ନଇୟା , ହିନ୍ଦୀ ଫିଲ୍ମ

ଉଇକିପିଡ଼ିଆ‌ରୁ

ନଇୟା
ଫାଇଲ:Naiyya.jpg
ନିର୍ଦ୍ଦେଶକPrashanta Nanda
କଳାକାରPrashanta Nanda, Zarina Wahab
ସଙ୍ଗୀତRavindra Jain
ବିତରକRajshri Productions
ମୁକ୍ତିଲାଭ ତାରିଖ
1979
ଦେଶIndia
ଭାଷାHindi

ନଇୟା ୧୯୭୯ମସିହାରେ ନିର୍ମିତ ହୋଇଥିବା ଏକ ହିନ୍ଦୀ କଥାଚିତ୍ର ।[୧] ଏହି କଥାଚିତ୍ରରେ ଓଡ଼ିଆ ଅଭିନେତା ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶନା ଦେବା ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଜରିନା ୱାହାବ ଏଥିରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଥିଲେ । ଏହା ଓଡ଼ିଆ କଥାଚିତ୍ର ଶେଷ ଶ୍ରାବଣର ହିନ୍ଦୀ ରୂପାନ୍ତର ଥିଲା । ମୂଳ ଓଡ଼ିଆ କଥାଚିତ୍ରରେ ମହାଶ୍ୱେତା ରାୟ ମୁଖ୍ୟ ଅଭିନେତ୍ରୀ ଥିଲେ ।[୨] 

କାହାଣୀ [ସମ୍ପାଦନା]

ଗଙ୍ଗା ନଦୀ କୁଳରେ ଏକ ଛୋଟ ବସତି ଲଖୀପୁରରେ ସୋନୁ ତାଙ୍କର ରୋଗ ପୀଡ଼ିତା ମାଁଙ୍କ ସହ ରହନ୍ତି । ଦିନେ ସେ ନଦୀରେ ବୁଡି ଯାଉଥିବା ଜଣେ ମହିଳାଙ୍କୁ ଉଦ୍ଧାର କାଲେ । ଗୀତା ନାମକ ଏହି ମହିଳାଙ୍କୁ ସୋନୁ ଘରକୁ ଆଣି ତାଙ୍କର ଯତ୍ନ ନେଲେ । ପରେ ଜାଣିଲେ ଯେ ସେ ଜଣେ ଅଭିଜାତ୍ୟ ସମ୍ପନ୍ନ ପରିବାରରୁ ଆସିଥିଲେ । ଗୀତା ଠିକ ହେଇଯିବା ପରେ ସୋନୁ ତାଙ୍କୁ ତାଙ୍କ ଘରକୁ ନେଲେ । ହେଲେ ଗୀତାଙ୍କ କକା ଓ ତାଙ୍କର ପତ୍ନୀ ରାମକଳୀ ଗୀତାଙ୍କୁ ଆଉ ଗ୍ରହଣ କରିବାକୁ ଅରାଜି ହେଲେ । ବାଧ୍ୟ ହେଇ ସୋନୁ ଗୀତାଙ୍କୁ ନିଜ ଘରେ ଆଣି ରଖିଲେ । ସୋନୁଙ୍କ ମା ସୋନୁଙ୍କ ସହ ଗୀତାଙ୍କୁ ବାହା କରେଇବାକୁ ଇଚ୍ଛୁକ ଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇ ପରଲୋକ ହୋଇଗଲା । ସୋନୁ ଓ ଗୀତା ଏକାଠି ରହିଲେ । ଏଣେ ଏହାକୁ ନେଇ ତାଙ୍କ ସଂପ୍ରଦାୟର ଲୋକେ ତାଙ୍କୁ ସାମାଜିକ ବାସନ୍ଦ କରି ରଖିଲେ । ସେମାନେ ଗୀତା ସେ ସ୍ଥାନ ଛାଡି ଚାଲି ଯିବାକୁ ଚାହୁଁ ଥିଲେ । ସୋନୁ ଗୀତାଙ୍କୁ ବାହା କରେଇବା ପାଇଁ ଉପଯୁକ୍ତ ବର ଖୋଜିବାରେ ଲାଗିଲେ । ସେହି ଇଲାକାକୁ ଚିକିତ୍ସା କରିବାକୁ ଆସିଥିବା ଜଣେ ଯୁବ ଡାକ୍ତର ଗୀତାଙ୍କୁ ଦେଖି ବାହା ହେବାକୁ ରାଜି ହେଲେ । କିନ୍ତୁ ନିର୍ଦ୍ଧାରିତ ବାହାଘର ଦିନ ସେ ଡାକ୍ତର ଆଉ ଆସିଲେନି । ଏହିପରି ଦ୍ୱନ୍ଦ ଭିତର ଦେଇ କାହାଣୀ ଗତି କରେ । 

ସଂଗୀତ[ସମ୍ପାଦନା]

ରବୀନ୍ଦ୍ର ଜୈନ ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଗୀତ ସବୁ ହେଲା 

  • ଓ ଗୋରିଆରେ - ଜେସୁ ଦାସ[୩]  
  • ବେପରବାହ ବେଦରଦୀ - ହେମଲତା
  • ଉଞ୍ଚି ନିଚି ଲହରୋଂ କେ - ଜେସୁ ଦାସ 
  • ମେରା ଯୋବନ ବନ୍ଧା ରୂପଇଯା - ହେମଲତା 
  • ଗୀତା ରାଣୀ  - ଜେସୁ ଦାସ ଓ ସୁରେଶ ୱାଦକର 

ଆଧାର[ସମ୍ପାଦନା]

  1. Ashish Rajadhyaksha; Paul Willemen (10 ଜୁଲାଇ 2014). Encyclopedia of Indian Cinema. Routledge. pp. 283–. ISBN 978-1-135-94318-9.
  2. http://odishatime.com/odiya/2670/
  3. http://www.rajshri.com/films/naiyya-1979