ବାଲିମେଳା ଜଳଭଣ୍ଡାର

Coordinates: 18°18′29″N 82°15′23″E / 18.30806°N 82.25639°E / 18.30806; 82.25639
ଉଇକିପିଡ଼ିଆ‌ରୁ
ବାଲିମେଳା ଜଳଭଣ୍ଡାର
ଦିଗବାରେଣି18°18′29″N 82°15′23″E / 18.30806°N 82.25639°E / 18.30806; 82.25639
ସ୍ଥିତିସମ୍ପୂର୍ଣ
ମାଲିକଓଡ଼ିଶା ସରକାର
ବନ୍ଧ ଓ ପାଣି ଯିବା ବାଟ
ପାଣିଯିବା ବାଟର ପ୍ରକାରOgee section
ପାଣିଯିବା ବାଟର କ୍ଷମତା10930 cumecs
ପରିଚାଳକOdisha

ବାଲିମେଳା ଜଳଭଣ୍ଡାର, ଭାରତୀୟ ରାଜ୍ୟ ଓଡ଼ିଶାର ମାଲକାନଗିରି ଜିଲ୍ଲାର ସିଲେରୁ ନଦୀ ଉପରେ ନିର୍ମିତ ଏକ ଜଳଭଣ୍ଡାର । ସିଲେରୁ ନଦୀ ଗୋଦାବରୀ ନଦୀ[୧]ର ଏକ ଉପନଦୀ । ବାଲିମେଳ ଜଳଭଣ୍ଡାରର ଜଳ ଧାରଣ କ୍ଷ୍ୟମତା ୩୬୧୦ ମିଲିୟନ ଘନା ମିଟର । [୨]

ଆନ୍ଧ୍ରପ୍ରଦେଶଓଡ଼ିଶା ରାଜ୍ୟ ସହ ସମଭାଗିତା ଭିତ୍ତିରେ ସିଲେରୁ ନଦୀର ଜଳକୁ ବଣ୍ଟନ କରିବା ପାଇଁ ବୁଝାମଣା କରାଯାଇ ଏହି ଜଳଭଣ୍ଡାର ନିର୍ମିତ ହେଇଥିଲା । ଏଥିରୁ ନିଜ ଭାଗ ଜଳକୁ ପୋଟେରୁ ଅଞ୍ଚଳକୁ ଆଣି ଓଡ଼ିଶା ପୋଟେରୁ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବା ସହ ୩୬୦ ମେଗା ୱାଟ ଶକ୍ତି ଉତ୍ପାଦନ କରୁଛି । ବାଲିମେଳାରୁ ଅଣା ଯାଇଥିବା ପୋଟେରୁ ଜଳାଧାରରେ ସୁରୁଳିକୋଣ୍ଡାଠାରେ ଏକ ବରେଜ ନିର୍ମାଣ କରି ଦୁଇଟି କେନାଲ ଜରିଆରେ ବାଲିମେଳା ଶକ୍ତି ଉତ୍ପାଦନ କେନ୍ଦ୍ରରୁ ନିର୍ଗତ ଜଳକୁ ଜଳସେଚନ ପାଇଁ ବ୍ୟବହାର କରାଯାଉଛି । ତମଶା ମୁଖ୍ୟ କେନାଲ ଓ ଗୋମ୍କୋକୋଣ୍ଡା ମୁଖ୍ୟ କେନାଲ ନାମରେ ଏହି ଦୁଇ କେନାଲଦ୍ୱାରା ମାଲକାନଗିତି ଜିଲ୍ଲାର ଚାଷ ଜମିରେ ଜଳସେଚନ ହେଇଥାଏ । ଏହା ଏହି ଅଞ୍ଚଳର ଅର୍ଥନୈତିକ ଉନ୍ନତି ଦିଗରେ ବହୁଳ ସହାୟତା ପ୍ରଦାନ କରି ଆସୁଛି । ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରର ବିଦ୍ୟୁତ ଉତ୍ପାଦନ କ୍ଷ୍ୟମତାକୁ ମଧ୍ୟ ଆଉ  ଦୁଇଟି ୭୫ ମେଗାୱାଟ ଶକ୍ତି ବିଶିଷ୍ଟ ଏକକ ସ୍ଥାପନ କରି ଏହାର ସମୁଦାଯ ଶକ୍ତି ଉତ୍ପାଦନକୁ ୫୧୦ ମେଗା ୱାଟକୁ ବୃଦ୍ଧି କରାଯିବାର ଯୋଜନା କରାଯାଇଛି ।  

ବାଲିମେଳା ପ୍ରକଳ୍ପରୁ ଆନ୍ଧ୍ର ପ୍ରଦେଶର ଅଂଶ ଜଳକୁ ଛଡା ଯାଇ ତାହାଦ୍ୱାରା ଡୋଙ୍କାରାଇଠାରେ ଅପର  ସିଲେରୁ ଓ ତଳ ମୁଣ୍ଡରେ ଲୋଅର ସିଲେରୁ ନାମକ ଜଳବିଦ୍ୟୁତ ପ୍ରକଳ୍ପ ସ୍ଥାପନ ହେଇ ନିର୍ଗତ ଜଳକୁ ଜଳସେଚନ ପାଇଁ ବ୍ୟବହାର କରାଯାଇଥାଏ । 

ଅନ୍ତ-ରାଜ୍ୟ ଜଳବିବାଦ [ସମ୍ପାଦନା]

ବାଲିମେଳା ତଳ ମୁଣ୍ଡରେ ଆନ୍ଧ୍ର ପ୍ରଦେଶଦ୍ୱାରା ନିର୍ମିତ ହେବାକୁ ଥିବା ୩୦ ମେଗା ୱାଟ ଶକ୍ତି କେନ୍ଦ୍ରକୁ ନେଇ ଓଡ଼ିଶାଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦର ସୂତ୍ରପାତ ହେଇଛି । ଯଦିଓ ଏହା ରାଜିନାମାରେ ରହିଥିଲା , ତେବେ ଏହାର କିଛି ଅଂଶ ଓଡ଼ିଶାର ଜାଗା ବିପନ୍ନ ହାଉଥିବାରୁ ଓଡ଼ିଶା ସରକାର ତାହାର ପ୍ରତିବାଦ କରିଛନ୍ତି । ଏହା ବ୍ଯତୀତ କୋଲବ ନଦୀ ଜଳକୁ ସିଲେରୁ ପ୍ରକଳ୍ପକୁ ଅଣା ଯାଇ ତାହାଦ୍ୱାରା ଅଧିକ ଜଳବିଦ୍ୟୁତ ଓ ଜଳସେଚନ କରାଯିବାର ଯୋଜନା ମଧ୍ୟ ଏହି ଅଞ୍ଚଳ ବିବାଦ ହେତୁ ସ୍ଥାଣୁ ଅବସ୍ଥାରେ ରହିଛି । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Godavari river basin map" (PDF). Archived from the original (PDF) on 2013-10-12. Retrieved 2017-01-24.
  2. "Balimela Dam D05864". Retrieved April 2, 2016.

ବାହାର ଲିଙ୍କ [ସମ୍ପାଦନା]