ଦଶିପୋକ ସଂକ୍ରମଣ
ଦଶିପୋକ ସଂକ୍ରମଣ | |
---|---|
ଇଂରାଜୀ ପ୍ରତିଶବ୍ଦ - enterobiasis, oxyuriasis[୧] | |
ବିଭାଗ | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | B80. |
ଆଇସିଡ଼ି-୯-ସିଏମ୍ | 127.4 |
ରୋଗ ଡାଟାବେସ | 13041 |
MeSH | D017229 |
ଦଶିପୋକ ସଂକ୍ରମଣ (ଇଂରାଜୀରେ Pinworm infection ବା ଏଣ୍ଟେରୋବାଏସିସ/ enterobiasis, ଏକ ପ୍ରକାର ମାନବ ପରଭୋଜୀ ରୋଗ (human parasitic disease) ଯାହା ପିନୱର୍ମ (pinworm) (ପ୍ରତିଶବ୍ଦ ଥ୍ରେଡୱର୍ମ, ସିଟୱର୍ମ) ପରଭୋଜୀ ଯୋଗୁ ହୁଏ ।[୨] ଏହି ରୋଗ ହେଲେ ସାଧାରଣତଯ ମଳଦ୍ୱାର (anal) ପାଖରେ ଗଲୁ (itch) କରେ । ଏହି ଗଲୁ ଯୋଗୁ ଶୟନରେ ବାଧା ହୁଏ ।[୧] ଏହି ପରଭୋଜୀର ଅଣ୍ଡା ଖାଦ୍ୟ ସହ ମିଶି ଦେହକୁ ଯିବାର ୪-୮ସପ୍ତାହ ପରେ ଦେହ ଭିତରେ ଅଣ୍ଡାରୁ ଛୁଆ ହୋଇ ତାହାର ଅଣ୍ଡା ମଳଦ୍ୱାର ଚାରିପାଖରେ ଦେଖାଯାଏ ।[୩] କେତେକ ଲୋକ ସଂକ୍ରମିତ ହୋଇଥିଲେ ମଧ୍ୟ ଲକ୍ଷଣହୀନ ହୁଅନ୍ତି ।[୧]
ଦଶିପୋକର ଅଣ୍ଡା ଯୋଗୁ ଏହି ରୋଗ ବ୍ୟାପେ । ଦଶିପୋକ ମଳଦ୍ୱାର ଚାରିପାଖେ ଅଣ୍ଡା ଦିଏ ଯାହା ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ବଞ୍ଚିରହନ୍ତି । ହାତ, ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟ ମାଧ୍ୟମରେ ମନୁଷ୍ୟ ଖାଏ । ସ୍କୁଲ ପିଲା, ଅନୁଷ୍ଠାନରେ ରହୁଥିବା ଲୋକ ଓ ସଂକ୍ରମିତ ରୋଗୀଙ୍କ ସେବା କରୁଥିବା ଲୋକଙ୍କର ଏହି ରୋଗ ସଙ୍କଟ ରହେ । କୌଣସି ପଶୁଙ୍କଦ୍ୱାରା ରୋଗ ବ୍ୟାପେ ନାହିଁ ।[୧] ଅଣୁବୀକ୍ଷଣରେ ଏହାର ଅଣ୍ଡା ଦେଖି ବା ଏକ ସେ:ମି: ଲମ୍ବର ଏହି ପରଭୋଜୀକୁ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୧][୪]
ଏହି ରୋଗ ନିମନ୍ତେ ମିଳୁଥିବା ମେବେଣ୍ଡାଜୋଲ, ପାଇରାଣ୍ଟେଲ ପାମୋଏଟ (pyrantel pamoate) ବା ଆଲବେଣ୍ଡାଜୋଲ ମଧ୍ୟରୁ ଗୋଟିଏ ଔଷଧର ଦୁଇ ମାତ୍ରା/ଡୋଜ ଦୁଇ ସପ୍ତାହ ଅନ୍ତରରେ ଦିଆଯାଏ ।[୫] ରୋଗୀ ସହିତ ବାସ କରୁଥିବା ବା ତାହାର ଯତ୍ନ ନେଉଥିବା ସମସ୍ତ ଲୋକଙ୍କୁ ଏହି ଔଷଧ ଦିଆଯାଏ । ପ୍ରତ୍ୟେକ ଡୋଜ ଖାଇସାରିବା ପରେ ବ୍ୟକ୍ତିଗତ ସମସ୍ତ ବ୍ୟବହୃତ ଜିନିଷ ଗରମ ପାଣିରେ ଧୋଇବାକୁ ଉପଦେଶ ଦିଆଯାଏ । ଉତ୍ତମ ହସ୍ତ ପ୍ରକ୍ଷାଳନ (handwashing), ସବୁଦିନ ସକାଳେ ସ୍ନାନ ଓ ପ୍ରତିଦିନ ଅନ୍ତବସ୍ତ୍ର (underwear) ବଦଳେଇଲେ ପୁନଃ ସଂକ୍ରମଣ ପ୍ରତିରୋଧ କରିହୁଏ । [୧]
ପୃଥିବୀର ପ୍ରତ୍ୟେକ ସ୍ଥାନରେ ସାଧାରଣତଃ ଦଶିପୋକ ସଂକ୍ରମଣ ହୁଏ ।[୧][୬] ବିକଶିତ ଦେଶମାନଙ୍କରେ (developed world) ଏହି ରୋଗ ଏକ ସର୍ବାଧିକ ସାଧାରଣ ରୋଗ । ସ୍କୁଲ ପିଲାଙ୍କୁ ଏ ରୋଗ ଅଧିକ ଆକ୍ରମଣ କରେ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଯେ କୌଣସି ସମୟରେ ୨୦% ଲୋକ ଏ ରୋଗର ଶିକାର ହୋଇଥାଆନ୍ତି ।[୨] ଉଚ୍ଚ ସଙ୍କଟରେ ଥିବା ଲୋକଙ୍କ ମଧ୍ୟରୁ ୫୦% ଲୋକଙ୍କୁ ଏ ରୋଗ ହୁଏ । [୩] ଏହାକୁ ଏକ ସାଂଘାତିକ ରୋଗ ରୂପେ ବିବେଚନା କରାଯାଏ ନାହିଁ ।[୬] ସାରା ମାନବ ଇତିହାସରେ ଏହି ରୋଗ ହୋଇଥିବା ଜଣାଯାଏ ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Pinworm Infection FAQs". CDC. 10 January 2013. Retrieved 16 October 2016.
- ↑ ୨.୦ ୨.୧ Stermer, E; Sukhotnic, I; Shaoul, R (May 2009). "Pruritus ani: an approach to an itching condition". Journal of pediatric gastroenterology and nutrition. 48 (5): 513–6. PMID 19412003.
- ↑ ୩.୦ ୩.୧ "Epidemiology & Risk Factors". CDC. 10 January 2013. Retrieved 16 October 2016.
- ↑ "Biology". CDC. 10 January 2013. Retrieved 16 October 2016.
- ↑ "Treatment". CDC. 23 September 2016. Retrieved 16 October 2016.
- ↑ ୬.୦ ୬.୧ Griffiths, Christopher; Barker, Jonathan; Bleiker, Tanya; Chalmers, Robert; Creamer, Daniel (2016). Rook's Textbook of Dermatology, 4 Volume Set (in ଇଂରାଜୀ) (9 ed.). John Wiley & Sons. p. 33.13. ISBN 9781118441176.
- ↑ Bynum, W. F.; Porter, Roy (2013). Companion Encyclopedia of the History of Medicine (in ଇଂରାଜୀ). Routledge. p. 358. ISBN 9781136110368.