ଏମ. ଏସ. ସୁବୁଲକ୍ଷ୍ମୀ

ଉଇକିପିଡ଼ିଆ‌ରୁ

ଏମ. ଏସ. ସୁବୁଲକ୍ଷ୍ମୀ
M. S. Subbulakshmi wearing saree of a colour which has become synonymous to her name - MS Blue.
Background information
Also known asM.S.
ଜନ୍ମ(1916-09-16)୧୬ ସେପ୍ଟେମ୍ବର ୧୯୧୬
Madurai, Madras Presidency, India
ଜନ୍ମସ୍ଥାନIndia
ମୃତ୍ୟୁ୧୧ ଡିସେମ୍ବର ୨୦୦୪(2004-12-11) (ବୟସ ୮୮)
Chennai, Tamil Nadu, India
ଶୈଳୀIndian classical music
ପେଷାClassical vocalist
କାର୍ଯ୍ୟକାଳ1930–2004
ଲେବଲHMV
ଏମ. ଏସ. ସୁବୁଲକ୍ଷ୍ମୀ

ମଦୁରୈ ଷଣମୁଖବଡ଼ିବୁ ସୁବୁଲକ୍ଷ୍ମୀ (୧୬ ସେପ୍ଟେମ୍ବର , ୧୯୧୬ - ୨୦୦୪) କର୍ଣ୍ଣାଟକ ସଙ୍ଗୀତର ବହୁ ପ୍ରଚଳିତ ସଂଗୀତକାର ଥିଲେ । ମୁଖ୍ୟତଃ ସେ ଶାସ୍ତ୍ରୀୟ ସଂଗୀତରେ ଏମ.ଏସ. ଅକ୍ଷରରେ ଜଣା ଯା'ନ୍ତି ।

ଜୀବନ[ସମ୍ପାଦନା]

ସୁବୁଲକ୍ଷ୍ମୀଙ୍କ ଜନ୍ମ (୧୬ ଡିସେମ୍ବର ୧୯୧୬)ରେ ତାମିଲନାଡୁର ମଦୁରୈ ସହରରେ ହୋଇଥିଲା । ସେ ବାଲ୍ୟକାଳରୁ ସଂଗୀତ ଶିକ୍ଷଣ ଆରମ୍ଭ କରିଥିଲେ ଏବଂ ୧୦ ବର୍ଷ ବୟସରେ ହିଁ ନିଜର ପ୍ରଥମ କ୍ୟାସେଟ ରେକର୍ଡ କରିଥିଲେ । ଏହାପରେ "ଶୋମ୍ମଙ୍ଗୁଡୀ ଶ୍ରୀନିବାସ ଅୟ୍ୟର"ଙ୍କଠାରୁ କର୍ଣ୍ଣାଟକ ସଙ୍ଗୀତ ରେ, ତଥା "ପଣ୍ଡିତ ନାରାୟଣ ବ୍ୟାସ"ଙ୍କଠାରୁ ହିନ୍ଦୁସ୍ତାନୀ ସଙ୍ଗୀତରେ ଉଚ୍ଚଶିକ୍ଷା ପ୍ରାପ୍ତ କରିଥିଲେ । ନିଜର ୧୭ ବର୍ଷ ଆୟୁରେ ଚେନ୍ନାଇର ବିଖ୍ୟାତ ମ୍ୟୁଜିକ ଏକାଡେମୀରେ ସଙ୍ଗୀତ କାର୍ଯ୍ୟକ୍ରମ କରିଥିଲେ । ଏହାପରେ ମାଲାୟାଲାମରୁ ନେଇ ପଞ୍ଜାବ ପର୍ଯ୍ୟନ୍ତ ଭାରତର ଅନେକ ଭାଷାରେ ଗୀତ ରେକର୍ଡ କଲେ ।

ଅଭିନୟ[ସମ୍ପାଦନା]

ସୁବୁଲକ୍ଷ୍ମୀ ବହୁ ଫିଲ୍ମରେ ଅଭିନୟ କରିଛନ୍ତି । ୧୯୪୫ ମସିହାର ମୀରା ଫିଲ୍ମରେ ତାଙ୍କର ମୁଖ୍ୟ ଭୂମିକା ସବୁଠାରୁ ସ୍ମରଣୀୟ ହୋଇଛି । ଏହି ଫିଲ୍ମ ତାମିଲ ତଥା ହିନ୍ଦୀ ଭାଷାରେ ତିଆରି ହୋଇଥିଲା ଏବଂ ସେଥିରେ ବହୁ ପ୍ରସିଦ୍ଧ ମୀରା ଭଜନ ମଧ୍ୟ ଗାଇଥିଲେ ।

ପ୍ରସଂଶା[ସମ୍ପାଦନା]

ବହୁ ପ୍ରଚଳିତ ସଂଗୀତକାରମାନେ ସୁବୁଲକ୍ଷ୍ମୀଙ୍କ ସଙ୍ଗୀତର ତାରିଫ କରିଥିଲେ । ଲତା ମଙ୍ଗେଶକର ତାଙ୍କୁ "ତପସ୍ୱିନୀ" କହିଥିଲେ । ଉସ୍ତାଦ ବଡେ ଗୁଲାମ ଅଲ୍ଲୀ ଖାଁ ତାଙ୍କୁ "ସୁ ସ୍ୱରଲକ୍ଷ୍ମୀ" ଡାକିଥିଲେ, ତଥା କିଶୋରୀ ଆମନୋକର ତାଙ୍କୁ "ଅଷ୍ଟମ ସ୍ୱର" କହିଥିଲେ ଯାହା ସଙ୍ଗୀତର ସାତ ସ୍ୱରରୁ ଉଞ୍ଚା ଅଟେ । ଭାରତର ବହୁ ମାନନୀୟ ନେତା ଯେପରି ମହାତ୍ମା ଗାନ୍ଧୀ ଏବଂ ପଣ୍ଡିତ ନେହେରୁ ମଧ୍ୟ ତାଙ୍କ ସଙ୍ଗୀତର ପ୍ରଶଂସକ ଥିଲେ । ଏମ. ଏସ. ସୁବୁଲକ୍ଷ୍ମୀଙ୍କୁ କଳା କ୍ଷେତ୍ରରେ ପଦ୍ମଭୂଷଣରେ ୧୯୫୪ [୧] ମସିହାରେ ସମ୍ମାନିତ କରାଗଲା ।

ସଂଯୁକ୍ତ ରାଷ୍ଟ୍ର ସଂଘ[ସମ୍ପାଦନା]

ସେ ପ୍ରଥମ ଭାରତୀୟ ଯିଏ କି ସଂଯୁକ୍ତ ରାଷ୍ଟ୍ର ସଂଘ (en:United Nations) ସଭାରେ ସଂଗୀତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ , ତଥା ସେ ପ୍ରଥମ ମହିଳା ଯାହାଙ୍କୁ କର୍ଣ୍ଣାଟକ ସଙ୍ଗୀତରେ ସର୍ବୋତ୍ତମ ପୁରସ୍କାର "ସଙ୍ଗୀତ କଳାନିଧି" ପ୍ରାପ୍ତ ହୋଇଥିଲା । ୧୯୯୮ ମସିହାରେ ତାଙ୍କୁ ଭାରତର ସର୍ବୋତ୍ତମ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଗଲା । ସଂଯୁକ୍ତ ରାଷ୍ଟ୍ର ସଂଘ ସୁବୁଲକ୍ଷ୍ମୀଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ଏକ ଡାକଟିକେଟ ଜାରି କଲେ ।[୨]

ଶେଷ ଜୀବନ[ସମ୍ପାଦନା]

ଶ୍ରୀମତୀ ସୁବୁଲକ୍ଷ୍ମୀଙ୍କ ଦେହାନ୍ତ ୨୦୦୪ ମସିହାରେ ଚେନ୍ନାଇରେ ହୋଇଥିଲା ।

ପୁରସ୍କାର / ସମ୍ମାନ[ସମ୍ପାଦନା]

  • 1954 ମସିହାରେ ପଦ୍ମଭୂଷଣ[୧]
  • 1956 ମସିହାରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • 1968 ମସିହାରେ ସଙ୍ଗୀତ କଳାନିଧି
  • 1975 ମସିହାରେ ପଦ୍ମ-ବିଭୂଷଣ[୧]
  • 1988 ମସିହାରେ କାଳିଦାସ ସମ୍ମାନ
  • 1990 ମସିହାରେ ଇନ୍ଦିରା ଗାନ୍ଧୀ ଆୱାର୍ଡ

ଭାରତରତ୍ନରେ ସମ୍ମାନିତ ପ୍ରଥମ ମହିଳା ସଙ୍ଗୀତଜ୍ଞ

ଦସ୍ତଖତ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 ଅକ୍ଟୋବର 2015. Retrieved 21 ଜୁଲାଇ 2015.
  2. http://www.samacharjagat.com/news/international/ms-subbulakshmi-will-issue-stamps-to-commemorate-the-centenary-of-the-birth-of-the-united-nations-79179