ସ୍ନିତି ମିଶ୍ର

ଉଇକିପିଡ଼ିଆ‌ରୁ
ସ୍ନିତି ମିଶ୍ର
Born (1987-06-01) ୧ ଜୁନ ୧୯୮୭ (ବୟସ ୩୬)[ଆଧାର ଲୋଡ଼ା]
Nationality ଭାରତୀୟ
Educationସ୍ନାତକୋତ୍ତର (ବାଣିଜ୍ୟ ପ୍ରଶାସନ) ୨୦୧୧, ସଙ୍ଗୀତ ବିଶାରଦ
Alma materଗନ୍ଧର୍ବ ମହାବିଦ୍ୟାଳୟ
Known forଗାୟିକା
Parent(s)ଶ୍ୟାମଳ କୃଷ୍ଣ ମିଶ୍ର
ସବିତାଞ୍ଜଳି ଉଦଗାତା
Websiteସ୍ନିତିମିଶ୍ର.କମ

ସ୍ନିତି ମିଶ୍ର, ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ଜଣେ ଗାୟିକା । ୨୦୧୦ ମସିହାରେ, ଜୀଟିଭିରେ ପ୍ରସାରିତ 'ସାରେ ଗା ମା ପା' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ସେ ଲୋକଲୋଚନକୁ ଆସିଥିଲେ ।[୧] ଏହି କାର୍ଯ୍ୟକ୍ରମରେ ତାଙ୍କୁ 'ସବୁଠାରୁ ଉଲ୍ଲେଖନୀୟ କଣ୍ଠସ୍ୱର' ଉପାଧୀ ମଧ୍ୟ ପ୍ରଦାନ କରାଯାଇଥିଲା ।[୨]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ସ୍ନିତି ବଲାଙ୍ଗୀର ସହରରେ ଜନ୍ମଗ୍ରହଣ କରିଥିଲେ । ସେ ପିତା ଶ୍ୟାମଳ କୃଷ୍ଣ ମିଶ୍ର ଓ ମାତା ସବିତାଞ୍ଜଳି ଉଦଗାତାଙ୍କର ଦ୍ୱିତୀୟ ସନ୍ତାନ ଅଟନ୍ତି । ତାଙ୍କବଡ ଭଉଣୀଙ୍କ ନାମ ସ୍ୱାତୀ ଅଟେ ।

ସ୍ନିତି, ବଲାଙ୍ଗୀରର ସରସ୍ୱତୀ ଶିଶୁ ମନ୍ଦିରରୁ ହାଇସ୍କୁଲ ଶିକ୍ଷା ଓ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ଭୁବନେଶ୍ୱରସ୍ଥିତ 'ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ'ରୁ ବିତ୍ତ ବିଭାଗରେ ଏମ୍.ବି.ଏ ଶିକ୍ଷା ସମାପ୍ତ କରିଛନ୍ତି । ପିଲାଦିନରୁ ସ୍ନିତି ସଙ୍ଗୀତ ପ୍ରତି ଆକୃଷ୍ଟ ଥିଲେ ଓ ଗୁରୁ 'ରଘୁନାଥ ସାହୁ'ଙ୍କଠାରୁ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ସେ, ମୁମ୍ବାଇର ଗନ୍ଧର୍ବ ମହାବିଦ୍ୟାଳୟରୁ ସଙ୍ଗୀତ ବିଶାରଦ ଉପାଧୀ ମଧ୍ୟ ହାସଲ କରିସାରିଛନ୍ତି ।

କର୍ମ ଜୀବନ[ସମ୍ପାଦନା]

'ସାରେ ଗା ମା ପା' କାର୍ଯ୍ୟକ୍ରମରୁ ଲୋକପ୍ରିୟତା ହାସଲ କରିଥିବା ସ୍ନିତି ଇତିମଧ୍ୟରେ ଏକ ନେପାଳୀ ଭାଷାର ଚଳଚ୍ଚିତ୍ର ଓ ନୀଳ ମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ବବଲୁ ହାପି ହେ'ରେ କଣ୍ଠଦାନ କରିସାରିଛନ୍ତି । ଚଳଚ୍ଚିତ୍ର ବ୍ୟତିତ ସେ, ଫୈଜଲ କ୍ୟୁରେସି, ଭିକୁ ବିନାୟକମ, ଲୁଇସ ବ୍ୟାଙ୍କ ଆଦି ବହୁ ପ୍ରତିଷ୍ଠିତ ସଙ୍ଗୀତକାରଙ୍କ ସହ ଦେଶ ବିଦେଶରେ[୩] ବହୁବାର ସଙ୍ଗୀତ ପରିବେଷଣ କରିସାରିଛନ୍ତି ।[୪]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2014-01-05. Retrieved 2014-01-16. {{cite web}}: Cite has empty unknown parameter: |1= (help)
  2. http://amgindia.in/2011/01/17/zee-saregamapas-most-remarkable-voice-winner-sniti-mishra-replaces-neha-bhasin-on-amg-roster/
  3. http://www.indiapost.com/sniti-mishra-sings-for-a-good-cause/
  4. http://www.orissapost.com/epaper/160114/p14.htm