ପଶୁପତିନାଥ ମନ୍ଦିର

ଉଇକିପିଡ଼ିଆ‌ରୁ
(Pashupatinath Templeରୁ ଲେଉଟି ଆସିଛି)
ପଶୁପତିନାଥ ମନ୍ଦିର
ପଶୁପତିନାଥ ମନ୍ଦିରର ଏକ ଦୃଶ୍ୟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକାଠମାଣ୍ଡୁ
Location
ସ୍ଥାନକାଠମାଣ୍ଡୁ
Countryନେପାଳ
Architecture
Typeପାଗୋଡ଼ା

ଭଗବାନ ଶିବ ଶ୍ରୀପଶୁପତିନାଥ ରୂପେ ନେପାଳରେ ରାଜଧାନୀ କାଠମାଣ୍ଡୁ ନଗରରେ ବିରାଜ ମାନ ହେଇଛନ୍ତି । ହିନ୍ଦୁ ଜଗତର ପବିତ୍ର ଶୈବପୀଠ ଶ୍ରୀପଶୁପତିନାଥଙ୍କର ମନ୍ଦିର କାଠମାଣ୍ଡୁର ବାଗମତୀ ନଦୀ ତଟରେ ଅବସ୍ତିତ। ପଶୁପତିନାଥ ମନ୍ଦିର ଏକ ବିଶ୍ୱ ଐତିହ୍ୟ ସ୍ଥଳ (World Heritage Centre) ଭାବେ ଘୋଷିତ ।[୧]

ମନ୍ଦିର[ସମ୍ପାଦନା]

ଏହି ମନ୍ଦିର ପ୍ରଥମ ଶତାବ୍ଦୀରେ ନିର୍ମିତ ହୋଇଥିବା କୁହାଯାଏ ।ସମୟ କ୍ରମେ ମନ୍ଦିରର ବହୁବାର ଜିର୍ଣ୍ଣୋଦ୍ଧାର ହୋଇଛି । ପାଗୋଡ଼ା ଶୈଳୀରେ ନିର୍ମିତ ବର୍ତ୍ତମାନର ପଶୁପତିନାଥ ମନ୍ଦିରର ଦ୍ୱିତଳ ବିଶିଷ୍ଟ ଶିଖର ଦେଶ ସୁନାରେ ଛାଉଣୀ ହୋଇଛି । ମନ୍ଦିରର ରୌପ୍ୟ ଆଚ୍ଛାଦିତ କବାଟ କାରୁକାର୍ଯ୍ୟ ବିମଣ୍ଡିତ । ମନ୍ଦିର ସମ୍ମୁଖରେ ସୁବର୍ଣ୍ଣ ନନ୍ଦୀ ବିଗ୍ରହ ବିରାଜିତ । ମନ୍ଦିର ଗର୍ଭଗୃହର ଚାରିଦିଗକୁ ଚାରିଟି ଦ୍ୱାର । ଗର୍ଭଗୃହ ମଧ୍ୟରେ ସ୍ୱୟମ୍ଭୁ ଶିବଲିଙ୍ଗ ବିଦ୍ୟାମାନ । ଶିବଲିଙ୍ଗର ଉଚ୍ଚତା ପ୍ରାୟ ତିନି ଫୁଟ । ଶ୍ରୀପଶୁପତିନାଥ ପଞ୍ଜାନନ ଶିବ ଭାବେ ପୂଜା ପାଉଛନ୍ତି । ଶିବଲିଙ୍ଗର ଚାରିମୂଖ ସମ୍ମୁଖରେ ଚାରିଦ୍ୱାର ।[୨] ପୌରାଣିକ ବର୍ଣ୍ଣନା ଅନୁସାରେ ଭଗବାନ ସଦାଶିବ ବିଭିନ୍ନ କଳ୍ପରେ ଭିନ୍ନ ଭିନ୍ନ ରୂପରେ ପ୍ରକଟିତ ହେଇଥିଲେ । ପଶୁପତିନାଥ ଶିବଲିଙ୍ଗ ପ୍ରତିରୂପରେ ଦକ୍ଷିଣ ହସ୍ତରେ ରୁଦ୍ରାକ୍ଷମାଳ ଏବଂ ବାମ ହସ୍ତରେ କମଣ୍ଡଳକୁ ଧାରଣ କରିଛନ୍ତି ।

ଇତିହାସ[ସମ୍ପାଦନା]

ପୌରାଣିକ[ସମ୍ପାଦନା]

ପୌରାଣିକ ଆଖ୍ୟାୟିକା ଅନୁସାରେ ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ କାଶୀ, ଗୁପ୍ତକାଶୀ ଆସି କେଦାରଖଣ୍ଡରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ । ପାଣ୍ଡବମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ ପୃଥିବୀ ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ । ଦ୍ୱିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ କେଦାରନାଥ ଅନ୍ୟ କେତେକ ଭାଗ ମଦମହେଶ୍ୱର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ୱରରେ ଏବଂ ଶିରଭାଗ ନେପାଳର କାଠମାଣ୍ଡୁରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ । ନେପାଳରେ ପ୍ରକଟିତ ହେଇଥିବା ଶିବଲିଙ୍ଗ ହେଉଛନ୍ତି ଶ୍ରୀପଶୁପତିନାଥ ଶିବଲିଙ୍ଗ । ତେଣୁ ବିଶ୍ୱାସ କରାଯାଏ ଶ୍ରୀକେଦାରନାଥ ଓ ଶ୍ରୀପଶୁପତିନାଥ ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ ।[୩]

ପୂଜା ପଦ୍ଧତି[ସମ୍ପାଦନା]

ଆଦି ଶଙ୍କରାଚାର୍ଯ୍ୟ ଶ୍ରୀପଶୁପତିନାଥଙ୍କ ସେବା ପୂଜାରେ କେତେକ ସଂସ୍କାର କରାଇ ତାଙ୍କର ଶିଷ୍ୟ ବିମଳାନନ୍ଦଙ୍କୁ ସେବାପୂଜା ଭାର ଅର୍ପଣ କରିଥିବା ଜଣାଯାଏ । ବିମଳାନନ୍ଦ ଦକ୍ଷିଣ ଭାରତର କେରଳରୁ ସୁଦକ୍ଷ ପୂଜକ ଅଣାଇ ଶ୍ରୀପଶୁପତିନାଥଙ୍କ ସେବାପୂଜା କାର୍ଯ୍ୟରେ ନିଯୁକ୍ତ କରାଇଥିଲେ । ସେହି ସମୟରୁ ଦକ୍ଷିଣ ଭାରତୀୟ କେରଳୀ ପୂଜକମାନେ ଶ୍ରୀପଶୁପତିନାଥଙ୍କ ସେବାପୂଜା ନିର୍ବାହ କରିଆସୁଛନ୍ତି । ସେମାନେ ବଂଶାନୁକ୍ରମେ ଏହି ସେବାପୂଜା କାର୍ଯ୍ୟ ନିର୍ବାହ କରିନଥାନ୍ତି । ଶାସ୍ତ୍ରୀୟ ପୂଜା ପଦ୍ଧତିରେ ଉପଯୁକ୍ତ ଶିକ୍ଷା ଏବଂ ଦକ୍ଷତା ଅନୁସାରେ ସେମାନଙ୍କୁ ଶ୍ରୀପଶୁପତିନାଥଙ୍କ ସେବାପୂଜା କାର୍ଯ୍ୟରେ ନିଯୁକ୍ତ କରାଯାଇଥାଏ । ଏହି ପୂଜକମାନେ ଭଟ୍ଟ ବା ଭଟ୍ଟକୀ ନାମରେ ପରିଚିତ । ଶ୍ରୀପଶୁପତିନାଥଙ୍କ ସେବାପୂଜାରେ ସେମାନଙ୍କୁ ସାହାଯ୍ୟ କରିବାପାଇଁ ନେପାଳୀ ପୂଜାରୀ ନିଯୁକ୍ତ ଅଛନ୍ତି । କିନ୍ତୁ ନେପାଳୀ ପୂଜାରୀମାନେ ଶ୍ରୀପଶୁପତିନାଥ ଶିବଲିଙ୍ଗକୁ ସ୍ପର୍ଶକରି ପୂଜା କରିପାରିବେ ନାହିଁ । ସେମାନେ କେବଳ ଭଟ୍ଟମାନଙ୍କୁ ସେବାପୂଜା ନିର୍ବାହ କରିବାରେ ସାହାଯ୍ୟ କରିପାରିବେ ।

ପର୍ବ ପର୍ବାଣି[ସମ୍ପାଦନା]

ଅନତି ଦୂରରୁ ପଶୁପତିନାଥ ମନ୍ଦିରର ଦୃଶ୍ୟ କାଠମାଣ୍ଡୁ, ନେପାଳ.

ପଶୁପତିନାଥର ଆଉ କିଛି ପ୍ରତିଛବି[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://whc.unesco.org/en/list/121/
  2. "ଆର୍କାଇଭ୍ କପି". Archived from the original on 2010-07-22. Retrieved 2012-07-16. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2012-10-12. Retrieved 2012-07-16. {{cite web}}: Cite has empty unknown parameter: |1= (help)

ବାହାର ଆଧାର[ସମ୍ପାଦନା]