ପଶୁପତିନାଥ ମନ୍ଦିର

ଉଇକିପିଡ଼ିଆ ରୁ
ପଶୁପତିନାଥ ମନ୍ଦିର
ପଶୁପତିନାଥ ମନ୍ଦିରର ଏକ ଦୃଶ୍ୟ
ପଶୁପତିନାଥ ମନ୍ଦିର Nepalରେ ଅବସ୍ଥିତ ।
ପଶୁପତିନାଥ ମନ୍ଦିର
ପଶୁପତିନାଥ ମନ୍ଦିର
ନେପାଳରେ ଅବସ୍ଥାନ
ଦିଗବାରେଣି: 27°42′35″N 85°20′55″E / 27.70972°N 85.34861°E / 27.70972; 85.34861ଦିଗବାରେଣି: 27°42′35″N 85°20′55″E / 27.70972°N 85.34861°E / 27.70972; 85.34861
Name
ମୂଳ ନାଆଁ: ପଶୁପତିନାଥ ମନ୍ଦିର
ଅବସ୍ଥାନ
ଦେଶ: ନେପାଳ
ଜିଲ୍ଲା: କାଠମାଣ୍ଡୁ
ଅବସ୍ଥାନ: କାଠମାଣ୍ଡୁ
ତିଆରି ଶୈଳୀ ଓ ଚଳଣି
ପର୍ବପର୍ବାଣୀ: ଶିବରାତ୍ରି, Teej, Balachaturdasi
ତିଆରି ଶୈଳୀ: ପାଗୋଡ଼ା

ଭଗବାନ ଶିବ ଶ୍ରୀପଶୁପତିନାଥ ରୂପେ ନେପାଳରେ ରାଜଧାନୀ କାଠମାଣ୍ଡୁ ନଗରରେ ବିରାଜ ମାନ ହେଇଛନ୍ତି । ହିନ୍ଦୁ ଜଗତର ପବିତ୍ର ଶୈବପୀଠ ଶ୍ରୀପଶୁପତିନାଥଙ୍କର ମନ୍ଦିର କାଠମାଣ୍ଡୁର ବାଗମତୀ ନଦୀ ତଟରେ ଅବସ୍ତିତ। ପଶୁପତିନାଥ ମନ୍ଦିର ଏକ ବିଶ୍ଵ ଐତିହ୍ୟ ସ୍ଥଳ (World Heritage Centre) ଭାବେ ଘୋଷିତ ।[୧]

ମନ୍ଦିର[ସମ୍ପାଦନା]

ଏହି ମନ୍ଦିର ପ୍ରଥମ ଶତାବ୍ଦୀରେ ନିର୍ମିତ ହୋଇଥିବା କୁହାଯାଏ ।ସମୟ କ୍ରମେ ମନ୍ଦିରର ବହୁବାର ଜିର୍ଣ୍ଣୋଦ୍ଧାର ହୋଇଛି । ପାଗୋଡ଼ା ଶୈଳୀରେ ନିର୍ମିତ ବର୍ତ୍ତମାନର ପଶୁପତିନାଥ ମନ୍ଦିରର ଦ୍ଵିତଳ ବିଶିଷ୍ଟ ଶିଖର ଦେଶ ସୁନାରେ ଛାଉଣୀ ହୋଇଛି । ମନ୍ଦିରର ରୌପ୍ୟ ଆଚ୍ଛାଦିତ କବାଟ କାରୁକାର୍ଯ୍ୟ ବିମଣ୍ଡିତ । ମନ୍ଦିର ସମ୍ମୁଖରେ ସୁବର୍ଣ୍ଣ ନନ୍ଦୀ ବିଗ୍ରହ ବିରାଜିତ । ମନ୍ଦିର ଗର୍ଭଗୃହର ଚାରିଦିଗକୁ ଚାରିଟି ଦ୍ଵାର । ଗର୍ଭଗୃହ ମଧ୍ୟରେ ସ୍ଵୟମ୍ଭୁ ଶିବଲିଙ୍ଗ ବିଦ୍ୟାମାନ । ଶିବଲିଙ୍ଗର ଉଚ୍ଚତା ପ୍ରାୟ ତିନି ଫୁଟ । ଶ୍ରୀପଶୁପତିନାଥ ପଞ୍ଜାନନ ଶିବ ଭାବେ ପୂଜା ପାଉଛନ୍ତି । ଶିବଲିଙ୍ଗର ଚାରିମୂଖ ସମ୍ମୁଖରେ ଚାରିଦ୍ଵାର ।[୨]ପୌରାଣିକ ବର୍ଣ୍ଣନା ଅନୁସାରେ ଭଗବାନ ସଦାଶିବ ବିଭିନ୍ନ କଳ୍ପରେ ଭିନ୍ନ ଭିନ୍ନ ରୂପରେ ପ୍ରକଟିତ ହେଇଥିଲେ । ପଶୁପତିନାଥ ଶିବଲିଙ୍ଗ ପ୍ରତିରୂପରେ ଦକ୍ଷିଣ ହସ୍ତରେ ରୁଦ୍ରାକ୍ଷମାଳ ଏବଂ ବାମ ହସ୍ତରେ କମଣ୍ଡଳକୁ ଧାରଣ କରିଛନ୍ତି ।

ଇତିହାସ[ସମ୍ପାଦନା]

ପୌରାଣିକ[ସମ୍ପାଦନା]

ପୌରାଣିକ ଆଖ୍ୟାୟିକା ଅନୁସାରେ ମହାଭାରତ ଯୁଦ୍ଧରେ ପାଣ୍ଡବ ମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ କାଶୀ, ଗୁପ୍ତକାଶୀ ଆସି କେଦାରଖଣ୍ଡରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବ ମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ । ପାଣ୍ଡବ ମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ ପୃଥିବୀ ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ । ଦ୍ଵିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ କେଦାରନାଥ ଅନ୍ୟ କେତେକ ଭାଗ ମଦମହେଶ୍ଵର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ଵରରେ ଏବଂ ଶିରଭାଗ ନେପାଳର କାଠମାଣ୍ଡୁରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ । ନେପାଳରେ ପ୍ରକଟିତ ହେଇଥିବା ଶିବଲିଙ୍ଗ ହେଉଛନ୍ତି ଶ୍ରୀପଶୁପତିନାଥ ଶିବଲିଙ୍ଗ । ତେଣୁ ବିଶ୍ଵାସ କରାଯାଏ ଶ୍ରୀକେଦାରନାଥ ଓ ଶ୍ରୀପଶୁପତିନାଥ ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ ।[୩]

ପୂଜା ପଦ୍ଧତି[ସମ୍ପାଦନା]

ଆଦି ଶଙ୍କରାଚାର୍ଯ୍ୟ ଶ୍ରୀପଶୁପତିନାଥଙ୍କ ସେବା ପୂଜାରେ କେତେକ ସଂସ୍କାର କରାଇ ତାଙ୍କର ଶିଷ୍ୟ ବିମଳାନନ୍ଦଙ୍କୁ ସେବାପୂଜା ଭାର ଅର୍ପଣ କରିଥିବା ଜଣାଯାଏ । ବିମଳାନନ୍ଦ ଦକ୍ଷିଣ ଭାରତର କେରଳରୁ ସୁଦକ୍ଷ ପୂଜକ ଅଣାଇ ଶ୍ରୀପଶୁପତିନାଥଙ୍କ ସେବାପୂଜା କାର୍ଯ୍ୟରେ ନିଯୁକ୍ତ କରାଇଥିଲେ । ସେହି ସମୟରୁ ଦକ୍ଷିଣ ଭାରତୀୟ କେରଳୀ ପୂଜକ ମାନେ ଶ୍ରୀପଶୁପତିନାଥଙ୍କ ସେବାପୂଜା ନିର୍ବାହ କରିଆସୁଛନ୍ତି । ସେମାନେ ବଂଶାନୁକ୍ରମେ ଏହି ସେବାପୂଜା କାର୍ଯ୍ୟ ନିର୍ବାହ କରିନଥାନ୍ତି । ଶାସ୍ତ୍ରୀୟ ପୂଜା ପଦ୍ଧତିରେ ଉପଯୁକ୍ତ ଶିକ୍ଷା ଏବଂ ଦକ୍ଷତା ଅନୁସାରେ ସେମାନଙ୍କୁ ଶ୍ରୀପଶୁପତିନାଥଙ୍କ ସେବାପୂଜା କାର୍ଯ୍ୟରେ ନିଯୁକ୍ତ କରାଯାଇଥାଏ । ଏହି ପୂଜକ ମାନେ ଭଟ୍ଟ ବା ଭଟ୍ଟକୀ ନାମରେ ପରିଚିତ । ଶ୍ରୀପଶୁପତିନାଥଙ୍କ ସେବାପୂଜାରେ ସେମାନଙ୍କୁ ସାହାଯ୍ୟ କରିବାପାଇଁ ନେପାଳୀ ପୂଜାରୀ ନିଯୁକ୍ତ ଅଛନ୍ତି । କିନ୍ତୁ ନେପାଳୀ ପୂଜାରୀ ମାନେ ଶ୍ରୀପଶୁପତିନାଥ ଶିବଲିଙ୍ଗକୁ ସ୍ପର୍ଶକରି ପୂଜା କରିପାରିବେ ନାହିଁ । ସେମାନେ କେବଳ ଭଟ୍ଟମାନଙ୍କୁ ସେବାପୂଜା ନିର୍ବାହ କରିବାରେ ସାହାର୍ଯ୍ୟ କରିପାରିବେ ।

ପର୍ବ ପର୍ବାଣୀ[ସମ୍ପାଦନା]

ଅନତି ଦୂରରୁ ପଶୁପତିନାଥ ମନ୍ଦିରର ଦୃଶ୍ୟ କାଠମାଣ୍ଡୁ, ନେପାଳ.

ପଶୁପତିନାଥର ଆଉ କିଛି ପ୍ରତିଛବି[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]