ସୋନୁ ନିଗମ

ଉଇକିପିଡ଼ିଆ ରୁ
ସୋନୁ ନିଗମ
ବିବରଣୀ
ଜନ୍ମ ଜୁଲାଇ ୩୦, ୧୯୭୩ (1973-07-30) (ବୟସ ୩୮)
ଫରିଦାବାଦ, ହରିୟାଣା, ଭାରତ
ବିଭାଗ ପପ, ପ୍ରଚ୍ଛଦପଟ୍ଟ ଗାୟନ
ଜୀବିକା ଗାୟକ, ଅଭିନେତା, ସଙ୍ଗୀତକାର, ଟେଲିଭିଜନ ଉପସ୍ଥାପକ, ରେଡିଓ ଜକି
ବାଦନ ଜନ୍ତ୍ର କଣ୍ଠ
ଜୀବନ କାଳ ୧୯୮୫ରୁ ଏବେଯାଏଁ
ବେବସାଇଟ sonuniigaam.in

ସୋନୁ ନିଗମ (ଜନ୍ମ ୩୦ ଜୁଲାଇ ୧୯୭୩ , ଫରିଦାବାଦ, ହରିୟାଣା)[୧] ଜଣେ ଭାରତୀୟ ଗାୟକ ଅଟନ୍ତି ଯେକି ଅନେକ ହିନ୍ଦୀ, ମରାଠୀ, ଓଡ଼ିଆ, ତେଲଗୁ, ତାମିଲ, କନ୍ନଡ ଓ ବଙ୍ଗଳା ସିନେମା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ୍ ଆଲବମ ରେ କାମ କରିବା ସଙ୍ଗେ ସଙ୍ଗେ କିଛି ହିନ୍ଦୀ ଚଳଚିତ୍ର ରେ ଅଭିନୟ ମଧ୍ୟ କରିଛନ୍ତି ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] କ୍ୟାରିୟର

[ଏହାକୁ ବଦଳାନ୍ତୁ] ପ୍ରାରମ୍ଭିକ କ୍ୟାରିୟର

ସୋନୁ ନିଗମ ୩ ବର୍ଷ ବୟସରେ ତାଙ୍କ ବାପାଙ୍କ ସଙ୍ଗେ ମଞ୍ଚ ଉପରେ ମହମ୍ମଦ ରଫିଙ୍କ ଗୀତ “କ୍ୟା ହୁଆ ତେରା ୱାଦା......” ଗାଇ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ତା’ ପରଠାରୁ ସୋନୁ ତାଙ୍କ ବାପାଙ୍କ ସଙ୍ଗେ ବିବାହ ଓ ପାର୍ଟି ଆଦିରେ ଗୀତ ଗାଇବାକୁ ଲାଗିଲେ । ସେ ତାଙ୍କ ସ୍ୱଳ୍ପ ବୟସ ସମୟରେ ଅନେକ ସଙ୍ଗୀତ ପ୍ରତିଯୋଗିତାରେ ସଫଳତାର ସହିତ ଭାଗ ନେଇଥିଲେ । ସେ ଗାୟକ ଭାବେ କ୍ୟାରିୟର ଗଢିବାଲାଗି ୧୯ ବର୍ଷ ବୟସରେ ତାଙ୍କ ବାପାଙ୍କ ସହିତ ମୁମ୍ବାଇ ଚାଲିଆସିଲେ । ଆରମ୍ଭରେ ମୁମ୍ବାଇରେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା । ସେ ମହମ୍ମଦ ରଫିଙ୍କ ଗୀତ ଗାଇବାକୁ ଆରମ୍ଭକଲେ, ମୁଖ୍ୟତଃ T-Series ର କେତେକ “ରଫି କି ୟାଦେଁ” ଆଲବମରେ । T-Series ସଂସ୍ଥାପକ ଗୁଲଶନ କୁମାର ସୋନୁଙ୍କ ଦକ୍ଷତା ଚିହ୍ନିବାରେ ଏବଂ ତାଙ୍କୁ ଅନେକ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କଣ୍ଠଶିଳ୍ପୀ ରୂପେ ସୋନୁଙ୍କ ପ୍ରଥମ ଗୀତ ଜାନମ୍(୧୯୯୦) ଫିଲ୍ମରେ ଥିଲା, କିନ୍ତୁ ଏହା ରିଲିଜ୍ ହୋଇନଥିଲା | ପ୍ରସିଦ୍ଧ ଟିଭି ସୋ ସା-ରେ-ଗା-ମା ରେ ଆସିବା ପୂର୍ବରୁ ସେ ଅନେକ ରେଡିଓ ବିଜ୍ଞାପନ ରେ ସୁଯୋଗ ପାଇଥିଲେ । ସେ ଜଣେ ଉତ୍କୃଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଉସ୍ତାଦ ଗୁଲାମ ମୁସ୍ତଫା ଖାନ୍ ଙ୍କଠାରୁ ତାଲିମ ନେଇଥିଲେ ।

ସୋନୁ ସା-ରେ-ଗା-ମା(ଗାୟନ ପ୍ରତିଯୋଗିତା)ର ସଞ୍ଚାଳକ ରୂପେ କାମ ଆରମ୍ଭ କରିଥିଲେ, ଯାହାର ପ୍ରଥମ ଅଧ୍ୟାୟ ୧ ମଇ ୧୯୯୫ରେ ପ୍ରସାରିତ ହୋଇଥିଲା ଏବଂ ଖୁବ୍ ଶୀଘ୍ର ଭାରତୀୟ ଟେଲିଭିଜନ୍ ର ଅନ୍ୟତମ ଲୋକପ୍ରିୟ ସୋ ହୋଇଗଲା । ଏହି ସୋ ସୋନୁଙ୍କୁ ନିଜ ଗାଇବାର ଦକ୍ଷତା ଓ ଦର୍ଶକଙ୍କୁ ମୁଗ୍ଧ କରିବାର କ୍ଷମତା ଦେଖାଇବାରେ ସାହାଯ୍ୟ କଲା । ଅତି ଶୀଘ୍ର ସେ ଆଲ୍ବମ ବେୱଫା ସନମ(୧୯୯୫) ର ଗୀତ “ଅଚ୍ଛା ସିଲା ଦିଆ...” ଗାଇଲେ, ଯାହାକି ଖୁବ୍ ସଫଳ ଥିଲା । ଏହାପରେ ଅଧିକ ସୁଯୋଗ ମିଳିବାରେ ଲାଗିଲା । ଅନୁ ମଲିକଙ୍କ ସଂଯୋଯିତ ବର୍ଡର୍(୧୯୯୭) ଫିଲ୍ମର ଗୀତ “ସନ୍ଦେଶେ ଆତେ ହେଁ...” ତାଙ୍କ ପ୍ରସିଦ୍ଧି ବଢେଇଥିଲା । ସେହି ବର୍ଷ ନଦୀମ-ଶ୍ରବଣଙ୍କ ସଂଯୋଯିତ ପରଦେଶ୍ ଫିଲ୍ମର ଗୀତ “ୟେ ଦିଲ ଦିୱାନା” ତାଙ୍କ ରଫିଙ୍କ ନକଲ ହେବାର ଛବିକୁ ବଦଳାଇଦେଲା । ତା’ପରେ ସେ ନିଜର ଭିନ୍ନ ଏକ ଶୈଳୀ ପ୍ରସ୍ତୁତ କଲେ ଓ ଭାରତର ନୂତନ କଣ୍ଠଶିଳ୍ପୀମାନଙ୍କ ଆଦର୍ଶ ପାଲଟିଗଲେ । ସମୟାନୁକ୍ରମେ ସୋନୁ ଭାରତୀୟ ସଙ୍ଗୀତ ଜଗତର ଏକ ମୁଖ୍ୟ ଶକ୍ତି ହୋଇଯାଇଛନ୍ତି । ସେ ଅନେକ ହିନ୍ଦୀ ଫିଲ୍ମର ଗୀତରେ କଣ୍ଠଦାନ କରିଛନ୍ତି ଏବଂ ଅନେକ ପୁରସ୍କାର ଜିତିଛନ୍ତି । ତାଙ୍କର “କଲ୍ ହୋ ନା ହୋ” ଓ “ମେଁ ହୁଁ ନା” ଆଦି ଚଳଚ୍ଚିତ୍ରର ଶୀର୍ଷକ ଗୀତ ଅନେକ ପ୍ରସିଦ୍ଧ । ସେ ନିଜକୁ ଏକ ପ୍ରକାର ଗୀତରେ ବାନ୍ଧି ନ ରଖି ବିଭିନ୍ନ ପ୍ରକାର(ରୋମାଣ୍ଟିକ୍,ରକ୍,ଦୁଃଖ,ଦେଶାତ୍ମବୋଧକ) ଗୀତରେ ନିଜର କଳା ନିପୁଣତାର ପ୍ରଦର୍ଶନ କରିଛନ୍ତି । ସୋନୁ ହିନ୍ଦୀ ବ୍ୟତୀତ ନିଜ ନିର୍ଭୁଲ ଉଚ୍ଚାରଣରେ ମରାଠୀ, ଓଡ଼ିଆ, ତେଲଗୁ, ତାମିଲ, କନ୍ନଡ, ବଙ୍ଗଳା, ପଞ୍ଜାବୀ, ଭୋଜପୁରୀ, ଉର୍ଦ୍ଦୁ, ନେପାଳୀ ଓ ଇଂରାଜୀ ଭାଷାରେ ଗୀତ ଗାଇଛନ୍ତି ।

[ଏହାକୁ ବଦଳାନ୍ତୁ] ଆଧାର

  1. "Sonu Nigam Biography". http://www.4to40.com/legends/index.asp?id=818. Retrieved 2007-03-24. 

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା