ୟୁନିକେଶନ ଟ୍ରେନିଂ ମଧ୍ୟ ନେଇଥିଲେ । ତାହା ପରେ ସେ ନୂଆ ଦିଲ୍ଲୀକୁ ଆସି ସେଠାରେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ମାସ କମ୍ୟୁନିକେଶନରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । .[୪] Actress Aditi Rao Hydari is Rao's first cousin.
ଫିଲ୍ମ ଜୀବନୀ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କିରଣ ରାଓ
କିରଣ ଙ୍କ ପ୍ରଥମ ଫିଲ୍ମ ଥିଲା ଆଶୁତୋଷ ଗୋୱାରିକରଙ୍କ " ଲଗାନ " । ସେଥିରେ ସେ ସହ - ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଓ ଫିଲ୍ମଟି ଖୁବ ସଫଳ ହେଇଥିଲା । ଲଗାନ ୭୪ ତମ ଏକାଡେମି ପୁରସ୍କାର ପାଇଁ ନିଦେଶ୍ୟ ଭାଷା ଫିଲ୍ମ ଭାବରେ ମନୋନୟନ ସ୍ତର ଯାଏ ପହଞ୍ଚିଥିଲା । କିରଣ ଏହା ପରେ ଆଶୁତୋଷଙ୍କ ସହ " ସ୍ୱଦେଶ " , " WE, The People " ପରି ଫିଲ୍ମରେ କାମ କରିଥିଲେ ଓ " ଦିଲ ଚାହତା ହେ " ଫିଲ୍ମରେ ଏକ ଚରିତ୍ର ଭୂମିକାରେ ଅଭିନୟ ମଧ୍ୟ କରିଥିଲେ । ମୀରା ନାୟାରଙ୍କ ଏକାଡେମି ପୁରସ୍କାର ପାଇଁ ମନୋନୀତ ଫିଲ୍ମ " Monsoon Wadding " ସେ କିରଣ ସହାୟକ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ କରିଥିଲେ । [୫]
୨୦୧୧ ମସିହାରେ ସେ ନିଜସ୍ୱ ଲେଖାରେ " ଧୋବୀ ଘାଟ " ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ । .[୬] ସେ ବର୍ତ୍ତମାନ କଲିକତା ସହର ଉପରେ ପର୍ଯ୍ୟବସିତ ଏକ କାହାଣୀରେ ଫିଲ୍ମ ନିର୍ମାଣ କରୁଛନ୍ତି । .
୨୦୧୫ ମସିହା ମୁମ୍ବାଇ ଫିଲ୍ମ ଫେସ୍ତିଭାଲରେ ସେ ଚେୟାରମ୍ୟାନ ଥିଲେ । .[୭]
ବ୍ୟକ୍ତିଗତ ଜୀବନୀ
[ସମ୍ପାଦନା]୨୦୦୫ ମସିହାରେ ସେ ଅଭିନେତା ଆମିର ଖାନଙ୍କୁ ବିବାହ କରିଥିଲେ । ଆମିର ତାଙ୍କ ପ୍ରଥମ ପତ୍ନୀ ଋନା ଦତ୍ତଙ୍କଠାରୁ ଛାଡପତ୍ର ଦେଇ ରହୁଥିଲେ । ବର୍ତ୍ତମାନ କିରଣ ଆମିରଙ୍କ ସହ ମୁମ୍ବାଇର ବାନ୍ଦ୍ରା ଆଞ୍ଚଳରେ ରହନ୍ତି । .[୮] ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । .[୯] [୧୦]
ଫିଲ୍ମୋଗ୍ରାଫି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Aamir surprises Kiran on birthday". Filmibeat.com. 10 November 2008. Archived from the original on 2019-01-07. Retrieved 2016-08-18.
- ↑ ୨.୦ ୨.୧ ୨.୨ Gupta, Pratim D. (3 December 2010). "She's the one!". The Daily Telegraph. Calcutta, India. Retrieved 2 May 2011.
- ↑ 2010 Films - Dhobi Ghat Archived 24 August 2011 at the Wayback Machine.
- ↑ "Dear Mr. Subhash Ghai, my name is Kiran Rao". Tehelka Magazine. 22 January 2011. Archived from the original on 22 September 2012. Retrieved 25 March 2017.
- ↑ "Kiran Rao". Archived from the original on 2014-03-09. Retrieved 2017-03-25.
- ↑ "Aamir is a dream producer: Kiran Rao". The Times of India. Retrieved 21 January 2011.
- ↑ "Hope to make space for indie film distribution at MAMI: Kiran Rao". The Indian Express. 2015-06-30. Retrieved 2016-12-19.
{{cite news}}
: More than one of|accessdate=
and|access-date=
specified (help); More than one of|work=
and|newspaper=
specified (help) - ↑ "Grand reception for Aamir Khan-Kiran Rao wedding". Archived from the original on 2007-02-22. Retrieved 2017-03-25.
- ↑ "Baby boy for Aamir Khan, Kiran Rao". Archived from the original on 2011-12-06. Retrieved 2017-03-25.
- ↑ "Aamir made me open to different points of view: Kiran Rao - The Times of India". The Times Of India. Archived from the original on 2013-08-16. Retrieved 2017-03-25.
ବାହାର ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କିରଣ ରାଓ