ଦିବଙ୍ଗ ନଦୀ

ଉଇକିପିଡ଼ିଆ‌ରୁ

ଦିବଙ୍ଗ ନଦୀ , ବ୍ରହ୍ମପୁତ୍ର ନଦୀର ଏକ ଶାଖା  ନଦୀ ଓ ଏହା ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶଆସାମ ଦେଇ ପ୍ରବାହିତ ହୁଏ । 

ଗତିପଥ [ସମ୍ପାଦନା]

ଦିବଙ୍ଗ ନଦୀର ଉପତ୍ତି ଇଣ୍ଡୋ- ଚାଇନୀଜ ସୀମାରେଖା ପାଖରେ ଥିବା ଅରଣାଚଳ ପ୍ରଦେଶର କେୟା ସଙ୍କଟ ନିକଟରେ ହୋଇଥାଏ । ଏହାର ବେସିନ ଅଞ୍ଚଳ ଅରୁଣାଚଳ ପ୍ରଦେଶର ଦିବଙ୍ଗ ଉପତ୍ୟକା ଓ ତଳ ଦିବଙ୍ଗ ଉପତ୍ୟକା ,> ଦିବଙ୍ଗ ନଦୀର ଉପର ଅଂଶରେ ମିଶମୀ ପାର୍ବତ୍ଯ ଅଞ୍ଚଳ ରହିଛି ଓ ଏଠାରୁ ଦିବଙ୍ଗ ନଦୀ ସମତଳକୁ ପ୍ରବେଶ କରେ । ଏଠାରେ ଦିବଙ୍ଗ ନଦୀ ତୀବ୍ର ଗତିରେ ଗମନ କରେ ଓ ଏହାର ପ୍ରସ୍ଥ ସ୍ଥଳ ବିଶେଷରେ 4ରୁ 9 କିଲୋମିଟର ହେଇଥାଏ ।  ଏହି ଅଞ୍ଚଳରେ ନଦୀ ତାହାର ଗତିପଥ ସମୟ ସମୟରେ ପରିବର୍ତ୍ତନ କରି ବହୁ ଅଞ୍ଚଳର ଚାଷ ଜମି ଓ ଜଙ୍ଗଲକୁ ଦ୍ୱଂଶ କରିଥାଏ ।  ଦିବଙ୍ଗ ନଦୀର ସମୁଦାୟ ଦୈର୍ଘ୍ୟ 195 କିଲୋମିଟର ଓ ଏହା ଆସାମ ରାଜ୍ୟର ସାଇକୋହୋବା ଅଭୟାରଣ୍ୟ ନିକଟସ୍ଥ ସଦୀୟ ସହର ନିକଟରେ ଲୋହିତ ନଦୀରେ ମାର୍ଜିତ ହୁଏ । .[୧][୨]

ଉପନଦୀ ସମୂହ [ସମ୍ପାଦନା]

ଦିବଙ୍ଗ ନଦୀର ମୁଖ୍ୟ ଶାଖା  ନଦୀଗୁଡ଼ିକ ହେଲା ମଥୁନ , ଟଙଗୋନ, ଡ୍ରି, ଈଥୁମ , ଏମରା ।ଏଥିରେ ଆଇରି ପାଣି , ଅହି ,ଅଶୁପାଣି ଏପିଫାନୀ ଓ ଦେଓପାଣି ଆଦି ଉପନଦୀ ଯୋଗ ଦିଅନ୍ତି । ଏଠି ମଧ୍ୟରୁ ଅନେକ ଏହା ସହ ଉପର ମୁଣ୍ଡ ସ୍ଥ ପାର୍ବତ୍ଯ ଇଲାକାରେ ଯୋଗ ଦେଇଥାନ୍ତି । [୩][୪]

ଜଳବିଦ୍ୟୁତ ପ୍ରକଳ୍ପ ସବୁ [ସମ୍ପାଦନା]

2008 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ 3000 ମେଗାୱାଟ କ୍ଷ୍ୟମତା ବିଶିଷ୍ଟ ଜଳ ବିଦ୍ୟୁତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହା ତଳ ଦିବଙ୍ଗ ଉପତ୍ୟକା ଜିଲ୍ଲାରେ ଏକ ବହମୁଖୀ ପ୍ରକଳ୍ପ ଭାବରେ କରାଯାଇଥିଲା । ଏହି ନଦୀରେ 17ଟି ଅନ୍ୟ ପ୍ରକଳ୍ପ 20ରୁ 4500 ମେଗା ୱାଟ ଶକ୍ତି ଉତ୍ପାଦନ କ୍ଷ୍ୟମତା ଥାଇ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ପ୍ରସ୍ତାବିତ ଦିବଙ୍ଗ ଡେମ ନିର୍ମିତ ହେଲେ ଠ 288 ମିଟର ପତ୍ତନ ଉପରେ ରହି ବିଶ୍ୱର ସର୍ବୋଛ ଜଳଚପ ବନ୍ଧ ହେବା ସହ ଭାରତର ଏକ ସର୍ବବୃହତ ହେଇପାରିବ । ତେବେ ହେଇ ପ୍ରକଳ୍ପ ଆସାମର ଲୋକଙ୍କ ବିରୋଧ ଯୋଗୁଁ ଅଦ୍ୟାବଧି ହେଇ ପରି ନାହିଁ ।[୫][୬]

ଆଧାର [ସମ୍ପାଦନା]

  1. "Restoration Proposal for Dibang & Lohit Rivers". Retrieved 14 September 2013.
  2. "Dibang sub basin of Brahmaputra Basin". National Institute of Hydrology. Archived from the original on 1 August 2014. Retrieved 14 September 2013.
  3. "Restoration Proposal for Dibang & Lohit Rivers". Retrieved 14 September 2013.
  4. "Dibang sub basin of Brahmaputra Basin". National Institute of Hydrology. Archived from the original on 1 August 2014. Retrieved 14 September 2013.
  5. "Disquiet in Dibang". Down to Earth. 15 May 2008. Archived from the original on 13 March 2013. Retrieved 14 September 2013.
  6. "Protests against public hearing on Dibang dam". The Assam Tribune. 5 March 2013. Archived from the original on 16 October 2014. Retrieved 14 September 2013.