ବେଦୀକା

ଉଇକିପିଡ଼ିଆ‌ରୁ
ବେଦୀକା ପୂଜା କୁମାର
ବେଦୀକା ପୂଜା କୁମାର
ଜନ୍ମ
ପୂଜା କୁମାର[୧]

(1988-02-21) ୨୧ ଫେବୃଆରୀ ୧୯୮୮ (ବୟସ ୩୬)[୨]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୬-ଏବେଯାଏଁ

‌ବେଦୀକା‌ (ଜନ୍ମ ୨୧ ଫେବୃଆରୀ ୧୯୮୮[୧]) ଜଣେ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ମାଲାୟଲମ୍, ତେଲୁଗୁ, ତାମିଲ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ବେଦୀକା ଲଣ୍ଡନରୁ ବାଣିଜ୍ୟରେ ମାଷ୍ଟର ଡିଗ୍ରୀ ହସଲ କରିବା[୩] ପରେ ୨୦୦୬ରେ ତାମିଲ କଥାଚିତ୍ର ‌ମଦ୍ରାସୀ‌ ଜରିଆରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହା ପୂର୍ବରୁ ସେ ମଡେଲିଂ କରିବା ସ‌ହ କିଛି ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୦୭ରେ ‌ବିଜୟା ଦଶମୀ‌ ଚଳଚ୍ଚିତ୍ର ମଧ୍ୟମରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ, ‌ସାଙ୍ଗମା‌ ଚଳଚ୍ଚିତ୍ର ଜରିଆରେ ୨୦୦୮ରେ କନ୍ନଡ଼ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ପରେ ୨୦୧୩ ମସିହାରେ ସେ ‌ଶୃଙ୍ଗାରଭେଲ୍ଲେନ‌ ଚଳଚ୍ଚିତ୍ର ଜରିଆରେ ମାଲାୟଲମ୍ କଥାଚିତ୍ର ଜଗତରେ ମଧ୍ୟ ଅଭିନୟ ଆରମ୍ଭ କରିଥିଲେ ।

୨୦୧୩ରେ ମୁକ୍ତିଲାଭ କରିଥିବା ‌ପରଦେଶୀ‌ ଚଳଚ୍ଚିତ୍ରରେ ଅଭିନୟ କରି ବେଦୀକା ସଭିଙ୍କ ପ୍ରିୟ ପାତ୍ର ହୋଇପାରଥିଲେ । ଏହ ଚଳଚ୍ଚିତ୍ରର ପାଇଁ ସେ ଅନେକ ପୁରସ୍କାର ପାଇବା ସ‌ହ ଅନେକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେ କନ୍ନଡ଼ ଭାଷା ସ‌ହ ମରାଠୀ, ହିନ୍ଦୀ, ଇଂରାଜୀ, ତେଲୁଗୁ ଏବଂ ତାମିଲ ଭାଷା ପ୍ରଞ୍ଜଳ ଭାବରେ କ‌ହିପାରନ୍ତି ।[୪]

ପ୍ରାରମ୍ଭିକ ଜୀବନ ଏବଂ ପରିବାର[ସମ୍ପାଦନା]

‌ବେଦୀକା‌ ୧୯୮୮ ମସିହା ଫେବୃଆରୀ ମାସ ୨୧ ତାରିଖରେ ମହାରାଷ୍ଟ୍ରର ସୋଲାପୁରଠାରେ ଜନ୍ମଗ୍ରହଣ କରିଥିଲେ । କନ୍ନଡ଼ ଭାଷା ହେଉଛି ତାଙ୍କର ମାତୃଭାଷା । ତାଙ୍କର ଜେଜେ ଜେଜିମା ଉଭୟ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ହୋଇଥିବାରୁ ସେ କନ୍ନଡ଼ ଭାଷା ସ‌ହ ମରାଠୀ ମଧ୍ୟ କ‌ହିପାରନ୍ତି । ଜନ୍ମ‌ବେଳେ ବେଦୀକାଙ୍କର ନାମ ଥିଲା ‌ପୂଜା କୁମାର‌, କିନ୍ତୁ ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ରରେ ଅଭୀନୟ କରିବା ପାଇଁ ସେ ତାଙ୍କର ନାମ ପୂଜାରୁ ବେଦୀକାକୁ ବଦଳାଇ ଦେଇଥିଲେ ।[୧]

ବେଦୀକା ବ୍ୟବସାୟିକ ପ୍ରବନ୍ଧରେ କାର୍‌ଡିଫ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ମଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।[୫] ଏଥି ସ‌ହ ସେ ମଧ୍ୟ ‌କିଶୋର ନମିତା କପୁର‌ଙ୍କ ବିଦ୍ୟାଳୟରେ ଯୋଗଦେଇଥିଲେ । ସେଠାରେ ସେ ଅଭିନୟ ସ‌ହ ନୃତ୍ୟ ମଧ୍ୟ ଶିକ୍ଷା କରିଥିଲେ । ନୃତ୍ୟ ଏବଂ ଅଭିନୟ ଶିକ୍ଷା କରିବା ସ‌ହ ସେ ମଡେଲିଂରେ ମଧ୍ୟ ଯୋଗ ଦେଇଥିଲେ । ଏହା ପରେ ସେ କେତେକ ବିଜ୍ଞାପନର ମଧ୍ୟ ସୁଯୋଗ ପାଇଥିଲେ । ଏହି ସବୁ ବିଜ୍ଞାପନ କରିବା ଭିତରେ ବେଦୀକା ତାମିଲ୍ କଥାଚିତ୍ର ଅଭିନେତା ସୂରିୟାଙ୍କ ସ‌‌ହ ଫିସ୍ଟ ବିକ୍ସୁଟ କମ୍ପାନୀର ଗୋଟିଏ ବିଜ୍ଞାପନ କରିଥିଲେ ।[୧] ବେଦୀକାଙ୍କୁ ଅନେକ ଚରିତ୍ରରେ କାର୍ଯ୍ୟ କରିବାର ସୁଯୋଗ ମିଳୁଥିଲେ ମଧ୍ୟ ସେ କେବେ ତାଙ୍କର ମନଲାଖି ଚରିତ୍ରରେ ଅଭିନୟ କରନ୍ତି ।[୬]

ବେଦୀକାଙ୍କର ମାତୃଭାଷା ହେଉଛି କନ୍ନଡ଼ ଭାଷା । ଏଥି ସ‌ହିତ ସେ ଅତି ସୁନ୍ଦର ଭାବରେ ହିନ୍ଦୀ, ଇଂରାଜୀ ଓ ମରାଠୀ ଭାଷା କ‌ହିପାରନ୍ତି ।[୪] ପରେ ପରେ ସେ ତେଲୁଗୁ, ତାମିଲ ଏବଂ ମାଲାୟଲମ୍ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ପରେ ସେହି ଭାଷାସବୁ ଶିକ୍ଷା କରିଥିଲେ ଏବଂ ସେ ମଧ୍ୟ ତେଲୁଗୁ ତାମିଲ ଏବଂ ହିନ୍ଦୀ ଭାଷା କ‌ହିପାରନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

୨୦୦୫-୨୦୧୨[ସମ୍ପାଦନା]

ବେଦୀକା ଲଣ୍ଡନରେ ପାଠ ପଢ଼ା ଶେଷ କରିବା ପରେ ‌କିଶୋର ନମିତା କପୁର‌ଙ୍କ ବିଦ୍ୟାଳୟରେ ଯୋଗ ଦେଇଥିଲେ । ସେଠାରେ ସେ ନୃତ୍ୟ ସ‌ହ ଅଭିନୟ ଶିଖିଥିଲେ ଏବଂ ମଡେଲିଂ କରିବା ଆରମ୍ଭ କରିଦେଇଥିଲେ ।[୭] ମଡେଲିଂ କରିବା ସ‌ହ କିଛି ଆକର୍ଶଣୀୟ ବିଜ୍ଞାପନରେ ମଧ୍ୟ ବେଦୀକାଙ୍କୁ ସୁଯୋଗ ମିଳିଥିଲା । ଏହି ସବୁ ବିଜ୍ଞାପନ କରିବା ଭିତରେ ବେଦୀକା ତାମିଲ କଥାଚିତ୍ର ଅଭିନେତା ସୂର୍ଯ୍ୟଙ୍କ ସ‌ହ ମଧ୍ୟ ଏକ ବିସ୍କୁଟ କମ୍ପାନୀର ବିଜ୍ଞାପନରେ କାମ କରିଥିଲେ । ଏଥି ସ‌ହିତ ସେ ମଧ୍ୟ କିଛି ଆଲବମ୍ ଭିଡ଼ିଓରେ ଅଭିନୟ କରିଥିଲେ ।[୮]

୨୦୦୫ରେ ମସିହାରେ ସେ ନିର୍ଦ୍ଦେଶକ ତ‌ଥା ନାୟକ ‌ଅର୍ଜୁନ‌ଙ୍କଦ୍ୱାରା ଏକ ତାମିଲ ଚଳଚ୍ଚିତ୍ରରେ ନାୟିକା ରୂପେ ସ୍ଥାନ ପାଇଥିଲେ ।[୮][୯] ୧୭ ଫେବୃଆରୀ ୨୦୦୬ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟିର ନାମ ହୋଇଛି ‌ମଦ୍ରାସୀ‌, ଯେଉଁଥିରେ ଅର୍ଜୁନ ନିଜେ ନାୟକ ଥିବା ବେଳେ ଜଗପତି ବାବୁ ମଧ୍ୟ ଅଭିନୟ କରଥିଲେ । ଏହି ଚଳଚ୍ଚିତ୍ରଟି ବିଶେଷ ସଫଳତା ସାଉଁଟି ପାରି ନ ଥିଲା । ଅର୍ଜୁନଙ୍କର ଆଗରେ ବେଦୀକା ଦର୍ଶକଙ୍କ ନ‌ଜରରେ ଅଣଦେଖା ହୋଇଗଲା ପରି ଲାଗିଲା । ବେଦୀକାଙ୍କର ଅଭିନୟ ପର୍ଯ୍ୟାପ୍ତ ନ ଥିଲା ବୋଲି ସମୀକ୍ଷକମାନେ ମତ ଦେଲେ ।[୧୦]

ମଦ୍ରାସୀ ମୁକ୍ତିଲାଭ କରିବା ପରେ ବେଦୀକା ୧୯୭୫ ମସିହାର ଏକ ହିନ୍ଦୀ ଚଳଚ୍ଚିତ୍ର ‌ଜୟ ସନ୍ତୋଷୀ ମା"ର ପୁନଃନିର୍ମାଣରେ ଯୋଗ ଦେଇଥିଲେ, ମାତ୍ର ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇ ନ ଥିଲା । ତେଣୁ ବେଦୀକା ଦକ୍ଷିଣ ଭାରତର ଚଳଚ୍ଚିତ୍ରମାନଙ୍କରେ ଅଭିନୟ ଜାରି ରଖିଲେ ।[୧୧][୧୨]

ପରବର୍ଷ ବେଦୀକା ଅନ୍ୟ ଏକ ତାମିଲ ଚଳଚ୍ଚିତ୍ର ‌ମୁନୀ‌ରେ ଅଭିନୟ କଲେ । ଏହି ଚଳଚ୍ଚିତ୍ରଟି ଭୂତ କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ରାଘବ ନିର୍ଦ୍ଦେଶକ ଏବଂ ନାୟକ ସାଜିଥିଲେ । ଏହି ଚଳଚ୍ଚିତ୍ରଟି ହାରାହାରୀ ଭଲ ବ୍ୟବସାୟ କରିଥିଲା, ମାତ୍ର ଏଥିରେ ମଧ୍ୟ ବେଦୀକାଙ୍କର ଅଭିନୟ ବେଶୀ ନଥିଲା ।[୧୩] ସେହି ବର୍ଷ ବେଦୀକା ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିବାର ସୁଯୋଗ ପାଇଲେ । ନାୟକ ନନ୍ଦମୁରୀ କଲ୍ୟାଣ ରାମଙ୍କ ସ‌ହ ତାମିଲ ଚଳଚ୍ଚିତ୍ର ‌ଶିବକାସୀ‌ର ତେଲୁଗୁ ସଂସ୍କାରଣରେ ସୁଯୋଗ ମିଳିଲା ବେଦୀକାଙ୍କୁ । ସେଥିରେ ମଧ୍ୟ ତାଙ୍କ ଅଭିନୟଙ୍କୁ ସମୀକ୍ଷଣମାନେ ଅପେକ୍ଷାକୃତ ବୋଲି ମତ ଦେଲେ ।[୧୪]

ଏହା ପରେ ୨୦୦୮ରେ ତାଙ୍କର ପ୍ରଥମ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି ଏକ ତାମିଲ ଚଳଚ୍ଚିତ୍ର ‌କାଲାଇ‌, ଯାହାକି ବ୍ୟବସାୟିକ ବିଫଳତା ଭୋଗିବା ସ‌ହ ବିପରୀତମୁଖି ମନ୍ତବ୍ୟ ପାଇଥିଲା ।[୧୫][୧୬] ଏହି ଚଳଚ୍ଚିତ୍ରଟି ତା'ର ଏକ ଆଇଟମ୍ ଗୀତ ‌କୁଟ୍ଟି ପିସାସେ‌ ପାଇଁ ସଭିଙ୍କ ନ‌ଜରକୁ ଆସିଥିଲା ଏବଂ ଏଥିରେ ବେଦୀକାଙ୍କର ନୃତ୍ୟ ଶୈଳୀଙ୍କୁ ମଧ୍ୟ ଦର୍ଶକ ପସନ୍ଦ କରିଥିଲେ । ସେହି ବର୍ଷ ମୁକ୍ତିଲାଭ କରିଥିବା ୨ୟ ତାମିଲ କଥାଚିତ୍ର ହେଉଛି ‌ଶକ୍କରକାଟି‌, ଯାହାକି ସମୀକ୍ଷକଙ୍କଦ୍ୱାରା ଅନେକ ବୀପରୀତ ମନ୍ତବ୍ୟ ପାଇବା ସ‌ହ ବ୍ୟବସାୟିକ ବିଫଳତା ଭୋଗିଥିଲା । ଏହି ଚଳଚ୍ଚିତ୍ରରେ ନାୟକ ‌ସାନ୍ତନୁ ଭାଗ୍ୟରାଜ‌ ପ୍ରଥମ କରି ଅଭିନୟ ଆରମ୍ଭ କରଥିଲେ ଏବଂ ଏହି ଚଳଚ୍ଚିତ୍ରଟିର ସଂଗୀତ ନିର୍ଦ୍ଦେଶନ ଦେଇଥିଲେ ଏ. ଆର୍. ରହମାନ । ମାତ୍ର ଏହି ଚଳଚ୍ଚିତ୍ରରେ ବେଦୀକାଙ୍କର ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ ।[୧୭][୧୮]

ସେହି ୨୦୦୮ରେ ବେଦୀକା କନ୍ନଡ଼ ଚଳଚ୍ଚିତ୍ରରେ ପ୍ରଥମ କରି ଅଭିନୟ ଆରମ୍ଭ କେଲ । ସେ ନାୟକ ଗଣେଶଙ୍କ ସ‌ହ ନାୟିକା ହୋଇଥିଲେ କନ୍ନଡ଼ ଚଳଚ୍ଚିତ୍ର ‌ସଙ୍ଗମ‌ରେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ସମସ୍ତେ ପ୍ରଶଂସା କରିବା ସ‌ହ ଭଲ ଭଲ ମନ୍ତବ୍ୟ ଦେଇଥିଲେ ।[୧୯] ଏହି ଚଳଚ୍ଚିତ୍ରଟି ୫୦ଦିନ ଧରି ଚାଲିବା ସ‌ହ ଭଲ ବ୍ୟବସାୟ କରିଥିଲା ।

ପରେ ପରେ ୨୦୦୯ରେ ବେଦୀକା ଜଣେ ଆକାଶବାଣୀର ଉପସ୍ଥାପିକା ଅଞ୍ଜଳି ଭୂମିକାରେ ଏକ ତାମିଲ କଥାଚିତ୍ର ‌ମଲାଇ ମଲାଇ‌ରେ ‌ଏ. ଭେଙ୍କଟେଶଙ୍କ‌ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳତା ପାଇଥିଲା ।[୨୦] ଏହି ଚଳଚ୍ଚିତ୍ରରେ ବେଦୀକାଙ୍କର ଅଭିନୟ ସମୀକ୍ଷକମାନଙ୍କୁ ମଧ୍ୟ ପସନ୍ଦ ଆସିଥିଲା ।[୨୧][୨୨] ସେହି ବର୍ଷ ସେ ଅନ୍ୟ ଏକ ତେଲୁଗୁ ଚଳଚ୍ଚିତ୍ର ‌ବାନମ୍‌ରେ ଅଭିନୟ କଲେ । [୨୩] ତାଙ୍କର ଏହି ଚଳଚ୍ଚିତ୍ରରେ ଅଭିନୟ ସଭିଙ୍କୁ ପସନ୍ଦ ଆସିବା ସ‌ହ ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳତା ପାଇଥିଲା । ଏବଂ ଦର୍ଶକ ଉଭୟ ନାୟକ ନାୟିକାଙ୍କ ଯୋଡ଼ିକୁ ବ‌ହୁତ ପସନ୍ଦ କରିଥିଲେ ।


‌ବାନମ୍‌ ଚଳଚ୍ଚିତ୍ରର ମୁକ୍ତିଲାଭ ପରେ ବେଦୀକା କିଛିଦିନ ବିଶ୍ରାମ ନେଲେ ଏବଂ କୌଣସି ଚଳଚ୍ଚିତ୍ର ପାଇଁ ଚୁକ୍ତି କଲେ ନାହିଁ । ଏହା ପରେ ସେ ତାମିଲ ଅଭିନେତା ‌କାର୍ତ୍ଥୀ‌ଙ୍କ ସ‌ହ ‌ଏୟାରଟେଲ‌ କମ୍ପାନୀର ଏକ ବିଜ୍ଞାପନରେ ଅଭିନୟ କରିଥିଲେ । ସେଥିପାଇଁ ତାଙ୍କର ୨୦୧୦ରେ କୌଣସି ଚଳଚ୍ଚିତ୍ର ମୁକ୍ତିଲାଭ କରି ନ ଥିଲା । ପରେ ୨୦୧୧ରେ ତାଙ୍କର ମାତ୍ର ଗୋଟିଏ ତେଲୁଗୁ କଥାଚିତ୍ର ‌ଦଗ୍ଗାରଙ୍ଗା ଦୋରାମଙ୍ଗା‌ ମୁକ୍ତିଲାଭ କରିଥିଲା । ଅଗଷ୍ଟ ୨୦୧୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ନାୟକ ଥିଲେ ‌ସୁମନ୍ତ‌ ଯାହା ଆଶାନୁରୂପ ସଫଳତା ପାଇଥିଲା ।[୨୪]

ଏହା ପରେ ବେଦୀକାଙ୍କୁ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ‌ବାଲା‌ ତାଙ୍କର ଐତିହାସିକ ଚଳଚ୍ଚିତ୍ର ‌ପରଦେଶୀ‌ ପାଇଁ ଚୁକ୍ତି କରାଇଥିଲେ । ୨୦୧୩ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଇଁ ବେଦୀକା ୨୦୧୨ରେ ମଧ୍ୟ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୨୦୧୩ ପରେ ପରେ[ସମ୍ପାଦନା]

୧୯୩୦ ମସିହାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ୧୯୬୯ ମସିହାର ଲିଖିତ ଉପନ୍ୟାସ ‌ରେଡ୍ ଟି‌(ନାଲି ଚାହା)ର କାହାଣୀକୁ ନେଇ ନିର୍ଦ୍ଦେଶକ ବାଲା ତାମିଲ, ତେଲୁଗୁ ଦ୍ୱିଭାଷୀ ଚଳଚ୍ଚିତ୍ର ‌ପରଦେଶୀ‌ରେ ଅଭିନେତ୍ରୀ ‌ସଙ୍ଗୀତା କ୍ରୀଷ୍ଣା‌ଙ୍କ ସୁପାରିଶରେ ବେଦୀକାଙ୍କୁ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ର ପାଇଁ ବେଦୀକା ଡିସେମ୍ବର ୨୦୧୧ରୁ ଚୁକ୍ତି କରିଥିଲେ, ମାତ୍ର ୨୦୧୩ ଯାଏ ଏହାର ମୁକ୍ତିଲାଭ ନ ହେବା ପର୍ଯ୍ୟନ୍ତ ସେ ଅନ୍ୟ କୌଣସି ଚଳଚ୍ଚିତ୍ର ପାଇଁ ସେ ଚୁକ୍ତି କରି ନ ଥିଲେ । ପ୍ରଥମ କରି ବେଦୀକା ଜଣେ ଗାଉଁଲୀ ଝିଅ ଚରିତ୍ରରେ ଅଭିନୟ କରିଥିଲେ ।[୨୫] ଏହି ଚଳଚ୍ଚିତ୍ରରେ ବେଦୀକାଙ୍କ ସ‌ହ ନାୟକ ଅଧର୍ବ ଥିବା ବେଳେ ଧନ୍ସିକା ମଧ୍ୟ ଅଭିନୟ କରିଥିଲେ । ମାର୍ଚ୍ଚ ମାସରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହେବା ସ‌ହ ସମସ୍ତଙ୍କ ପସନ୍ଦ ହୋଇଥିଲା । ଏହି ଚଳଚ୍ଚିତ୍ରରେ ବେଦୀକା ଅଙ୍ଗମ୍ମା ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କର ଏହି ଅଭିନୟ ପାଇଁ The Times of Indiaରେ ସମୀକ୍ଷକମାନେ ମତ ଦେଇଥିଲେ: "after doing roles that only required her to look pretty, Vedhika gets a chance to show off her acting skills" ଏବଂ Indiaglitz.comରେ ତାଙ୍କ ପାଇଁ ମତ ଦେଇଥିଲେ: "produced a memorable performance".[୨୬][୨୭] Rediff.com ସମୀକ୍ଷକ ମତ ଦେଇଥିଲେ: "Vedhika plays the role of a young village belle to perfection" ଏବଂ Sify.comର ସମୀକ୍ଷକ ମତ ଦେଇଥିଲେ: "spellbinding performance".[୨୮][୨୯] ଏହି ଅଭିନୟ ପାଇଁ ବେଦୀକା ଏଡ଼ିସନ୍ ପୁରସ୍କାରରେ ଆକର୍ଷଣୀୟ ନାୟିକା ପୁରସ୍କାର ପାଇବା ସ‌ହ ସ୍କୀନ ମୁନ୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକା ପୁରସ୍କାର ପାଇଥିଲେ ।[୩୦] ଏଥି ସ‌ହିତ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାରରେ ତାମିଲ ଭାଷା ପାଇଁ ଏବଂ ବିଜୟ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକ ଭାବେ ମନୋନୀତ ହୋଇଥିଲେ ।

୨୦୧୩ ମସିହାରେ ବେଦୀକା ମାଲାୟଲମ୍ କଥାଚିତ୍ର ଜଗତେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଜୋସ୍ ଥୋମାସ୍‌ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‌ଶୃଙ୍ଗାରଭେଲ୍ଲେନ‌ରେ ନାୟକ ‌ଦିଲୀପ‌ଙ୍କ ସ‌ହ ବେଦୀକାଙ୍କୁ ମାଲାୟଲମ୍‌ରେ ମିଳିଥିଲା ପ୍ରଥମ ସୁଯୋଗ । ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୪ ୨୦୧୩ରେ ମୁକ୍ତିଲାଭ କରି ଉତ୍ତମ ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରଟି ସେହି ବର୍ଷର ଅଧିକ ଆୟକାରୀ ଚଳଚ୍ଚିତ୍ର ଥିଲା ।[୩୧]


ଏହାପରେ ବେଦୀକା ନିର୍ଦ୍ଦଶକ ‌ବସନ୍ତ ବଲାନ‌ଙ୍କ ଐତିହାସିକ ଚଳଚ୍ଚିତ୍ର ‌କାଭ୍ୟା ତଲ୍ଲାଇବାନ‌ରେ ନାୟକ ‌ସିଦ୍ଧାର୍ଥ‌ଙ୍କ ଅଭିନୟ କରିଥିଲେ ।[୩୨][୩୩] ୨୮ ନଭେମ୍ବର ୨୦୧୪ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଇଁ ବେଦୀକା ୨ୟ ଥର ପାଇଁ ଏଡ଼ିସନ୍ ପୁରସ୍କାର ଉତ୍ସବରେ ଆକର୍ଷଣୀୟ ନାୟିକା ପୁରସ୍କାର ପାଇଥିଲେ । ଏହି ଚଳଚ୍ଚିତ୍ରର କାହାଣୀ ଶୁଣିବା ବେଳେ ବେଦୀକା ମାତ୍ର କିଛି ଅଂଶ ଶୁଣି ଏତେ ପସନ୍ଦ କଲେ ଯେ ଏକାଥର କେ ସେ ଚଳଚ୍ଚିତ୍ରରେ କାର୍ଯ୍ୟ କରିବାକୁ ଚୁକ୍ତି କରିଦେଲେ ।[୩୪] ସେ ତାଙ୍କର ସେହି ଚରିତ୍ରଟିକୁ ନିଖୁନ କରିବା ପାଇଁ ପୂର୍ବ ତାମିଲ ଚଳଚ୍ଚିତ୍ର, ନାଟକ ଏବଂ ମଞ୍ଚ ଅଭିନୟଗୁଡ଼ିକୁ ଦେଖି ନିଜକୁ ପ୍ରସ୍ତୁତ କରାଇଥିଲେ । ଏଥି ସ‌ହିତ ସବୁ କଳାକାରମାନଙ୍କୁ ସେମାନଙ୍କର ନିଜସ୍ୱ କିଛି ପ୍ରତିକୃତି ଦେଖାଇବାକୁ ଉପଦେଶ ଦିଆଯାଇଥିଲା, ଯାହା ଫଳରେ ସେ ଚରିତ୍ରଗୁଡ଼ିକ ସେହିପରି ମନେହେବ । ସେ ତାଙ୍କର ଶାସ୍ତ୍ରୀୟ ନୃତ୍ୟକୁ ନିଖୁଣ କରିବା ପାଇଁ ନୃତ୍ୟଗୁରୁ ରଘୁରାମଙ୍କ ପାଖରେ ପ୍ରଶିକ୍ଷଣ ନେଇଥିଲେ, ଯାହା ଫଳରେ ତାଙ୍କର ନୃତ୍ୟ ଆକର୍ଷଣୀୟ ହୋଇପାରିଥିଲା ।[୩୫] ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ସମୀକ୍ଷକଗଣ ବେଦୀକାଙ୍କ ପାଇଁ ଭଲ ଭଲ ମନ୍ତବ୍ୟ ରଖିଥିଲେ । Sify.comର ଜଣେ ସମୀକ୍ଷକ ମତ ରଖିଥିଲେ: "it is so good to see Vedhicka in a role where she not only looks beautiful but delivers a brilliant performance as Vadivambal", Behindwoods.comର ସମୀକ୍ଷକ ମତ ରଖିଥିଲେ "role of substance and the big eyed actress has utilized her opportunity completely".[୩୬][୩୭] ଏହା ପରେ ୧୯ ଡିସେମ୍ବର ୨୦୧୪ରେ ବେଦୀକାଙ୍କର ଅନ୍ୟ ଏକ ମାଲାୟଲମ୍ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ‌କଜନ୍‌ ।

୨୦୧୫ରେ ବେଦୀକାଙ୍କର କୌଣସି ଚଳଚ୍ଚିତ୍ର ମୁକ୍ତିଲାଭ କରିନଥିଲା । ମାତ୍ର ୨୦୧୬ରେ ଦୁଇଟି ମାଲାୟଲମ୍ ଚଳଚ୍ଚିତ୍ର ଏବଂ ଗୋଟିଏ କନ୍ନଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୬ ମଦ୍ରାସୀ ଅଞ୍ଜଳି ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ,
ତାମିଲ କଥାଚିତ୍ର ଜଗତରେ ପ୍ରବେଶ
୨୦୦୭ ମୁନୀ ପ୍ରିୟା ତାମିଲ
ବିଜୟ ଦଶମୀ ଦେବୀ ତେଲୁଗୁ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୮ କାଲାଇ ବ୍ରିନ୍ତା ତାମିଲ
ଶକ୍କରକାଟି ରୀମା
ସଙ୍ଗମ ଲକ୍ଷ୍ମୀ କନ୍ନଡ଼ କନ୍ନଡ଼ ଭାଷା ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ
୨୦୦୯ ମଲାଇ ମଲାଇ ଅଞ୍ଜଳି ତାମିଲ
ବାନମ୍ ଶୁଭଲକ୍ଷ୍ମୀ ତେଲୁଗୁ
୨୦୧୧ ଦଗ୍ଗାରଙ୍ଗା ଦୋରାମଙ୍ଗା ମୀନାକ୍ଷି
୨୦୧୩ ପରଦେଶୀ ଅଙ୍ଗମ୍ମା ତାମିଲ ଏଡ଼ିସନ୍ ପୁରସ୍କାରରେ ଆକର୍ଷଣୀୟ ନାୟିକା ପୁରସ୍କାର
ସ୍କୀନ ମୁନ୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକା
ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାରରେ ତାମିଲ ଭାଷା ପାଇଁ ଶ୍ରେଷ୍ଠ ନାୟିକ ଭାବେ ମନୋନୀତ
ବିଜୟ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକ ଭାବେ ମନୋନୀତ
ଶୃଙ୍ଗାରଭେଲ୍ଲେନ ରାଧା ମାଲାୟଲମ୍ ମାଲାୟଲମ୍ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ ଆରମ୍ଭ
୨୦୧୪ କାଭ୍ୟା ତଲ୍ଲାଇବାନ ଗଣକୋକିଲମ୍ ବଦୀଭମ୍ବଲ ତାମିଲ ଏଡ଼ିସନ୍ ପୁରସ୍କାରରେ ଆକର୍ଷଣୀୟ ନାୟିକା ପୁରସ୍କାର
ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାରରେ ତାମିଲ ଭାଷା ପାଇଁ ଶ୍ରେଷ୍ଠ ନାୟିକ ଭାବେ ମନୋନୀତ
ବିଜୟ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟିକ ଭାବେ ମନୋନୀତ
କଜନ୍ ଆରୁଥି ମାଲାୟଲମ୍
୨୦୧୬ ଶିବଲିଙ୍ଗ ସତ୍ୟା କନ୍ନଡ଼
ଜେମ୍‌ସ୍ ଆଣ୍ଡ ଅଲିସ୍ ଅଲିସ୍ ମାଲାୟଲମ୍
ୱେଲକମ୍ ଟୁ ସେଣ୍ଟ୍ରଲ ଜେଲ୍ ରାଧିକା
ବିନୋଧନ୍ ତାମିଲ
ମାଲାୟଲମ୍
ସୁଟିଂ ଚାଲୁଛି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Vedhika Kumar Movies & Biography". Psyphil Celebrity Blog. Retrieved 5 February 2017.
  2. "Vedhika". Bollywood Color. Retrieved 4 February 2017.
  3. "Sangama is my best Vedhika". IndiaGlitz. 2 September 2008. Retrieved 5 February 2017.
  4. ୪.୦ ୪.୧ "Language no barrier in expressing human emotions: Vedhika". Zee News. 26 September 2012. Retrieved 5 February 2017.
  5. "`Paradesi` experience was magical for Vedhika". Zee News. 24 September 2012. Retrieved 5 February 2017.
  6. "Vedhika Kumar not afraid of being typecast". Zee News. 11 June 2013. Retrieved 5 February 2017.
  7. 'Sangama' is my best – Vedhika – Kannada Movie News. IndiaGlitz. Retrieved on 5 February 2017.
  8. ୮.୦ ୮.୧ "My first break -- Vedika". The Hindu. 30 January 2009. Retrieved 5 February 2017.
  9. "Brain and brawn, Arjun style". The Hindu. 24 February 2006. Retrieved 5 February 2017.
  10. Madrasi Review – Tamil Movie Review by P.V.Sathish Kumar Archived 2013-09-28 at the Wayback Machine.. Nowrunning.com (23 December 2005). Retrieved on 5 Ffebruary 2017.
  11. Metro Plus Visakhapatnam / Cinema : Bollywood bound. ‌The Hindu‌ (15 April 2006). Retrieved on 5 February 2017.
  12. Tamil movies : ‘Madarasi’ Vedhika steps into Bollywood. Behindwoods.com (8 April 2006). Retrieved on 5 February 2017.
  13. Movie Review:Muni. Sify.com. Retrieved on 5 February 2017.
  14. "Reviews : Movie Reviews : Vijaya Dasami – Movie Review". Archived from the original on 2012-03-24. Retrieved 2017-02-05.
  15. Movie Review:Kaalai. Sify.com..
  16. Kaalai: A wasted effort. Rediff.com.
  17. SAKKARAKATTI MOVIE REVIEW – Behindwoods.com Starring Shanthanu Bhagyaraj Ishitha Vedhika Direction Kalaprabhu Music A.R.Rahman Production Thanu hot images tamil picture gallery images. Behindwoods.com (5 December 2007). Retrieved on 5 February 2017.
  18. Review: Sakkarakkatti. Rediff.com. Retrieved on 5 February 2017.
  19. Sangama Review – Kannada Movie Review by RGV Archived 2013-05-29 at the Wayback Machine.. Nowrunning.com). Retrieved on 5 February 2017.
  20. Vedhika is married to work – Times Of India. Timesofindia.indiatimes.com. Retrieved on 5 February 2017.
  21. Movie Review:Malai Malai. Sify.com. Retrieved on 5 February 2017.
  22. Malai Malai Review – Tamil Movie Review by Aravindan Archived 2013-06-01 at the Wayback Machine.. Nowrunning.com (2 August 2009). Retrieved on 5 February 2017.
  23. Interview With Vedika – Interviews. CineGoer.com (23 September 2009). Retrieved on 5 February 2017.
  24. Vedika in Sumanth starrer. Sify.com (27 April 2011). Retrieved on 5 February 2017.
  25. "Vedika heroine of 'Eriyum Thanal'? - Tamil Movie News". Indiaglitz.com. 2011-12-26. Retrieved 5 February 2017.
  26. "Paradesi movie review: Wallpaper, Story, Trailer at Times of India". Timesofindia.indiatimes.com. Retrieved 5 February 2017.
  27. "Paradesi Tamil Movie Review - cinema preview stills gallery trailer video clips showtimes". Indiaglitz.com. 2013-03-15. Archived from the original on 2012-10-17. Retrieved 5 February 2017.
  28. "Review: Paradesi is exceptional - Rediff.com Movies". Rediff.com. 2013-03-15. Retrieved 5 February 2017.
  29. "Movie Review : Paradesi". Sify.com. Retrieved 5 February 2017.
  30. "Vedhika at Screen Moon Awards 2014". Filmi Beat. Retrieved 5 February 2017.
  31. "Vedhika to romance Dileep - Times Of India". Timesofindia.indiatimes.com. 2013-07-04. Retrieved 5 February 2017.
  32. "Vedhika not afraid of being typecast". Archived from the original on 2016-06-03. Retrieved 2017-02-05.
  33. Neelima Menon (2014-11-24). "Vedhika Interview: The Fairy Tale Princess". Silverscreen.in. Retrieved 5 February 2017.
  34. "The taste of success". The Hindu. 2014-12-05. Retrieved 5 February 2017.
  35. By Ians (2014-08-20). "'Kaaviya Thalaivan' was a Rewarding Experience: Vedhika". The New Indian Express. Archived from the original on 2016-06-03. Retrieved 5 February 2017.
  36. "Kaaviyathalaivan (aka) Kaaviya Thalaivan review". Behindwoods.com. 2014-11-28. Retrieved 5 February 2017.
  37. "Review : Kaaviya Thalaivan". Sify.com. Retrieved 5 February 2017.