ଝାଲାୱର ଜିଲ୍ଲା , ରାଜସ୍ଥାନ

Coordinates: 24°36′N 76°09′E / 24.600°N 76.150°E / 24.600; 76.150
ଉଇକିପିଡ଼ିଆ‌ରୁ
5. Jhalawar district

ଝାଲାୱର ଜିଲ୍ଲା (Rajasthani: झालावाड जिल्हा)  ଭାରତୀୟ ରାଜ୍ୟ ରାଜ୍ୟ ରାଜସ୍ଥାନର ଏକ ଜିଲ୍ଲା । ଏହା କୋଟା ଜିଲ୍ଲା , ବରଣ ଜିଲ୍ଲା ତଥା ମଧ୍ୟ ପ୍ରଦେଶର ଗୁନା ଜିଲ୍ଲା , ରାଜଗଡ ଜିଲ୍ଲା ଓ ସହଜପୂର ଜିଲ୍ଲାଦ୍ୱାରା ପରିବେଷ୍ଟିତ ।ଝାଲାୱର ଏକ ଏଇତିହାସିକ ସହର ଓ ଜିଲ୍ଲାର ମୁଖ୍ୟ ଦପ୍ତର ଏଠାରେ ଅବସ୍ଥିତ ।  

ବ୍ୟୁପତ୍ତି [ସମ୍ପାଦନା]

ଜିଲ୍ଲାର ନାମକରଣ ଏହି ଅଞ୍ଚଳରେ ରହୁଥିବା ଝଲାସ ପ୍ରଜାତିର ରାଜପୁତ ବଂଶଜଙ୍କ ଅନୁସାରେ ହୋଇଛି । 

ଇତିହାସ [ସମ୍ପାଦନା]

ପ୍ଯର୍ବତନ ଝାଲାବର ରାଜ୍ୟ ହିସାବରେ ସ୍ୱାଧୀନତା ପୂର୍ବରୁ ଥିବା ଅଞ୍ଚଳକୁ ନେଇ ଏହି ଜିଲ୍ଲା  ହୋଇଛି । 1838ରେ ବ୍ରିଟିଶ ମାନଙ୍କଦ୍ୱାରା ଏହି ରାଜ୍ୟ କୋଟା ରାଜ୍ୟରୁ ଅଲଗା ହେଇ ଗଠିତ ହେଇ ତତ୍କାଳୀନ ରାଜାଙ୍କୁ ପ୍ରଦାନ କରା ଯାଇଥିଲା । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ମାଳବ ମାଳଭୂମି ଅଞ୍ଚଳର ହାଦୋତି ଖଣ୍ଡରେ ଏହି ଜିଲ୍ଲା ଅବସ୍ଥିତ । ଏହି ରାଜ୍ୟର କେନ୍ଦ୍ରାଞ୍ଚଳ ଫେଇ କାଲୀ ସିନ୍ଧ ନଦୀ ପ୍ରବାହିତ ।  

ଆର୍ଥିକ ପରିସ୍ଥିତି [ସମ୍ପାଦନା]

2006 ମସିହାରେ ଏହାକୁ କେନ୍ଦ୍ର ସରକାର ଦେଶର 250[୧]ଟି ଆର୍ଥିକ ଭାବେ ପଛୁଆ ଜିଲ୍ଲା ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲେ । ଏହା ଉନ୍ନୟନ ପାଇଁ ପଛୁଆ ଅଞ୍ଚଳ ଉନ୍ନୟନ ଫଣ୍ଡରୁ ସହାୟତା ପାଇଥାଏ । (BRGF).[୧]

Divisions[ସମ୍ପାଦନା]

The district is divided into six sub-divisions: Jhalawar, Aklera, Bhawani Mandi, Pirawa, Khanpur and Manohar Thana.

ଜନସଂଖ୍ୟା[ସମ୍ପାଦନା]

 2011 ଜନଗଣନା ଅନୁସାରେ ଝାଲବାର ଜିଲ୍ଲାର ଜନସଂଖ୍ୟା 1,411,327[୨] ଥିଲା ଯାହା ସ୍ୱିଜର୍ଲାଣ୍ଡ[୩] ଦେଶର ଜନସଂଖ୍ୟା ବା ଆମେରିକୀୟ ରାଜ୍ୟ ହାୱାଇ [୪]ସହ ସମତୂଲ୍ୟ । ଏହି ରାଜ୍ୟ ଭାରତର 349 ତମ ସ୍ଥାନରେ ରହିଥିବା ବେଳେ ବର୍ଗ କିଲୋମିଟର ପ୍ରତି ଜନସଂଖ୍ୟା 227 । 2001ରୁ 2011 ମଧ୍ୟରେ ଜନବୃଦ୍ଧି ହାର 10.57 ଥିଲା । ସାକ୍ଷ୍ୟରତା ହାର 62.13% ଓ ମହିଳା ପୁରୁଷ ଅନୁପାତ 945: 1000 ରହିଥିଲା । 

ଏହି ଜିଲ୍ଲା ଅନେକ ସଂଖ୍ୟାରେ ଗୁଜଯର , ଭିଲ ,ମିନା ପରି ଜନଜାତିର ଲୋକ ବସବାସ କରନ୍ତି ।  

ଆଧାର [ସମ୍ପାଦନା]

  1. ୧.୦ ୧.୧ Ministry of Panchayati Raj (September 8, 2009).
  2. "District Census 2011".
  3. US Directorate of Intelligence.
  4. "2010 Resident Population Data".

ବାହାର ଲିଙ୍କ [ସମ୍ପାଦନା]

ଛାଞ୍ଚ:Jhalawar district ଛାଞ୍ଚ:Districts of Rajasthan ଛାଞ୍ଚ:Rajasthan

24°36′N 76°09′E / 24.600°N 76.150°E / 24.600; 76.150