ଅନ୍ନା ଚାଣ୍ଡୀ

ଉଇକିପିଡ଼ିଆ‌ରୁ
ଆନ୍ନା ଚାଣ୍ଡୀ
Born
ଆନ୍ନା

(1905-05-04)ମଇ ୪, ୧୯୦୫
ତ୍ରିବାନ୍ଦ୍ରମ୍, ତ୍ରାଭାନ୍‌କୋର୍
Died୨୦ ଜୁଲାଇ ୧୯୯୬(1996-07-20) (ବୟସ ୯୧)
Nationalityଭାରତୀୟ
Occupationବିଚାରପତି
Employerକେରଳ ଉଚ୍ଚ ନାୟାଳୟ
Known forଭାରତର ପ୍ରଥମ ମହିଳା ବିଚାରପତି
TitleHon. Justice
Term୯ ଫେବୃଆରୀ ୧୯୫୯ - ୫ ଅପ୍ରେଲ ୧୯୬୭

ନ୍ୟାୟମୂର୍ତ୍ତି ଅନ୍ନା ଚାଣ୍ଡୀ (୪ ମଇ ୧୯୦୫ - ୨୦ ଜୁଲାଇ ୧୯୯୬) ଭାରତର ପ୍ରଥମ ମହିଳା ନ୍ୟାୟାଧୀଷ ଥିଲେ ।[୧][୨][୩] ୧୯୩୭ରେ ସେ ଏକ ଜିଲ୍ଲା ଅଦାଲତରେ ଭାରତର ପ୍ରଥମ ମହିଳା ନ୍ୟାୟାଧୀଷ ହୋଇଥିଲେ । ଏବଂ ଭାରତର ପ୍ରଥମ ମହିଳା ଥିଲେ ଯିଏକି ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଷ ହୋଇଥିଲେ । ସେ ଏଲିଜାବେଥ୍ ଲେନ୍ଙ୍କ ବ‌ହୁତ ପୂର୍ବରୁ ସମ୍ପୂର୍ଣ୍ଣ ଆଙ୍ଗ୍ଲୋ-ସାକ୍ସନ୍ରେ ବିଶ୍ୱର ପ୍ରଥମ ମହିଳା ନ୍ୟାୟାଧୀଶ ଥିଲେ ।[୪][୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନ୍ୟାୟମୁର୍ତ୍ତି ଚାଣ୍ଡୀଙ୍କ ଜନ୍ମ ୪ ମଇ ୧୯୦୫ ମସିହାରେ ତ୍ରିଭେନ୍ଦ୍ରମ,କେରଳରେ ହୋଇଥିଲା ।[୫] ସେ ଜଣେ ସିରିୟାନ ଖ୍ରୀଷ୍ଟିୟାନ ଥିଲେ । ସେ ତାଙ୍କ ରାଜ୍ୟରେ ପ୍ରଥମ ଥିଲେ ଯିଏକି ଆଇନରେ ସ୍ନାତକ ପାଇଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୨୯ ମସିହାରୁ ସେ ବାରିଷ୍ଟର ଭାବେ ଅଭ୍ୟାସ କରୁଥିଲେ ଏବଂ ଏହା ସ‌ହିତ ସେ ମହିଳାମାନଙ୍କ ଅଧିକାରକୁ ନିଜ ମାଗାଜିନ ଶ୍ରୀମତି ଜରିଆରେ ପ୍ରୋତ୍ସାହନ ଦେଉଥିଲେ ।[୬] ସେ ଜଣେ ନାରୀବାଦୀ ଥିଲେ,[୬][୭] ୧୯୩୨ରୁ ୧୯୩୪ ପର୍ଯନ୍ତ ରାଜନୀତିରେ ଲିପ୍ତ ଥିଲେ ।[୮] ୧୯୩୭ ମସିହାରେ ସେ ସି ପି ରାମସ୍ୱାମି ଅୟରଙ୍କଦ୍ୱାରା ତ୍ରାଭଣକୋରର ମୁନସି ଭାବେ ନିଯୁକ୍ତ ହେଲେ ।[୬][୯] ଏହା ତାଙ୍କୁ ୧୯୪୮ ମସିହାରେ ଭାରତର ପ୍ରଥମ ମହିଳା ନ୍ୟାୟାଧୀଷ ବନାଇଥିଲା, ସେ ସେହି ସମୟରେ ଜିଲ୍ଲା ନ୍ୟାୟାଧୀଷ ଥିଲେ । ୯ ଫେବ୍ରୁୟାରୀ ୧୯୫୯ ମସିହାରେ କେରଳ ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଷ ରୂପେ ନିଯୁକ୍ତ ହେବା ପରେ ସେ ଭାରତର ପ୍ରଥମ ମହିଳା ହୋଇଥିଲେ ଯିଏକି ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଷ ହୋଇଥିଲେ । ୧୯୬୭ ମସିହା ପର୍ଯନ୍ତ ସେ କାର୍ଯ୍ୟରତ ଥିଲେ । .[୧୦] ନିଜ କାର୍ଯ୍ୟକାଳ ମଧ୍ୟରେ ସେ ମହିଳା ମାନଙ୍କ ମନରେ ଆଇନ କ୍ଷେତ୍ରରେ ବୃତ୍ତି କରିବା ପାଇଁ ଆଶାର ଜନ୍ମ କରାଇଥିଲେ । ଚାକିରୀର ଶେଷ ସମୟରେ ସେ ଭାରତୀୟ ଆଇନ୍ କମିଶନ୍‌ରେ ରହିଥିଲେ ।

ନିଧନ[ସମ୍ପାଦନା]

୧୯୯୬ ମସିହାରେ ତାଙ୍କ ନିଧନ ହୋଇଥିଲା ।[୧୧]

ଆଧାର[ସମ୍ପାଦନା]

  1. "Former Judges of High Court of Kerala". Retrieved 2013-11-29.
  2. "Women of Achievement". Archived from the original on 2008-06-16. Retrieved 2013-11-29.
  3. "supremecourtofindia.nic.in Page 3/5" (PDF). Retrieved 2013-11-29.
  4. ୪.୦ ୪.୧ "'Manu and the 'muse'". The Telegraph India. 4 June 2016.{{cite web}}: CS1 maint: url-status (link)
  5. "First woman judicial officer: Anna Chandy, who was appointed munsif in the Travancore state in 1937". Archived from the original on 2018-12-25. Retrieved 2013-11-29.
  6. ୬.୦ ୬.୧ ୬.୨ Devika J. (2005). Herself. Popular Prakashan. p. xxiv.
  7. Raman, K. Ravi, ed. (2010). Development, Democracy and the State: Critiquing the Kerala Model of Development. Routledge. p. 179. ISBN 9781135150068.
  8. Mukhopadhyay, Swapna, ed. (2007). The Enigma of the Kerala Woman: A Failed Promise of Literacy. Berghahn Books. p. 113. ISBN 9788187358268.
  9. "First to appoint a lady advocate – Mrs. Anna Chandy — as District Judge". Archived from the original on 5 July 2008. Retrieved 2008-05-27.
  10. "Former Judges of High Court of Kerala". Retrieved 2008-05-27.
  11. "Malayalam Sarva Vijnjana kOsham - Article on Anna Chandy". Archived from the original on 2013-12-03. Retrieved 2013-11-29.