ଉଦୟଗିରି, ଆନ୍ଧ୍ରପ୍ରଦେଶ
ଉଦୟଗିରି | |
---|---|
Country | India |
State | Andhra Pradesh |
District | Nellore District |
Elevation | 230 m (750 ft) |
Languages | |
Time zone | UTC+5:30 (IST) |
PIN | 524 226 |
Telephone code | 08620 |
ଯାନବାହାନ ପଞ୍ଚୀକରଣ | AP-26 |
ଉଦୟଗିରି, ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ନେଲଲୋର ଜିଲ୍ଲାର ଏକ ମଣ୍ଡଳ ସ୍ତରୀୟ ସହର । [୧]
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ଉଦୟଗିରିର ଭୌଗୋଳିକ ଅବସ୍ଥିତି 14°52′00″N 79°19′00″E / 14.8667°N 79.3167°E.[୨] ଠାରେ । ସମୁଦ୍ରପତ୍ତାନଠାରୁ ଏହା ୭୫୭ ଫୁଟ ଉପରେ ।
ଇତିହାସ
[ସମ୍ପାଦନା]ଉଦୟଗିରିର ଜଣା ଇତିହାସ ୧୪ଶ ଶତାବ୍ଦୀର । ଏହା ଓଡ଼ିଶାର ତତ୍କାଳୀନ ଲାଙ୍ଗୁଳା ଗଜପତିଙ୍କ ରାଜ୍ୟର ରାଜଧାନୀ ରହିଥିଲା । ୧୫୧୨ ମସିହା ସମୟକୁ ଏହା ବିଜଯନଗରର କୃଷ୍ଣଦେବ ରାୟଙ୍କ ଅଧୀନକୁ ଆସିଥିଲା ।ଲାଙ୍ଗୁଳା ଗଜପତି ନିରଣନ କରିଥିବା ଉଦୟଗିରି ଦୁର୍ଗ ଚତୁର୍ଦିଗରୁ ଦୁର୍ଗମ ଥିଲା । ପୂର୍ବ ଦିଗରେ ଥିବା ଏକମାତ୍ର ଜଙ୍ଗଲ ରାସ୍ତା ଦେଇ ଏହା ଭିତରକୁ ପ୍ରବେଶ ସମ୍ଭବ ଥିଲା । କୃଷ୍ଣଦେବ ରାୟ ଏହାକୁ ୧୮ ମାସ କାଳ ଘେରେଇ ରାଖୀ ଯୁଦ୍ଧ କରିବା ପରେ ଏହାକୁ ଅଧିକାର କରିବାକୁ ସକ୍ଷମ ହେଇଥିଲେ । ଏହି ଯୁଦ୍ଧରେ ଗଜପତି ରାଜା ପ୍ରତପୁରୁଦ୍ର ଦେବଙ୍କ ପରାଜୟ ହେଇଥିଲା ।
ଗଜପତି ଓ ବିଜଯନଗର ସାମ୍ଭ୍ରାଜ୍ୟର ଶାସନ କାଳରେ ଦୁର୍ଗର ପରିବର୍ଦ୍ଧନ କାର୍ଯ୍ୟ ହେଇଥିଲା । ସମୁଦାୟ ସହର ଓ ଚତୁପାର୍ଶ୍ୱରେ ଥିବା ପାହାଡକୁ ପ୍ରାଚୀରଦ୍ୱାରା ଅବଦ୍ଧ କରାଯାଇଥିଲା । ଏହି ପ୍ରାଚୀର ପାହାଡ ଉପରର ୧୦୦୦ ଫୁଟ ଉତ୍ଛ ସ୍ଥାନ ପାଇଁ ମଧ୍ୟ ନିର୍ମିତ ହେଇଥିଲା । ଦୁର୍ଗ ମଧ୍ୟରେ ୧୩ଟି ପ୍ରସାଦ ଥିଲା । ଏସଡ଼ବଲଇଉ ମଧ୍ୟରୁ ୮ଟି ପାହାଡ ଉପରେ ଓ ଅନନ୍ୟଗୁଡ଼ିକ ପାହାଡର ତଲଦେଶରେ ଥିଲା । ଏହା ମଧ୍ୟରେ ସୁନ୍ଦର ମନ୍ଦିର ଓ ଉଦ୍ୟାନ ମାନ ମଧ୍ୟ ନିର୍ମିତ ହେଇଥିଲା ।
ବିଜଯନଗର ସମ୍ଭ୍ରାଜ୍ୟ ର ପାଟଣା ପରେ ଗୋଲୁଣ୍ଡା ମୁଖିଆ ମାନଙ୍କଦ୍ୱାରା ଏହା ଶାସିତ ହେଲା । ଗୋଳକୁନ୍ଦାର ମୁଖ୍ୟ ସୁଲତାନ ଅବଦୁଲ୍ଲା ମନ୍ଦିର ଉପରେ ଥିବା ମସ୍ଜିଦ ନିର୍ମାଣ କରିଥିବା କଥା ମସଜିଦର କାନ୍ଥରେ ଲେଖା ରହିଛି । ଏହା ପରେ ଏହା ଆର୍କଟର ନବାବଙ୍କ ଅଧୀନକୁ ଆସିଲା । ସେ ମୁସ୍ତାଫା ଅଲି ଖାନଙ୍କୁ ତାହା ଜାଗିର ଭାବରେ ପ୍ରଦାନ କରିଥିଲେ । ତାଙ୍କ ବଂଶଧରମାନେ ଏହାକୁ ୧୮୩୯ ମସିହା ଯାଏ ଶାସନ କରିଥିଲେ ଓ ସେମାନେ ବିଶ୍ୱାସ ଘାତକତା କରିବାରୁ ତାହା ପୁନଶ୍ଚ ନବାବଙ୍କ ଅଧୀନକୁ ଗଲା ।
ବର୍ତ୍ତମାନ ଏହି ସହରକୁ ' ନବାବି ଆଡ୍ଡା " କୁହାଯାଇଥାଏ । ଏଠାରେ ସଂଖ୍ୟାଧିକ ମୁସଲମାନ ସଂପ୍ରଦାଯ ଲୋକ ରହିବା ସହ ଏଠାରେ ଉର୍ଦ୍ଦୁ ଓ ହିନ୍ଦୀ ଉଭୟ ଭାଷା ତେଲୁଗୁ ସହ ପ୍ରଚଳିତ । ଏହି ସ୍ଥାନ ନେଲଲୋରଠାରୁ ୯୬ କିଲୋମିଟର ଦୂର ।
ଆଧାର
[ସମ୍ପାଦନା]- ↑ "List of Sub-Districts". Census of India. Retrieved 2007-03-26.
- ↑ Falling Rain Genomics.