ପ୍ଲାଷ୍ଟିକ୍ ଇଂଜିନିୟରିଂ ଓ ଟେକ୍ନୋଲଜି ପ୍ରତିଷ୍ଠାନ( ଭାରତ)
ଏହି ପ୍ରସଙ୍ଗରେ ଏକାଧିକ ଅସୁବିଧା ରହିଛି । ଦୟାକରି ଏହାକୁ ସଜାଡ଼ିବା ପାଇଁ ସାହାଯ୍ୟ କରନ୍ତୁ କିମ୍ବା ଆଲୋଚନା ପୃଷ୍ଠାରେ ଏ ବାବଦରେ ଆଲୋଚନା କରନ୍ତୁ । (ଏହି ଛାଞ୍ଚ ମେସେଜ କିପରି ଓ କେବେ କାଢ଼ିବେ ତା' ବାବଦରେ ଜାଣନ୍ତୁ)
|
ପ୍ଲାଷ୍ଟିକ୍ ଇଂଜିନିୟରିଂ ଓ ବୈଷୟିକ ପ୍ରତିଷ୍ଠାନ, ଭୁବନେଶ୍ୱର | |
---|---|
ସିପେଟ୍, ଭୁବନେଶ୍ୱର | |
CIPET Logo | |
ସ୍ଥାପିତ | ୧୯୭୮ |
ନିର୍ଦ୍ଦେଶକ | ଏସ୍. ଏନ୍. ଯାଦବ |
ଶିକ୍ଷାସମ୍ବନ୍ଧୀୟ ସଦସ୍ୟ | ୧୭୮ |
ଅବସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ 20°20′40″N 85°48′55″E / 20.344466°N 85.815325°E |
ଅନୁବନ୍ଧନ | BPUT AICTE CIPET |
ୱେବସାଇଟ | cipet.gov.in |
CIPET ବା Central Institute of Plastics Engineering and Technology ଭୁବନେଶ୍ୱର,ଭାରତ ସରକାରଙ୍କ ରସାୟନ ଓ ପେଟ୍ରୋ କେମିକାଳ ମନ୍ତ୍ରଣାଳୟ ଅଧିନସ୍ଥ ଏକ ସ୍ୱଯାଂଶାସିତ ପ୍ରତିଷ୍ଠାନ । [୧] ଏହି ଅନୁଷ୍ଠାନରେ ପଲିମର୍ ବିଜ୍ଞାନ, ପ୍ଲାଷ୍ଟିକ ଟେକ୍ନୋଲୋଜି,ମ୍ୟାଟେରିଆଲ୍ ବିଜ୍ଞାନ ଇତ୍ୟାଦି ବିଷୟରେ ସ୍ନାତକ, ସ୍ନାତକୋତ୍ତର ଏବଂ ଡ଼କ୍ଟରେଟ ଶିକ୍ଷା ପ୍ରଦାନ କରାଯାଉଛି ।
ଇତିହାସ
[ସମ୍ପାଦନା]CIPET ର ମୁଖ୍ୟାଳୟ 1968 ମସିହାରେ ଚେନ୍ନଇଠାରେ UNDP ସହାୟତାରେ ସ୍ଥାପିତ ହେଇଥିଲା । ଏହା ପରିଚାଳନା ପାଇଁ ଆର୍ଥିକ ସାହାଯ୍ୟ ଭାରତ ସରକାରଙ୍କ ପ୍ରଶାସନିକ ବିଭାଗ , OPEC, UNIDO ତଥା ବିଶ୍ୱ ବେଙ୍କରୁ ପାଇଥାଏ । ବିଶ୍ୱାସ କରାଯାଏ ଯେ CIPET ତତ୍କାଳୀନ ବ୍ରିଗେଡିର A॰ F॰ Eugeneଙ୍କଦ୍ୱାରା ପ୍ରଥମେ ପ୍ରତିଷ୍ଠିତ ହେଇଥିଲା ।
ଉପଲବ୍ଧ ସୁବିଧା ସମୂହ
[ସମ୍ପାଦନା]ଏହା ପ୍ଲାଷ୍ଟିକ୍ ଜାତୀୟ ଦ୍ରବ୍ୟର ଡିଜାଇନ , ପ୍ରସ୍ତୁତି ବିଧି , ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତି , ଗୁଣବତ୍ତାର ପରିକ୍ଷ୍ୟା ନିରୀକ୍ଷ୍ୟା ସବୁ କରିବା ପାଇଁ ଗୋଟିଏ ଜାଗାରେ ହେଇପାରିବା ପାଇଁ ଭାରତର ଏକମାତ୍ର ପ୍ରତିଷ୍ଠାନ ।ଏହି ପ୍ରତିଷ୍ଠାନରେ ପ୍ଲାଷ୍ଟିକ ଜାତୀୟ ଦ୍ରବ୍ୟ ପ୍ରସ୍ତୁତି , ଉତ୍ପାଦନ ପାଇଁ ଦରକାର ଟ୍ରେନିଂ , ପରାମର୍ଶ ସବୁ ଏଠାରେ ପ୍ରଦାନ କରା ଯାଏ।
ପ୍ଲାଷ୍ଟିକ୍ ଜାତୀୟ ଦ୍ରବ୍ୟର ପୁନଃ ବ୍ୟବହାରକରଣର ଆବଶ୍ୟକତା ପାଇଁ CIPET ତରଫରୁ ଦେଶର ବିଭିନ୍ନ ରାଜ୍ୟରେ ଶାଖା ସମୂହ ରହିଛି । ପ୍ରତି କେବଦ୍ରାରେ ଉତ୍ପାଦନ ସମ୍ପର୍କିତ ସମସ୍ତ ସୁବିଧ୍ହ ପ୍ରଦାନ କରାଯିବା ସହ ଗୁଣବତ୍ତାର ପରିକ୍ଷ୍ୟା ପାଇଁ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ । ଦେଶରେ ପ୍ଲାଷ୍ଟିକ ଶିଳ୍ପର ବିଶେଷ ଉନ୍ନୟନ ପାଇଁ ଏହି ସବୁ କେନ୍ଦ୍ର କାମ କରିଥାନ୍ତି ।
ପ୍ରବେଶ
[ସମ୍ପାଦନା]CIPET କେବର ସମୂହ ରେ ଡିପ୍ଲୋମା ଓ ଉତଛତର ଡିପ୍ଲୋମା କୋର୍ସ ସହ ସ୍ୱଳ୍ପକାଳୀନ କୋର୍ସ ମଧ୍ୟ ପ୍ରଚାଳନ କରାଯାଇଥାଏ । ଏହା ସହିତ ସ୍ନାତକୋତ୍ତର ଡିଗ୍ରୀ , Ph॰ D॰ ପାଇଁ ଗବେଷଣାର ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା ଉପଲବ୍ଧ କରା ଯାଇଥାଏ । ଏହି କାର୍ଜ୍ୟକ୍ରମ ପାଇଁ ସ୍ଥାନୀୟ ବିଶ୍ୱବିଦ୍ୟାଳୟମାନଙ୍କ ସହ ଅନୁବନ୍ଧିତ ମଧ୍ୟ କରାଯାଇଛି ।
ଆଧାର
[ସମ୍ପାଦନା]- ↑ "Satyam signs MoU with CIPET". The Hindu. Apr 3, 2008. Retrieved 5 November 2012.
{{cite news}}
: More than one of|accessdate=
and|access-date=
specified (help)