Jump to content

କର୍ଣପ୍ରୟାଗ

ଉଇକିପିଡ଼ିଆ‌ରୁ
Karṇaprayāga
कर्ण प्रयाग
Karnprayag, Karna Prayag
city
The Alaknanda River flowing in from the left meets the Pindar River (center background) to flow on as the Alaknanda again (foreground) at Karnaprayag
The Alaknanda River flowing in from the left meets the Pindar River (center background) to flow on as the Alaknanda again (foreground) at Karnaprayag
Country India
StateUttarakhand
DistrictChamoli
Elevation
1,451 m (4,760 ft)
Population
 (2001)
 • Total୬,୯୭୬
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣUK
Websiteuk.gov.in

କର୍ଣପ୍ରୟାଗ,  ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ଏକ ସହର ଓ ମୁନ୍ସିପାଲିଟି । ହିନ୍ଦୁ ଧର୍ମର ପାଞ୍ଚଟି ପ୍ରୟାଗ ମଧ୍ୟରୁ ଏହା ଅନନ୍ୟତମ ଓ ଏହା ଅଳକାନନ୍ଦା ନଦୀ ଓ ପିଣ୍ଡର ନଦୀର ସାଙ୍ଗମା ସ୍ଥଳରେ ରହିଛି । 

ଜନସଂଖ୍ୟା 

[ସମ୍ପାଦନା]

2001 ମସିହା ଜନଗଣନା ଅନୁସାରେ ଏଠାକାର ଜନସଂଖ୍ୟା 6976  ଥିଲା । ଏଥିରୁ ପୁରୁଷ ସଂଖ୍ୟା 56 %ଥିବା ସ୍ଥଳେ ମହିଳା ସଂଖ୍ୟା 44 % ଥିଲା । 6 ବର୍ଷରୁ କମ ସଂଖ୍ୟା ଏଠାରେ 13 %  ରହିଥିଲା । କର୍ଣପ୍ରାୟଗର  ସାକ୍ଷ୍ୟରତା ହାର 76% ଥିଲା । 

ଭୌଗୋଳିକ ଅବସ୍ଥିତି 

[ସମ୍ପାଦନା]

ଏହାର ଭୌଗୋଳିକ ଅବସ୍ଥିତି  30°16′N 79°15′E / 30.27°N 79.25°E / 30.27; 79.25.[] ଏହା ସମୁଦ୍ରପତ୍ତନଠାରୁ ହାରାହାରି 4,760 ଫୁଟ ଉପରେ ରହିଛି । ପିଣ୍ଡାରି ନଦୀ ଓ ଅଳକାନନ୍ଦା ଏଠାରେ ମିଶୁଥିବା ବେଳେ ବରଫାବୃତ ନନ୍ଦା ଦେବୀ ପର୍ବତ , ତ୍ରିଶୂଳ , ଦ୍ରୋଣ ଗିରି , ନାରଦ ଗୁନ୍ଥି , ମୃଗଠୁଣି ଓ ମାଇକଟୋଲି ପର୍ବତ ଏହା ନିକଟରେ ରହିଛି । 

ଦର୍ଶନୀୟ ସ୍ଥଳ 

[ସମ୍ପାଦନା]

 ଭାରତର 5ଟି ପ୍ରୟାଗ , ଯାହାକୁ ପଞ୍ଚ-ପ୍ରୟାଗ କୁହା ଯାଇଥାଏ ସେଗୁଡ଼ିକ ହେଲା ,ବିଷ୍ଣୁ ପ୍ରୟାଗ , ନନ୍ଦା ପ୍ରୟାଗ, କର୍ଣ ପ୍ରୟାଗ , ରୁଦ୍ର ପ୍ରୟାଗ ଓ ଦେବ ପ୍ରୟାଗ । ଇଲାହାବାଦ , ଯେଉଁଠାରେ ଗଙ୍ଗା , ଯମୁନା ଓ ସରସ୍ୱତୀ ନଦୀର ଟୃ-ସାଙ୍ଗମା ଘଟିଥାଏ ତାହାକୁ " ପ୍ରୟାଗ" କୁହାଯାଏ । ଏହା ଭାରତୀୟ ହିନ୍ଦୁ ଧର୍ମର ଏକ ବହୁତ ମହତ୍ୱପୂର୍ଣ ତୀର୍ଥ ସ୍ଥଳୀ ଭାବରେ ପ୍ରସିଦ୍ଧ । କର୍ଣ ପ୍ରୟାଗଠାରେ ମହାଭାରତର କର୍ଣ ଆସି ସେହି ସ୍ଥଳରେ ସୂର୍ଯ୍ୟ ଉପାସନା କରିଥିଲେ ବୋଲି କୁହାଯାଇଥାଏ । କର୍ଣ ପ୍ରୟାଗଠାରେ ଏକ ପୁରାତନ ମନ୍ଦିର ମଧ୍ୟ ରହିଛି ଯାହା ଦେବୀ ଉମାଙ୍କୁ ସମର୍ପିତ । 

ମହାଦାନୀ କର୍ଣ ଓ ଶ୍ରୀକୃଷ୍ଣଙ୍କ କୂଟନୀତି

[ସମ୍ପାଦନା]

ଭିନ୍ନ ଏକ ବର୍ଣ୍ଣନା ଅନୁସାରେ ଏଠାରେ ଭଗବାନ ଶ୍ରୀ କୃଷ୍ଣ ମହାଭାରତ ଯୁଦ୍ଧ  ରେ କର୍ଣ ଅର୍ଜୁନଙ୍କଦ୍ୱାରା ବଧ ହେବା ପରେ ସମାଧି ଦେଇଥିଲେ । ଏହି ଗଳ୍ପଟି ଅତି ରୋଚକ ହେଇଥାଏ । ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନ  ଙ୍କ ରଥ ସାରଥି ହେଇ ତାଙ୍କୁ ସବୁ କୌଶଳ ଅନୁସାରେ କୌରବ ବୀରମାନଙ୍କୁ ଜିତିବାରେ ସାହାଜ୍ଯ କରୁଥିଲେ । ମହାବୀର କର୍ଣ ତାଙ୍କ ଜୀବନ କାଳ ମଧ୍ୟରେ ମହା ଦାନୀ ଭାବରେ ବହୁତ ପୂଣ୍ୟ ଅର୍ଜନ କରିଥିଲେ । ସେ ଯିଏ ଯାହା ମାଗୁଥିଲେ ତାହା ନିଶ୍ଚୟ ଦାନ କରୁଥିଲେ । ଯୁଦ୍ଧ ସମୟରେ ଅର୍ଜୁନ ଯାହା କାଲେ ଭି କର୍ଣଙ୍କୁ ନିହତ କରିପାରୁ ନ ଥିଲେ । କର୍ଣଙ୍କ ରଥ ଛକ ଥରେ ଭୂମି ଭିତରେ ଦବି ଯାଇଥିଲା ବେଳେ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଅର୍ଜୁନ ନିରସ୍ତ୍ର କର୍ଣଙ୍କ ଉପରେ ଅଞ୍ଜଳିକା ଅସ୍ତ୍ର ପ୍ରୟୋଗ କାଲେ । ମାତ୍ର ଧର୍ମଦେବତା କର୍ଣଙ୍କୁ ରକ୍ଷୟା କରୁଥିବାରୁ ସେ ନିହତ ହାଉନଥିବା କଥା ଭଗବାନ ଶ୍ରୀକୃଷ୍ଣ ଜାଣିପାରିଲେ । ଧର୍ମ ଦେବତାଙ୍କ ରକ୍ଷଣ ମିଳୁଥିବା ଯାଏ କର୍ଣଙ୍କୁ କେହି ମରିପାରିବେ ବହି ଯାନୀ ଶ୍ରୀକୃଷ୍ଣ ଉପାୟ ଚିନ୍ତା କଲେ । ସେ ଏକ ବ୍ରାହ୍ମଣ ବେଶରେ କର୍ଣଙ୍କ ନିକଟରେ ପହଞ୍ଚିଲେ ଓ ତାଙ୍କୁ ତାଙ୍କର ଅର୍ଜିତ ସମସ୍ତ ଧର୍ମ ଦାନ ହିସାବରେ ମାଗିଲେ । ମହାଦାନୀ କର୍ଣ ସେଇ ମୁହୂର୍ତରେ ତାଙ୍କର ସମସ୍ତ ଅର୍ଜିତ ଧର୍ମକୁ ରକ୍ତ ହିସାବରେ ବ୍ରାହ୍ମଣ ରୂପୀ କୃଷ୍ଣଙ୍କୁ ପ୍ରଦାନ କରିଦେଲେ । ଭଗବାନ ଶ୍ରୀକୃଷ୍ଣ ସେହିଠାରେ କର୍ଣଙ୍କୁ ତାବକର ବିଶ୍ୱରୂପ ଦର୍ଶନା କରେଇଥିଲେ । ତାହା ପରେ ଅର୍ଜୁନଙ୍କ ଶରଦ୍ୱାରା କାରଣ ନିହତ ହେଲେ । ଅର୍ଜିତ ଧର୍ମ ଚାଲିଯାଇଥିବା ହେତୁ ଆଉ  ଧର୍ମଦେବତା ତାଙ୍କୁ ସୁରକ୍ଷ୍ୟା ଦେଇପାରିନଥିଲେ । କର୍ଣ ମୃତ୍ୟୁ ଆଗରୁ ଭଗବାନଙ୍କ ମାୟା ବିଷୟ ଜାଣି ମଧ୍ୟ ଦୁଖିତ ନ ହେଇ ତାଙ୍କୁ ମରଣ ପରେ ଏପରି ଏକ ସ୍ଥାନରେ କବର ଦେବାକୁ କହିଥିଲେ ଯେଉବଠାରେ କାହାର ପଦ ପାଟଣା ହେଇନଥିବ । ଶ୍ରୀକୃଷ୍ଣ କର୍ଣ ଅର୍ଜୁନଙ୍କ ଶରଦ୍ୱାରା ନିହତ ହେଲା ପରେ କର୍ଣଙ୍କୁ ନେଇ କର୍ଣ ପ୍ରୟାଗଠାରେ ସମାଧି ଦେଇଥିଲେ ।[] 


ଗମନାଗମନ 

[ସମ୍ପାଦନା]

213 କିଲୋମିଟର ଦୁରବର୍ତୀ ଦେହେରାଡୁନଠାରେ ଏହାର ନିକଟତମ ବିମାନ ବନ୍ଦର ରହିଛି ।ରିଷିକେଶଠାରେ ଏଠାକୁ ଆସିବାକୁ ରେଳ ସୁବିଧା ରହିଛି । କିନ୍ତୁ ରିଷିକେଶରେ ଏକ୍ସପ୍ରେସ ଟ୍ରେନ ରହଣି ନ ଥିବାରୁ ଯାତ୍ରୀମାନେ ହରିଦ୍ୱାର ଷ୍ଟେସନ ଦେଇ ଆସିପାରନ୍ତି । ଜାତୀୟ ରାଜପଥ 58 ଏହି ସ୍ଥାନ ନିକଟରେ ଯାଇଥିବାରୁ କର୍ଣ ପ୍ରୟାଗକୁ ଦିଲ୍ଲୀ ଓ ବଦ୍ରୀନାଥରୁ ସଡକ ପଥରେ ସୁବିଧାରେ ଆସି ହୁଏ ।  

ଗ୍ୟାଲେରି 

[ସମ୍ପାଦନା]

ଛାଞ୍ଚ:Panch Prayag

ଆଧାର 

[ସମ୍ପାଦନା]
  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  2. M.P. Veerendra Kumar. Haimavatabhoovil. Mathrubhumi Books. p. 734. ISBN 978-81-8264-560-8.

ବାହାର ଲିଙ୍କ 

[ସମ୍ପାଦନା]

କର୍ଣପ୍ରୟାଗ,  ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ଏକ ସହର ଓ ମୁନ୍ସିପାଲିଟି । ହିନ୍ଦୁ ଧର୍ମର ପାଞ୍ଚଟି ପ୍ରୟାଗ ମଧ୍ୟରୁ ଏହା ଅନନ୍ୟତମ ଓ ଏହା ଅଳକାନନ୍ଦା ନଦୀ ଓ ପିଣ୍ଡର ନଦୀର ସାଙ୍ଗମା ସ୍ଥଳରେ ରହିଛି ।