ଦିବଙ୍ଗ ନଦୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଦିବଙ୍ଗ ନଦୀ , ବ୍ରହ୍ମପୁତ୍ର ନଦୀର ଏକ ଶାଖା  ନଦୀ ଓ ଏହା ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶଆସାମ ଦେଇ ପ୍ରବାହିତ ହୁଏ । 

ଗତିପଥ [ସମ୍ପାଦନା]

ଦିବଙ୍ଗ ନଦୀର ଉପତ୍ତି ଇଣ୍ଡୋ- ଚାଇନୀଜ ସୀମାରେଖା ପାଖରେ ଥିବା ଅରଣାଚଳ ପ୍ରଦେଶର କେୟା ସଙ୍କଟ ନିକଟରେ ହେଇଥାଏ । ଏହାର ବେସିନ ଅଞ୍ଚଳ ଅରୁଣାଚଳ ପ୍ରଦେଶର ଦିବଙ୍ଗ ଉପତ୍ୟକା ଓ ତଳ ଦିବଙ୍ଗ ଉପତ୍ୟକା ,> ଦିବଙ୍ଗ ନଦୀର ଉପର ଅଂଶରେ ମିଶମୀ ପାର୍ବତ୍ଯ ଅଞ୍ଚଳ ରହିଛି ଓ ଏଠାରୁ ଦିବଙ୍ଗ ନଦୀ ସମତଳକୁ ପ୍ରବେଶ କରେ । ଏଠାରେ ଦିବଙ୍ଗ ନଦୀ ତୀବ୍ର ଗତିରେ ଗମନ କରେ ଓ ଏହାର ପ୍ରସ୍ଥ ସ୍ଥଳ ବିଶେଷରେ 4ରୁ 9 କିଲୋମିଟର ହେଇଥାଏ ।  ଏହି ଅଞ୍ଚଳରେ ନଦୀ ତାହାର ଗତିପଥ ସମୟ ସମୟରେ ପରିବର୍ତ୍ତନ କରି ବହୁ ଅଞ୍ଚଳର ଚାଷ ଜମି ଓ ଜଙ୍ଗଲକୁ ଦ୍ୱଂଶ କରିଥାଏ ।  ଦିବଙ୍ଗ ନଦୀର ସମୁଦାଯ ଦୈର୍ଘ୍ୟ 195 କିଲୋମିଟର ଓ ଏହା ଆସାମ ରାଜ୍ୟର ସାଇକୋହୋବା ଅଭୟାରଣ୍ୟ ନିକଟସ୍ଥ ସଦୀୟ ସହର ନିକଟରେ ଲୋହିତ ନଦୀରେ ମାର୍ଜିତ ହୁଏ । .[୧][୨]

ଉପନଦୀ ସମୂହ [ସମ୍ପାଦନା]

ଦିବଙ୍ଗ ନଦୀର ମୁଖ୍ୟ ଶାଖା  ନଦୀ ଗୁଡିକ ହେଲା ମଥୁନ , ଟଙଗୋନ, ଡ୍ରି, ଈଥୁମ , ଏମରା ।ଏଥିରେ ଆଇରି ପାଣି , ଅହି ,ଅଶୁପାଣି ଏପିଫାନୀ ଓ ଦେଓପାଣି ଆଦି ଉପନଦୀ ଯୋଗ ଦିଅନ୍ତି । ଏଠି ମଧ୍ୟରୁ ଅନେକ ଏହା ସହ ଉପର ମୁଣ୍ଡ ସ୍ଥ ପାର୍ବତ୍ଯ ଇଲାକାରେ ଯୋଗ ଦେଇଥାନ୍ତି । [୩][୪]

ଜଳବିଦ୍ୟୁତ ପ୍ରକଳ୍ପ ସବୁ [ସମ୍ପାଦନା]

2008 ମସିହାରେ ତତ୍ କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ 3000 ମେଗାୱାଟ କ୍ଷ୍ୟମତା ବିଶିଷ୍ଟ ଜଳ ବିଦ୍ୟୁତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହା ତଳ ଦିବଙ୍ଗ ଉପତ୍ୟକା ଜିଲ୍ଲାରେ ଏକ ବହମୁଖୀ ପ୍ରକଳ୍ପ ଭାବରେ କରାଯାଇଥିଲା । ଏହି ନଦୀରେ 17ଟି ଅନ୍ୟ ପ୍ରକଳ୍ପ 20ରୁ 4500 ମେଗା ୱାଟ ଶକ୍ତି ଉତ୍ପାଦନ କ୍ଷ୍ୟମତା ଥାଇ କରାଯିବା ପାଇଁ ସ୍ଥିରୀକୃତ ହେଇଛି । ପ୍ରସ୍ତାବିତ ଦିବଙ୍ଗ ଡେମ ନିର୍ମିତ ହେଲେ ଠ 288 ମିଟର ପତ୍ତନ ଉପରେ ରହି ବିଶ୍ୱର ସର୍ବୋଛ ଜଳଚପ ବନ୍ଧ ହେବା ସହ ଭାରତର ଏକ ସର୍ବବୃହତ ହେଇପାରିବ । ତେବେ ହେଇ ପ୍ରକଳ୍ପ ଆସାମର ଲୋକଙ୍କ ବିରୋଧ ଯୋଗୁଁ ଅଦ୍ୟାବଧି ହେଇ ପରି ନାହିଁ ।[୫][୬][୭]

ଆଧାର ସମୂହ [ସମ୍ପାଦନା]

  1. "Restoration Proposal for Dibang & Lohit Rivers". Retrieved 14 September 2013.
  2. "Dibang sub basin of Brahmaputra Basin". National Institute of Hydrology. Retrieved 14 September 2013.
  3. "Restoration Proposal for Dibang & Lohit Rivers". Retrieved 14 September 2013.
  4. "Dibang sub basin of Brahmaputra Basin". National Institute of Hydrology. Retrieved 14 September 2013.
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; themishmis ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. "Disquiet in Dibang". Down to Earth. 15 May 2008. Retrieved 14 September 2013.
  7. "Protests against public hearing on Dibang dam". The Assam Tribune. 5 March 2013. Retrieved 14 September 2013.