ସ୍ନିତି ମିଶ୍ର

ଉଇକିପିଡ଼ିଆ ରୁ
ସ୍ନିତି ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ ୧ ଜୁନ ୧୯୮୭ (1987-06-01) (୨୭ ବର୍ଷ)[ଆଧାର ଲୋଡ଼ା]
ବଲାଙ୍ଗୀର, ଓଡ଼ିଶା
ଜାତୀୟତା  ଭାରତୀୟ
ଶିକ୍ଷା ସ୍ନାତକୋତ୍ତର (ବାଣିଜ୍ୟ ପ୍ରଶାସନ) ୨୦୧୧, ସଙ୍ଗୀତ ବିଶାରଦ
ସ୍କୁଲ/କଲେଜ ଗନ୍ଧର୍ବ ମହାବିଦ୍ୟାଳୟ
ପ୍ରସିଦ୍ଧି ଗାୟିକା
ଧର୍ମ ହିନ୍ଦୁ ଧର୍ମ
ବାପା ମା ଶ୍ୟାମଳ କୃଷ୍ଣ ମିଶ୍ର
ସବିତାଞ୍ଜଳି ଉଦଗାତା
ୱେବସାଇଟ
ସ୍ନିତିମିଶ୍ର.କମ

ସ୍ନିତି ମିଶ୍ର, ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ଜଣେ ଗାୟିକା । ୨୦୧୦ ମସିହାରେ, ଜୀଟିଭିରେ ପ୍ରସାରିତ 'ସା ରେ ଗା ମା ପା' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ସେ ଲୋକଲୋଚନକୁ ଆସିଥିଲେ ।[୧] ଏହି କାର୍ଯ୍ୟକ୍ରମରେ ତାଙ୍କୁ 'ସବୁଠାରୁ ଉଲ୍ଲେଖନୀୟ କଣ୍ଠସ୍ଵର' ଉପାଧୀ ମଧ୍ୟ ପ୍ରଦାନ କରାଯାଇଥିଲା ।[୨]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ସ୍ନିତି ବଲାଙ୍ଗୀର ସହରରେ ଜନ୍ମଗ୍ରହଣ କରିଥିଲେ । ସେ ପିତା ଶ୍ୟାମଳ କୃଷ୍ଣ ମିଶ୍ର ଓ ମାତା ସବିତାଞ୍ଜଳି ଉଦଗାତାଙ୍କର ଦ୍ଵିତୀୟ ସନ୍ତାନ ଅଟନ୍ତି । ତାଙ୍କବଡ ଭଉଣୀଙ୍କ ନାମ ସ୍ଵାତୀ ଅଟେ ।

ସ୍ନିତି, ବଲାଙ୍ଗୀରର ସରସ୍ଵତୀ ଶିଶୁ ମନ୍ଦିରରୁ ହାଇସ୍କୁଲ ଶିକ୍ଷା ଓ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ଭୁବନେଶ୍ୱର ସ୍ଥିତ 'ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡି଼ଜ'ରୁ ବିତ୍ତ ବିଭାଗରେ ଏମ୍.ବି.ଏ ଶିକ୍ଷା ସମାପ୍ତ କରିଛନ୍ତି । ପିଲାଦିନରୁ ସ୍ନିତି ସଙ୍ଗୀତ ପ୍ରତି ଆକୃଷ୍ଟ ଥିଲେ ଓ ଗୁରୁ 'ରଘୁନାଥ ସାହୁ'ଙ୍କଠାରୁ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ସେ, ମୁମ୍ବାଇର ଗନ୍ଧର୍ବ ମହାବିଦ୍ୟାଳୟରୁ ସଙ୍ଗୀତ ବିଶାରଦ ଉପାଧୀ ମଧ୍ୟ ହାସଲ କରିସାରିଛନ୍ତି ।

କର୍ମ ଜୀବନ[ସମ୍ପାଦନା]

'ସା ରେ ଗା ମା ପା' କାର୍ଯ୍ୟକ୍ରମରୁ ଲୋକପ୍ରିୟତା ହାସଲ କରିଥିବା ସ୍ନିତି ଇତିମଧ୍ୟରେ ଏକ ନେପାଳୀ ଭାଷାର ଚଳଚିତ୍ର ଓ ନୀଳ ମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚିତ୍ର 'ବବଲୁ ହାପି ହେ'ରେ କଣ୍ଠଦାନ କରିସାରିଛନ୍ତି । ଚଳଚିତ୍ର ବ୍ୟତିତ ସେ, ଫୈଜଲ କ୍ୟୁରେସି, ଭିକୁ ବିନାୟକମ, ଲୁଇସ ବ୍ୟାଙ୍କ ଆଦି ବହୁ ପ୍ରତିଷ୍ଠିତ ସଙ୍ଗୀତକାରଙ୍କ ସହ ଦେଶ ବିଦେଶରେ[୩] ବହୁବାର ସଙ୍ଗୀତ ପରିବେଷଣ କରିସାରିଛନ୍ତି ।[୪]

ଆଧାର[ସମ୍ପାଦନା]