ସିରୋସିସ୍

ଉଇକିପିଡ଼ିଆ ରୁ
ସିରୋସିସ୍
ଶ୍ରେଣୀବିଭାଗ ଓ ବାହାର ସ୍ରୋତ

ଗୋଟିଏ ଲୋକର ସିରୋସିସ୍ ରୋଗ ଯୋଗୁ ଜଳୀୟ ପଦାର୍ଥ ଜମି ବିରାଟ ଉଦର ଓ କାପୁଟ ମେଡୁସା ଦେଖାଯାଉଛି ।
ICD-10 K70.3, K71.7, K74.
ICD-9 571
ରୋଗ ଡାଟାବେସ 2729
MedlinePlus 000255
eMedicine med/3183 radio/175
MeSH D008103

ସିରୋସିସ୍ ଗୋଟିଏ ଦୀର୍ଘକାଳୀନ ଯକୃତ ରୋଗ ଯେଉଁଥିରେ ଯକୃତର ଅନେକ କୋଷ ବଦଳି ଯାଇ ସୂତ୍ର ତନ୍ତୁରେ(Fibrosis) ପରିଣତ ହୋଇଯାଏ ଏବଂ ପରିଶେଷରେ ସ୍କାର୍‌ରେ(Scar) ପରିଣତ ହୁଏ । ଏହି କ୍ଷତି ଭରଣା କରିବାକୁ ଯାଇ ଯକୃତ ନୂତନ କୋଷ ନିର୍ମାଣ କରେ ଯାହା ଅନେକ ଗୁଡିଏ ଆବୁ(Nodule) ଭଳି ଦେଖାଯାଏ ।[୧][୨][୩] ଏହା ଦ୍ଵାରା ଯକୃତର କାର୍ଯ୍ୟ ଦକ୍ଷତା ହ୍ରାସ ପାଏ । କେତେକ ଅନାମଧେୟ କାରଣ ଯୋଗୁ ଏହି ରୋଗ ହେଉଥିଲେ ମଧ୍ୟ ସାଧାରଣତଃ ଏହା ମଦ୍ୟପାନ ଯୋଗୁ, ହେପାଟାଇଟିସ୍ ବି, ହେପାଟାଇଟିସ୍ ସି, ଓ ଚର୍ବିଳ ଯକୃତ ରୋଗ ଯୋଗୁ ସଂଘଟିତ ହୁଏ ।
ଏହି ରୋଗର ଆସାଇଟିସ୍ ଜଳଉଦରୀ ଗୋଟିଏ ପ୍ରଧାନ ଜଟୀଳତା ଯେଉଁଥିରେ ପେଟ ଭିତରେ ଜଳୀୟ ପଦାର୍ଥ ଜମିଯାଏ । ଏହା ସହ ଜୀବନ ଯାତ୍ରା ଦୁର୍ବିସହ ହୋଇଯାଏ, ସଂକ୍ରମଣ ଆଶଙ୍କା ବଢିଯାଏ ଓ ସର୍ବ ଶେଷରେ ନିମ୍ନମାନ ସ୍ଥିତି ମିଳେ । ହେପାଟିକ୍ ଏନ୍‌କେଫାଲୋପାଥି ଓ ଏସୋଫେଜିଆଲ୍ ଭାରିସେସ୍ ଏହି ରୋଗର ଅନ୍ୟ ଜଟୀଳତା ମଧ୍ୟରେ ଗଣାଯାଏ । ଏହି ରୋଗରେ ନଷ୍ଟ ହୋଇଥିବା ଅଂଶ ପୁନଶ୍ଚ ଠିକ ହୋଇପାରେ ନାହିଁ ଓ ଚିକିତ୍ସା ଦ୍ଵାରା ଏହାର ଅଗ୍ରଗତି ରୋକିବାକୁ ଚେଷ୍ଟା କରାଯାଏ । ଅତ୍ୟଧିକ ବଢିଯାଇଥିବା ରୋଗରେ ଯକୃତ ପ୍ରତିରୋପଣ(Transplant) ଦରକାର ହୁଏ ।
ଗ୍ରୀକ ଶବ୍ଦ κιρρός [kirrhós] ର ଅର୍ଥ ହଳଦିଆ, tawny (ଯକୃତର କମଳା ହଳଦିଆ ରଙ୍ଗ)। ୧୮୧୯ ମସିହାରେ ରେନେ ଲେନେକ୍ ଏହାର ନାମ ସିରୋସିସ୍ ଦେଇଥିଲେ ଯଦିଓ ଆଗରୁ ଏହି ରୋଗ ବିଷୟରେ ଜଣା ଥିଲା । ସ୍ଟେଥୋସ୍କୋପର ମଧ୍ୟ ସେ ଜନକ ଥିଲେ । [୪]

ଲକ୍ଷଣ ଓ ଚିହ୍ନ[ସମ୍ପାଦନା]

ନିମ୍ନରେ କେତେଗୁଡିଏ ଲକ୍ଷଣ ଓ ଚିହ୍ନ ଉଲ୍ଲେଖ କରାଗଲା । ସେଗୁଡିକ ଅନ୍ୟ ରୋଗରେ ମଧ୍ୟ ଦେଖାଯାଏ । ଏଣୁ ଏହି ଲକ୍ଷଣ ସମୂହ ଥିଲେ ସିରୋସିସ୍ ଅଛି ବୋଲି ଭାବିବା ସର୍ବଦା ଠିକ୍ ନୁହେଁ, ବା ନ ଥିଲେ ସିରୋସିସ୍ ନାହିଁ ଭାବିବା ମଧ୍ୟ ଠିକ ନୁହେଁ ।

ସ୍ପାଇଡର୍ ଆଞ୍ଜିଓମା
ଶ୍ରେଣୀବିଭାଗ ଓ ବାହାର ସ୍ରୋତ

ସ୍ପାଇଡର ନେଭି
  • ସ୍ପାଇଡର୍ ଆଞ୍ଜିଓମା ବା ସ୍ପାଇଡର ନେଭସ୍ । ସରୁ ରକ୍ତ ନଳୀ ସାଇକଲ ସ୍ପୋକ୍ ଭଳି ଦେଖାଯାଏ ।
  • ପାପୁଲି ଏରିଦେମା(Palmar erythema)। ହରମୋନ୍ ବିଶୃଙ୍ଖଳା ଯୋଗୁ ହୁଏ ।
  • ନଖ ପରିବର୍ତ୍ତନ
    • ଦୁଇଟି ଭୁସମାନ୍ତରାଳ ରେଖା (Muehrcke's lines)
    • ପ୍ରଥମ ଦୁଇ ତୃତୀୟାଂଶ ଧଳା ଓ ବାକି ଅଂଶ ଲାଲ ଦେଖାଯାଏ(Terry's nails ) ।
    • କ୍ଲବିଙ୍ଗ(Clubbing)ନଖ ଓ ନିକଟସ୍ଥ ଚର୍ମ ୧୮୦ କୋଣ ଅଙ୍କନ କରନ୍ତି ।
  • ହାଇପରଟ୍ରୋଫିକଓଷ୍ଟିଓଆର୍ଥ୍ରୋପାଥି
  • ଡୁପ୍ଵିଟ୍ରେନ୍ କନ୍ଟ୍ରାକଚର୍ (Dupuytren's contracture)
  • ପୁରୁଷ ସ୍ତନ (Gynecomastia): ବୃଦ୍ଧି ପ୍ରାପ୍ତ ହୁଏ ।
  • ହାଇପୋଗୋନାଡିସ୍ମ
  • ଯକୃତ ଆକାର: ବଡ, ଛୋଟ ବା କିଛି ନ ବଦଳି ପାରେ ।
  • ପ୍ଲିହା ବଢିଯାଏ । ପୋର୍ଟାଲ୍ ଉଚ୍ଚ ରକ୍ତଚାପ ଯୋଗୁ ପ୍ଲିହାର ମଧ୍ୟ ଭାଗରେ(Pulp)ରକ୍ତ ମାତ୍ରା ଅଧିକ ହେବା ଯୋଗୁ ବଢିଯାଏ ।
  • ଜଳ ଉଦରୀ(Ascitis): ପେରିଟୋନିଅମ୍ ଖୋଳ ମଧ୍ୟରେ ଜଳୀୟ ପଦାର୍ଥ ଜମିଯାଇ ପେଟ ବଢିଯାଏ । ଅତି କମରେ ୧୫୦୦ମି.ଲି. ଜମିଲେ ପେଟ ବଢିବା ଜଣା ପଡେ ।
  • କାପୁଟ ମେଡୁସା: ନାଭିଠାରୁ ସବୁ ଦିଗକୁ ଶିରାସମୁହ ଫୁଲିଯାଇଥିବା ଦେଖାଯାଏ ।
  • କ୍ରୁଭେଲ୍‌ହିଅର୍-ବମଗାର୍ଟର ମର୍‌ମର୍: ପେଟ ଉପର ପାଖରେ ସ୍ଟେଥୋସ୍କୋପ ଲଗେଇ ଶୁଣିଲେ କ୍ଷୀଣ ମର୍‌ମର୍ ଶବ୍ଦ ଶୁଣାଯାଏ ।
  • ଫେଟର୍ ହେପାଟିକସ୍: ନିଶ୍ଵାସରେ ଡାଇମିଥାଇଲ୍ ସଲଫେଟ୍ ଆସିବାରୁ ଦୁର୍ଗନ୍ଧ ହୁଏ ।
  • କାମଳ: ଆଖି, ଚର୍ମ ଓ ଶ୍ଳେଷ୍ମ୍ ଝିଲ୍ଲୀ ହଳଦିଆ ଦେଖାଯାଏ ।
  • ଭୋକ ଶୂନ୍ୟତା, ଓଜନ ହ୍ରାସ, ଦୂର୍ବଳ ଲାଗିବା ଓ ଥକ୍କା ଲାଗିବା ଲକ୍ଷଣ ପ୍ରକାଶ ପାଏ ।

ରୋଗ ବୃଦ୍ଧି ପରେ ଜଟୀଳତା ଯୋଗୁ କେତେକ ଲକ୍ଷଣ ପ୍ରଥମ ଥର ନିମନ୍ତେ ପ୍ରକାଶ ପାଏ । ସେଗୁଡିକ ନାମ ନିମ୍ନରେ ଦିଆଗଲା ।

ଅନ୍ୟ ଅଙ୍ଗରେ ଜଟୀଳତା

କାରଣ[ସମ୍ପାଦନା]

ଅନେକ କାରଣ ଯୋଗୁ ସିରୋସିସ୍ ହୋଇପାରେ । ସାଧାରଣତଃ ପୁରୁଣା ମଦ୍ୟପାନ ଓ ହେପାଟାଇଟିସ୍ ସି ଯୋଗୁ ପଶ୍ଚିମ ପୃଥିବୀରେ ଏହି ରୋଗ ହୁଏ ।

ଶରୀର ତତ୍ତ୍ଵ ନିଦାନ[ସମ୍ପାଦନା]

ଯକୃତର କାମ: ଆଲ୍‌ବୁମିନ୍, ରକ୍ତ ଜମାଟ ଫ୍ୟାକ୍ଟର ଓ କମ୍ପ୍ଲିମେଣ୍ଟ ଭଳି ପୁଷ୍ଟିସାର ଗୁଡିକର ସଂଶ୍ଳେଷଣ କରେ । ବିଷାକ୍ତ ପଦାର୍ଥ ନଷ୍ଟ କରେ(Detoxify)। ଚର୍ବି ଓ ଶ୍ଵେତସାରର ବିପାକରେ(Metabolism) ଭାଗ ନିଏ ।
ଯାହା ବି କାରଣ ହେଉ ନା କାହିଁକି, ସିରୋସିସ୍ ପୂର୍ବରୁ ଅଧିକାଂଶ କ୍ଷେତ୍ରରେ ହେପାଟାଇଟିସ୍ ଓ ଚର୍ବିଳ ଯକୃତ ଦେଖାଯାଏ । ଏହି ପ୍ରାଥମିକ ଅବସ୍ଥାରେ ଯଦି ସିରୋସିସ୍‌ର କାରଣକୁ ଦୂର କରାଯାଇପାରିବ ତାହାହେଲେ ରୋଗରେ କ୍ଷତିଗ୍ରସ୍ତ ଯକୃତ ଅଂଶ ପୁନଃନିର୍ମାଣ ହୋଇପାରିବ ।
ଏହି ରୋଗରେ ଯକୃତର ନିଜସ୍ଵ କୋଷ ଗୁଡିକ ନଷ୍ଟ ହୋଇ ସୂତ୍ର ତନ୍ତୁରେ ପରିବର୍ତ୍ତିତ ହୋଇଯାଏ ଓ ସ୍କାର ତନ୍ତୁରେ ପରିଣତ ହୁଏ । ଏହା ଦ୍ଵାରା ପୋର୍ଟାଲ୍ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ ଓ କାର୍ଯ୍ୟ କୁଶଳତା ନଷ୍ଟ ହୋଇଯାଏ । ନିକଟରେ ହୋଇଥିବା ଗବେଷଣାରୁ ଜଣା ପଡିଛି, ଯକୃତ କୋଷ ନଷ୍ଟ ହୋଇଗଲେ ସ୍ଟିଲେଟ କୋଷ ଗତିଶୀଳ ହୋଇଯାଏ ଓ ମାୟୋଫାଇବ୍ରୋବ୍ଲାଷ୍ଟରେ ପରିଣତ ହୁଏ । ଏହା ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରେ । ଆହୁରି ମଧ୍ୟ ଏହା ଟି.ଜି.ଏଫ୍.-ବିଟା ୧(TGF-β1) କ୍ଷରଣ କରେ ଯାହା କନେକ୍‌ଟିଭ୍ ତନ୍ତୁ ଅଧିକ ସୃଷ୍ଟି କରେ ।
ଏହି ସମସ୍ତ ପରିବର୍ତ୍ତନ ଯୋଗୁ ଯକୃତରେ ରକ୍ତ ସରବରାହ ହୋଇ ନ ପାରି ସ୍ଵଳ୍ପ ରକ୍ତ ସଞ୍ଚାଳନ ହୁଏ । ପ୍ଲିହାରେ ରକ୍ତ ଜମିଯାଏ ଓ ହାଇପର୍‌ସ୍ପ୍ଲେନିଜ୍ମ୍(hypersplenism) ହୁଏ । ପ୍ଲାଟେଲେଟ ରକ୍ତ କଣିକା ଭାଙ୍ଗିଯାଏ । ଏହି ରୋଗର ଅଧିକାଂଶ ଜଟିଳତା ପୋର୍ଟାଲ ଉଚ୍ଚ ରକ୍ତ ଚାପ(Portal hypertension) ଯୋଗୁ ହୁଏ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

ସିରୋସିସ୍ ରୋଗ ନିମନ୍ତେ ଯକୃତ ବାୟୋପ୍ସିକୁ ସ୍ଵର୍ଣ୍ଣାଭ ମାନକ ପରିକ୍ଷା କୁହାଯାଏ । ଏହି ପରିକ୍ଷା ନିମନ୍ତେ ଯକୃତର ତନ୍ତୁ ନେବାକୁ ପଡେ । ଏହା ଟ୍ରାନ୍ସଜୁଗୁଲାର୍,ଲାପାରୋସ୍କୋପି, ପର୍‌କ୍ୟୁଟାନିଅସ୍ ବା ସରୁ ଛୁଞ୍ଚି ଦ୍ଵାର କଢାଯାଏ । ମନେ ରଖିବା କଥା: ବାୟୋପ୍ସି ନିମନ୍ତେ ତନ୍ତୁ ସଂଗ୍ରହରେ କିଛି ବିପଦ ଅଛି ।[୬]
ଆସାଇଟିସ୍, ସ୍ଵଳ୍ପ ପ୍ଲାଟେଲେଟ ସଂଖ୍ୟା ଓ ସ୍ପାଇଡର ନେଭି ଏହି ରୋଗ ନିର୍ଣ୍ଣୟରେ ସାହାଯ୍ୟ କରନ୍ତି ।[୭]

ପରୀକ୍ଷାଗାର ଫଳ[ସମ୍ପାଦନା]

ସିରୋସିସ୍ ରୋଗରେ ନିମ୍ନଲିଖିତ ପରୀକ୍ଷାଗାର ଫଳ ମିଳେ ।

  • ଆମିନୋଟ୍ରାନ୍ସରେଜ୍: ଅ.ଏସ୍.ଟି. ଓ ଏ.ଏଲ୍.ଟି. ସ୍ତର ଉଚ୍ଚ ରହେ ଓ ଏ.ଏଲ୍.ଟି. ଅପେକ୍ଷା ଅ.ଏସ୍.ଟି. ଅଧିକ ରାହେ ।
  • ଆଲ୍କାଲାଇନ୍ ଫସ୍ଫାଟେଜ୍ ଅଧିକ ରହେ ।
  • ଗାମାଗ୍ଲୁଟାମିଲ୍ ଟ୍ରନ୍ସଫରେଜ୍(Gamma-glutamyl transferase)। ଆଲ୍‌କୋହୋଲ୍ ଅପେକ୍ଷା ଯକୃତ ରୋଗରେ ଏହାର ସ୍ତର ଅଧିକ ରହେ ।
  • ବିଲିରୁବିନ ଅଧିକ ରହେ ।
  • ଆଲ୍‌ବୁମିନ୍ କମିଯାଏ ।
  • ପ୍ରୋଥ୍ରୋମ୍ଵିନ ଟାଇମ୍ ବଢିଯାଏ ।
  • ଗ୍ଲୋବ୍ୟୁଲିନ୍ କମିଯାଏ ।
  • ହାଇପୋନାଟ୍ରେମିଆ: ରକ୍ତରେ ସୋଡିୟମ କମିଯାଏ ।
  • ଥ୍ରୋମ୍ବୋସାଇଟୋପିନିଆ
  • ଲ୍ୟୁକୋପିନିଆ ଓ ନ୍ୟୁଟ୍ରୋପିନିଆ
  • ରକ୍ତ ଜମାଟ ହେବାରେ ଅସୁବିଧା ହୁଏ ।

ଉପରୋକ୍ତ ପରୀକ୍ଷା ମଧ୍ୟରୁ ୬ଟି ସେରମ୍ ପରୀକ୍ଷାର ଫଳକୁ ନେଇ ଗୋଟିଏ ଫାଇବ୍ରୋ ଟେଷ୍ଟ କରାଯାଉଛି ।[୮] ଏହି ପରୀକ୍ଷାର ଫଳ ଯକୃତ ବାୟୋପ୍ସି ପରୀକ୍ଷାର ଫଳ ସହ ପ୍ରାୟ ମିଶି ଯାଉଛି ।
ନୂତନ ସିରୋସିସ୍ ରୋଗୀ ନିମନ୍ତେ ନିମ୍ନ ଲିଖିତ ପରୀକ୍ଷା କରାଯାଏ ।

  • ହେପାଟାଇଟିସ୍ ଭୁତାଣୁ ନିମନ୍ତେ ସେରୋଲୋଜି ପରୀକ୍ଷା, ଅଟୋଆଣ୍ଟିବଡି ପରୀକ୍ଷା ।(ANA, anti-smooth muscle, anti-mitochondria, anti-LKM)
  • ଫେରିଟିନ୍ ଓ ଟ୍ରାନ୍ସଫେରିନ୍ ସାଚୁରେସନ ପରୀକ୍ଷା । Ferritin and transferrin saturation (markers of iron overload), copper and ceruloplasmin (markers of copper overload)
  • କୋଲେସ୍ଟେରୋଲ୍ ଓ ଗ୍ଲୁକୋଜ୍
  • ଆଲ୍‌ଫା ୧-ଆଣ୍ଟିଟ୍ରିପ୍‌ସିନ୍

ଇମେଜିଙ୍ଗ[ସମ୍ପାଦନା]

ପେଟର ଆକ୍ସିଆଲ୍ ସି.ଟି. ଚିତ୍ରରେ ପେଟରେ ଥିବା ଯକୃତ ସିରୋସିସ୍‌ର ଦୃଷ୍ୟ

ସିରୋସିସ୍ ରୋଗରେ ନିୟମିତ ଭାବେ ଅଲ୍‌ଟ୍ରାସାଉଣ୍ଡ କରାଯାଏ । ଏହି ରୋଗରେ ଯକୃତ ଗ୍ରନ୍ଥିଳ(Nodular) ଓ ଆକାରରେ ଛୋଟ ଦେଖାଯାଇ ପାରେ । ରୋଗ ଅଧିକ ହୋଇଥିଲେ ଚିତ୍ରରେ ଅନିୟମିତ ଛାୟା ଦେଖାଦିଏ । ଏହାର କଡେଟ ଲୋବ୍(Caudate lobe) ବଡ ଦେଖାଯାଏ । ବିଭିନ୍ନ ଲୋବ୍‌ରେ ଥିବା ଫାଙ୍କ ଚଊଡା ଦେଖାଯାଏ । ପ୍ଲିହା ବଡ ଦେଖାଯାଏ ।
ଫାଇବ୍ରୋ ସ୍କାନ ନାମକ ଏକ ନୂଆ ଯନ୍ତ୍ର ଦ୍ଵାରା ଇଲାସ୍ଟିସିଟି ମପାଯାଉଛି । ମେଟାଭିର ସ୍କେଲ(METAVIR) ସ୍କେଲ୍ ଅନୁସାରେ ଯକୃତ କେତେ ନରମ ବା ଟାଣ ତାହା ଜଣାଯାଏ । ଫାଇବ୍ରୋ ସ୍କାନ ଯନ୍ତ୍ର ଯକୃତର ଏକ ଅଲ୍‌ଟ୍ରାସାଉଣ୍ଡ ଛବି ତୋଳେ । ଏହି ପରିକ୍ଷା ବାୟୋପ୍ସି ଠାରୁ ଶୀଘ୍ର ହୁଏ । ରୋଗ କେତେ ସଂଘାତିକ ତାହା ଏହି ପରୀକ୍ଷା ଦ୍ଵାରା ପ୍ରାୟ ଜଣାପଡେ ।[୯]
ଏହା ବ୍ୟତିତ ପେଟର ସି.ଟି.ସ୍କାନ୍ ଓ ଯକୃତ ତଥା ପିତ୍ତ ନଳୀର ଏମ୍.ଆର୍.ଆଇ. କରାଯାଏ ।
ପ୍ରାଥମିକ ସ୍କ୍ଲେରୋଜିଙ୍ଗ କୋଲାଞ୍ଜାଇଟିସ୍ ଗୋଟିଏ ପିତ୍ତ ନଳୀ ରୋଗ ଯାହା କ୍ଵଚିତ ସୋରୋସିସ୍ ରୋଗର କାରଣ ହୋଇପାରେ । ଏହି ରୋଗ ଜାଣିବା ନିମନ୍ତେ ଇ.ଆର୍.ସି.ପି. କିମ୍ଵା ଏମ୍.ଆର୍.ସି.ପି. ପରୀକ୍ଷା କରାଯାଏ

ଏଣ୍ଡୋସ୍କୋପି[ସମ୍ପାଦନା]

ଏସୋଫେଗସ୍, ପାକସ୍ଥଳୀ ଓ ଡୁଓଡେନମ୍ ଭିତରର ଦୃଶ୍ୟ ଦେଖିବା ପାଇଁ ଗ୍ୟାସ୍‌ଟ୍ରୋସ୍କୋପି(Gastroscopy) କରାଯାଏ ।ଏସୋଫେଜିଆଲ୍ ଭାରିସେସ୍(esophageal varices) ରୋଗ ଥିଲେ ଏଥିରେ ଜଣାପଡେ ଓ ତାହାର ଚିକିତ୍ସା ସ୍କ୍ଲେରୋଥେରାପି ଓ ବିଟାବ୍ଲକର ଔଷଧ ଦ୍ଵାରା କରାଯାଏ ।

ନିଦାନ[ସମ୍ପାଦନା]

ସିରୋସିସ୍ ରୋଗ ହେଲେ ପ୍ରଥମେ ଯକୃତ ଆକାରରେ ବଡ ହୋଇ ରୋଗ ବଢିବା ସଙ୍ଗେ ସଙ୍ଗେ ଛୋଟ ହୋଇଯାଏ । ଏହାର ପୃଷ୍ଠତଳ ଅନିୟମିତ, ଚିପିଲେ ଟାଣ ଲାଗେ ଓ ସ୍ଟିଏଟୋସିସ୍ ସହାବନ୍ଥାନ ଥିଲେ ହଳଦିଆ ଦେଖାଯାଏ । ଏହା ମୁଣ୍ଡା ମୁଣ୍ଡା (Nodular) ଦେଖାଯାଏ ଓ ଏହାକୁ ମୁଣ୍ଡାର ଆକାର ଅନୁସାରେ ତିନି ଭାଗରେ ବିଭକ୍ତ କରାଯାଏ: ମାଇକ୍ରୋନୋଡ୍ୟୁଲାର୍(୩ ମି.ମି.ରୁ କମ୍), ମାକ୍ରୋନୋଡ୍ୟୁଲାର୍(୩ ମି.ମି.ରୁ ବେଶୀ) ଓ ମିଶ୍ରିତ ।
ଅଣୁବୀକ୍ଷଣ ଯନ୍ତ୍ର୍ରର ଦୃଶ୍ୟ ଅନୁସାରେ ଯକୃତ କୋଷର ପୁନର୍ଜନ୍ମ ନୋଡ୍ୟୁଲ ଥିଲେ ୧ ନମ୍ଵର ଓ ସୂତ୍ର ତନ୍ତୁ/ସଂଯୋଜକ ତନ୍ତୁ ଥିଲେ ୨ ନମ୍ଵର ଦିଆଯାଏ । ରୋଗର କ୍ରିୟାଶୀଳତା ଅନୁସାରେ ସଂଯୋଜକ ତନ୍ତୁ ତିଆରି ହୁଏ । ଏହା ବୃଦ୍ଧି ପ୍ରାପ୍ତ ମଧ୍ୟ ହୋଇପାରେ । ଯକୃତ ଜୀବକୋଷ ନଷ୍ଟ ପ୍ରକ୍ରିୟା ବନ୍ଦ ହେବା ପରେ ମଧ୍ୟ ସୂତ୍ର ତନ୍ତୁ ତିଆରି ଚାଲୁ ରହେ । ଏହି ସୂତ୍ର ତନ୍ତୁ ବୃଦ୍ଧି ଯୋଗୁ ଯକୃତର ଅନ୍ୟ ଅଂଶ ଯଥା ସାଇନୁସଏଡ୍, ଡିସ୍ସେ ସ୍ଥାନ ଓ ବିଭିନ୍ନ ଶିରା, ଧମନୀମାନଙ୍କରେ ରକ୍ତର ଗତିପଥ ରୁଦ୍ଧ ହୋଇଯାଏ । ଏହା ଫଳରେ ପୋର୍ଟାଲ୍ ଉଚ୍ଚ ରକ୍ତ ଚାପ( portal hypertension) ସୃଷ୍ଟି ହୁଏ ।[୧୦] ଯକୃତ ବିଭିନ୍ନ ଉପାୟରେ ଭିନ୍ନ ଭିନ୍ନ କାରଣ ଯୋଗ ନଷ୍ଟ ହେଲେ ସିରୋସିସ୍ ରୋଗରେ ପରିଣତ ହୁଏ । ଉଦାହରଣ ସ୍ଵରୁପ: କ୍ରନିକ୍ ହେପାଟାଇଟିସ୍ ବି ରୋଗରେ ଜୀବକୋଷରେ ଲିମ୍ଫୋସାଇଟ ଅନୁପ୍ରବେଶ ହୁଏ[୧୦] in cardiac cirrhosis there are erythrocytes and a greater amount of fibrosis in the tissue surrounding the hepatic veins;[୧୧], କାର୍ଡିଆକ୍ ସିରୋସିସରେ ହେପାଟିକ ଶିରା ଚାରିଆଡେ ଲୋହିତ ରକ୍ତ କଣିକା ଓ ସୂତ୍ର ତନ୍ତୁ ବେଢି ଯାଆନ୍ତି[୧୧] । ପ୍ରାଥମିକ ବିଲିଆରି ସିରୋସିସରେ ପିତ୍ତ ନଳୀ ଚାରିପଟେ ସୂତ୍ରତନ୍ତୁ ଓ ଗ୍ରାନୁଲୋମା ହୋଇ ପିତ୍ତ ବାହାରି ନ ପାରି ଜମା ହୋଇରହେ ।[୧୨] ଆଲକୋହୋଲିକ ସିରୋସିସରେ ନ୍ୟୁଟ୍ରୋଫିଲ୍ ଅନୁପ୍ରବେଶ ଦେଖାଯାଏ ।[୧୦]

ବର୍ଗୀକରଣ[ସମ୍ପାଦନା]

ଚାଇଲ୍ଡ୍-ପୁଗ୍ ସ୍କୋର ଅନୁସାରେ ସିରୋସିସର ବର୍ଗୀକରଣ କରାଯାଏ । ବିଲିରୁବିନ୍, ଆଲ୍‌ବୁମିନ୍, ଆଇ.ଏନ୍.ଆର୍. ଉପସ୍ଥିତି ନେଇ ଏହାକୁ ଏ, ବି ଓ ସି ଶ୍ରେଣୀରେ ବିଭକ୍ତ କରାଯାଏ । ଏ ଶ୍ରେଣୀ ରୋଗର ପୂର୍ବାନୁମାନ ଉତ୍ତମ ରହେ, ସି ଶ୍ରେଣୀ ଅଧିକ ମୃତ୍ୟୁ ବରଣ କରନ୍ତି । ଏହି ସ୍କୋର ୧୯୬୪ ମସିହାରେ ଚାଇଲ୍ଡ୍ ଓ ଟୁର୍କୋଟ ଦ୍ଵାରା ପ୍ରକାଶିତ ହୋଇ ୧୯୭୩ ମସିହାରେ ପୁଗ ଦ୍ଵାରା ପରିବର୍ତ୍ତିତ ହୋଇଥିଲା ।[୧୩]
ଅଧୁନା ମଡେଲ୍ ଫର୍ ମଡେଲ୍ ଫର୍ ଏଣ୍ଡ୍-ସ୍ଟେଜ୍ ଲିଭର ଡିଜିଜ୍(MELD) ସ୍କୋର ଶଶୁମାନଙ୍କ କ୍ଷେତ୍ରରେ ପେଡିଆଟ୍ରିକ୍ ଏଣ୍ଡ ସ୍ଟେଜ୍ ଲିଭର ଡିଜିଜ୍(PELD) ସ୍କୋର ବ୍ୟବହାର ହେଉଛି ।
ହେପାଟିକ୍ ଶିରାର ଆରମ୍ଭ ଓ ଶେଷ ମୁଣ୍ଡରେ ହେଉଥିବା ଚାପର ପାର୍ଥକ୍ୟ ରୋଗର ସ୍ଥିତି ଦେଖାଇ ପାରେ, ଏହା ଅବସ୍ଥା ଗମ୍ଭୀର ବା ନୁହେଁ ଜଣାଇ ଦେଇପାରେ ।

ଚିକିତ୍ସା[ସମ୍ପାଦନା]

ସଧାରଣତଃ ଯକୃତର ନଷ୍ଟ ହୋଇଥିବା ଅଂଶ ଓଲଟାଇ ହେବନାହି।, କିନ୍ତୁ ଚିକିତ୍ସା ଦ୍ଵାର ଏହାର ଅଗ୍ରଗତିକୁ ରୋକି ହେବ ଓ ଜଟୀଳତାକୁ କମ କରିହେବ । ଯେହେତୁ ସିରୋସିସ୍ ରୋଗ ବହୁତ ଶକ୍ତି ନଷ୍ଟ କର ଏଣୁ ରୋଗୀକୁ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବାକୁ ଉତ୍ସାହିତ କରିବା ଆବଶ୍ୟକ । ସଂକ୍ରମଣ ହେଉଥିବାରୁ ଆଣ୍ଟିବାୟୋଟିକ ଉପଦେଶ ଦିଆଯାଏ । କୁଣ୍ଡେଇ ହେବା ନିମିତ୍ତ ଅନେକ ପ୍ରକାରର ଔଷଧ ଦିଆଯାଏ । କୋଷ୍ଠକାଠିନ୍ୟ ଯୋଗୁ ଲାକ୍ଟୁଲୋଜ(Lactulose) ଦିଆଯାଏ ।
ମଦ୍ୟପାନ ଜନିତ ସିରୋସିସ୍ ହେବା ଜଣା ପଡିଲେ ମଦ ବନ୍ଦ କରିବା ଆବଶ୍ୟକ ହୁଏ । ଭାଇରାଲ୍ ହେପାଟାଇଟିସ୍ ନିମନ୍ତେ ଇଣ୍ଟରଫେରନ୍ ଓ ଅଟୋଇମ୍ମୁନ ହେପାଟାଇଟିସ ନିମନ୍ତେ କର୍ଟିକୋସ୍ଟିରଏଡ ଦିଆଯାଏ । ତମ୍ବା ବା କପର୍(Copper) ଆଧିକ୍ୟ ଯୋଗୁ ଉଇଲ୍‌ସନ ରୋଗ ହୁଏ, ଏଣୁ କପର୍ କାଢିବା ନିମନ୍ତେ ଚିଲେସନ ଥେରାପି ଯଥା ପେନିସିଲାମିନ୍ ଦିଆଯାଏ ।

ଅଧିକ ଯକୃତ ନଷ୍ଟ ରୋକିବା[ସମ୍ପାଦନା]

ଯାହା ବି ସିରୋସିସ୍‌ର କାରଣ ହେଉ ନା କାହିଁକି, ମଦ, ପାରାସେଟାମଲ୍ ଓ ଅନ୍ୟ ଜଣାଶୁଣା ନଷ୍ଟକାରୀ ପଦାର୍ଥ ଦେବା ଅନୁଚିତ । ହେପାଟାଇଟିସ୍ ଏ ଅଥବା ବି ନିମନ୍ତେ ଟୀକା ନେବା ଅତ୍ୟନ୍ତ ଜରୁରୀ ।

ପ୍ରତିରୋପଣ[ସମ୍ପାଦନା]

ଯେତେବେଳେ ଯକୃତ ଅକର୍ମନ୍ୟ ହୁଏ ବା ଜଟୀଳତାକୁ ନିୟନ୍ତ୍ରଣ କରି ହୁଏନି ସେତେବେଳେ ଯକୃତ ପ୍ରତିରୋପଣ ଆବଶ୍ୟକ ହୁଏ । ୧୯୯୦ ମସିହା ପରଠାରୁ ଏହାର ଫଳାଫଳ ଉତ୍ସାହଜନକ ହେଉଛି ଓ ୮୦% ରୋଗୀମାନେ ନିଜ ଜଟୀଳତା ଓ ଅନ୍ୟାନ୍ୟ ରୋଗ ପରିସ୍ଥିତି ଅନୁସାରେ ପାଞ୍ଚ ବର୍ଷ ବଞ୍ଚିପାରୁଛନ୍ତି ।[୧୪] ଆମେରିକାରେ ଏମ୍.ଇ.ଏଲ୍.ଡି. ସ୍କୋର ଅନୁସାରେ ପ୍ରତିରୋପଣର ପ୍ରାଥମିକତା ଦିଆଯାଉଛି ।[୧୫] ପ୍ରତିରୋପଣ ପଦ୍ଧତିରେ ଶରୀରର ପ୍ରତିରୋଧ ଶକ୍ତି ବଢେଇବା ନିମନ୍ତେ ସାଇକ୍ଲୋସ୍ପୋରିନ୍ ଓ ଟାର୍କୋଲିମସ ଔଷଧ ଦିଆଯାଉଛି।

ନିର୍ଭରଣିକୃତ(Decompensated) ସିରୋସିସ୍[ସମ୍ପାଦନା]

ଶରୀରର ଯେ କୌଣସି ଅଙ୍ଗ ରୋଗଗ୍ରସ୍ତ ହେଲେ ନଷ୍ଟ ହୋଇଥିବା ଅଂଶର କାର୍ଯ୍ୟ ଭରଣା କରିବା କ୍ଷମତା କିଛି ପରିମାଣରେ ଶରୀର ରଖିଥାଏ । ଏହାଠାରୁ ଅଧିକ ନଷ୍ଟ ହେଲେ ନିର୍ଭରଣ(Decompensated) କୁହାଯାଏ । ଅତ୍ୟଧିକ ମଦ୍ୟପାନ କଲେ, ସଂକ୍ରମଣ ହେଲେ, କୋଷ୍ଠକାଠିନ୍ୟ ହେଲେ, ଜଳାଭାବ ହେଲେ, ବିଭିନ୍ନ ଔଷଧ ସେବନ କଲେ ଓ ଏସୋଫେଜିଆଲ୍ ଭାରିସେସ୍‌ରୁ ରକ୍ତସ୍ରାବ ହେଲେ ଏହି ନିର୍ଭରଣ ଅବସ୍ଥା ଉପୁଜେ । ଏହି କାରଣ ଯୋଗୁ ଜଟୀଳତା ବୃଦ୍ଧି ପ୍ରାପ୍ତ ହୁଏ ।
ନିର୍ଭରଣିକୃତ(Decompensated) ସିରୋସିସ୍ ରୋଗ ହେଲେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟାକ ହୁଏ । ପୋଷକ ଓ ଔଷଧ ଦେବା ପ୍ରତି ଧ୍ୟାନ ଦିଆଯାଏ । ତରଳ ପଦାର୍ଥ ସମୀକରଣ, ମାନସିକ ଦଶାକୁ ଅତି ନିକଟରୁ ନିୟନ୍ତ୍ରଣ କରାଯାଏ । ଆଣ୍ଟିବାୟୋଟିକ୍, ଡାଇୟୁରେଟିକ୍, ଝାଡା କରେଇବା ଔଷଧ, ଏନିମା, ଥାୟାମିନ୍ ଭିଟାମିନ୍ ଦରକାର ମୁତାବକ ଦିଆଯାଏ । ବେଳେ ବେଳେ ସ୍ଟିରଏଡ୍, ଆସେଟିଲ୍‌ସିସ୍ଟିନ୍ ଓ ପେଣ୍ଟୋକ୍ସିଫାଇଲିନ୍ ଦିଆଯାଏ । ରୋଗୀ ଶରୀରରେ ଅଧିକ ସୋଡିୟମ ଥିବାରୁ ସାଲାଇନ୍ ଦିଆଯାଏ ନାହିଁ ।

ଜଟୀଳତା[ସମ୍ପାଦନା]

ଜଳ ଉଦରୀ (Ascitis)[ସମ୍ପାଦନା]

ସିରୋସିସ୍ ସାଥିରେ ଜଳ ଉଦରୀ ଥିଲେ ଲବଣ ଖାଇବା କମ୍ ଖାଇବାକୁ ଉପଦେଶ ଦିଆଯାଏ । ବେଶି ପରିଶ୍ରା କରେଇବା ନିମନ୍ତେ ଆଲ୍ଡୋସ୍ଟିରନ୍( aldosterone antagonists) ଆଣ୍ଟାଗୋନିଷ୍ଟ ଓ ଲୁପ୍(loop diuretics) ଡାଇୟୁରେଟିକ୍ ଦିଆଯାଏ । ଯେଉଁମାନେ ପାଟିରେ ଖାଇ ପାରୁଛନ୍ତି ଓ ତୁରନ୍ତ ଶରୀରର ତରଳ ପଦାର୍ଥର ପରିମାଣ କମେଇବା ଦରକାର ନାହିଁ, ସେହିମାନଙ୍କୁ ଏହି ଔଷଧ ଦିଆଯାଏ ।
ତୁରନ୍ତ ତରଳ ପଦାର୍ଥ କାଢିବା ଆବଶ୍ୟକ ହେଲେ ପରାବେଧନ(Paracentesis)ପଦ୍ଧତି ଦ୍ଵାରା ପେରିଟୋନିଆଲ୍ କ୍ୟାଭିଟି ମଧ୍ୟକୁ ଗୋଟିଏ ପ୍ଲାସ୍ଟିକ ନଳି ପୁରେଇ ୪ ରୁ ୫ ଲିଟର୍ କଢାଯାଇ ପାରେ କିନ୍ତୁ ଏହା ସହ ହ୍ୟୁମ୍ୟାନ ଆଲ୍‌ବୁମିନ୍ ଦ୍ରବଣ ଦିଆଯାଏ ।[୧୬]

ଏସୋଫେଜିଆଲ୍ ଭାରିସେସ୍ ରକ୍ତସ୍ରାବ[ସମ୍ପାଦନା]

ପୋର୍ଟାଲ୍ ସିସ୍ଟମରେ ଉଚ୍ଚ ରକ୍ତ ଚାପ ହେଲେ ପ୍ରୋପ୍ରାନୋଲୋଲ୍ ଦିଆଯାଏ । ଅତି ସାଂଘାତିକ ଅବସ୍ଥା ହୋଇଥିଲେ ଟ୍ରନ୍ସଜୁଗୁଲାର୍ ଇନ୍‌ଟ୍ରାହେପାଟିକ୍ ପୋର୍ଟୋସିସ୍ଟେମିକ୍ ସଣ୍ଟିଙ୍ଗ କରାଯାଏ । ସ୍ଵଳ୍ପ ସଂକଟରେ ଥିବା ଏନ୍‌କେଫାଲୋପାଥି ଥିଲେ ଏହା କରାଯାଏ ।

ହେପାଟିକ୍ ଏନ୍‌କେଫାଲୋପାଥି[ସମ୍ପାଦନା]

ପୂର୍ବେ ଏହି ଅବସ୍ଥାରେ ଅତି ପୁଷ୍ଟିସାର ଖାଦ୍ୟ ମନା ଥିଲା କାରଣ ଏହା ଏନ୍‌କେଫାଲୋପାଥି ବଢେଇବ ବୋଲି ଧାରଣା ଥିଲା । କିନ୍ତୁ ଆଜିକାଲି ଅନୁଶୀଳନରୁ ଜଣାଯାଇଛି ଏହା ଭୁଲ ତଥ୍ୟ ଉପରେ ଆଧାରିତ ଥିଲା । ସୁତରାଂ ସଠିକ ପୋଷକ ନିମନ୍ତେ ଅତି ପୁଷ୍ଟିସାର ଖାଦ୍ୟ ଖାଇବାକୁ ଉତ୍ସାହିତ କରାଯାଉଛି ।[୧୭]

ହେପାଟୋରେନାଲ୍ ସିଣ୍ଡ୍ରୋମ[ସମ୍ପାଦନା]

କୌଣସି ଡାଇୟୁରେଟିକ୍ ନ ଦେଇ ଯଦି

  • ପରିସ୍ରାରେ ସୋଡିୟମ ପରିମାଣ ୧୦ମି.ମୋଲ୍/ଲି ରୁ କମ ଥାଏ କିମ୍ଵା
  • ୨୪ ଘଣ୍ଟିଆ କ୍ରିଏଟିନ କ୍ଲିଅତାନ୍ସ୍ ୪୦ମିଲି/ମିନିଟ ରୁ କମ୍ ଥାଏ

ତାହା ହେଲେ ହେପାଟୋରେନାଲ୍ ସିଣ୍ଡ୍ରୋମ ହୋଇଛି ବୋଲି ନିର୍ଣ୍ଣୟ କରାଯାଏ ।[୧୮]

ସ୍ପୋଣ୍ଟାନିଅସ୍ ବ୍ୟାକ୍ଟେରିଆଲ୍ ପେରିଟୋନାଇଟିସ୍[ସମ୍ପାଦନା]

ସିରୋସିସ୍ ରୋଗ ସହିତ ଆସାଇଟିସ୍ ଥିଲେ ସ୍ପୋଣ୍ଟାନିଅସ୍ ବ୍ୟାକ୍ଟେରିଆଲ୍ ପେରିଟୋନାଇଟିସ୍ ଅବସ୍ଥା ହେବା ସମ୍ଭାବନା ଅଧିକ ରହେ ।

ରୋଗ ଅନୁଶୀଳନ[ସମ୍ପାଦନା]

୨୦୦୪ ମସିହାରେ ଯକୃତ ସିସୋସିସ୍ ରୋଗ ଦ୍ଵାରା ଏକ ଲକ୍ଷ ଜନ ସଂଖ୍ୟାରେ କାର୍ଯ୍ୟ ଅକ୍ଷମତା-ପୂରଣ ଜୀବନ ବର୍ଷର(Disability-adjusted life year) ସଂଖ୍ୟା[୧୯]
  no data
  <50
  50-100
  100-200
  200-300
  300-400
  400-500
  500-600
  600-700
  700-800
  800-900
  900-1000
  >1000

ଆମେରିକାରେ ୨୦୦୧ ମସିହାରେ ସମୁଦାୟ ମୃତ୍ୟୁ ସଂଖ୍ୟାର କ୍ରମ ଅନୁସାରେ କେବଳ ସିରୋସିସ୍ ଦ୍ଵାରା ପୁରୁଷ ଓ ମହିଳା କ୍ରମାନୁସାରେ ୧୦ ଓ ୧୨ ସ୍ଥାନରେ ଥିଲେ । ପ୍ରତିବର୍ଷ ଏଥିଯୋଗୁ ୨୭୦୦ ଲୋକ ମରୁଥିଲେ । ଏହି ରୋଗ ଯୋଗୁ ଡାକ୍ତରଖାନା ଖର୍ଚ୍ଚ ବଢୁଥିଲା, ଦେଶର ଉତ୍ପାଦନ ସାମର୍ଥ୍ୟ କମୁଥିଲା ଓ ମାନବ ଯନ୍ତ୍ରଣା ବଢୁଥିଲା ।
ଦଶ ବର୍ଷ ମଧ୍ୟରେ ସିରୋସିସ୍ ମୃତ୍ୟୁ ହାର ୩୪ ରୁ ୬୬% ଅଛି । ଆଲ୍‌କୋହୋଲିକ୍ ସିରୋସିସ୍ ଦ୍ଵାରା ଅଧିକ ମୃତ୍ୟୁ ହୁଏ ।

ଆଧାର[ସମ୍ପାଦନା]

  1. "Cirrhosis – MayoClinic.com". http://www.mayoclinic.com/print/cirrhosis/DS00373/DSECTION=all&METHOD=print. 
  2. "Liver Cirrhosis". Review of Pathology of the Liver. http://www.meddean.luc.edu/lumen/MedEd/orfpath/cirhosis.htm. 
  3. "Pathology Education: Gastrointestinal". http://www.pathology.vcu.edu/education/gi/lab3.h.html. 
  4. Roguin A (2006). "Rene Theophile Hyacinthe Laënnec (1781–1826): The Man Behind the Stethoscope". Clinical medicine & research 4 (3): 230–5. doi:10.3121/cmr.4.3.230. PMC 1570491. PMID 17048358. 
  5. Alcohol-Induced Liver Disease; http://www.liverfoundation.org/abouttheliver/info/alcohol/
  6. Grant, A; Neuberger J (1999). "Guidelines on the use of liver biopsy in clinical practice". Gut 45 (Suppl 4): 1–11. doi:10.1136/gut.45.2008.iv1. PMC 1766696. PMID 10485854. http://gut.bmj.com/cgi/content/full/45/suppl_4/IV1. "The main cause of mortality after percutaneous liver biopsy is intraperitoneal haemorrhage as shown in a retrospective Italian study of 68,000 percutaneous liver biopsies in which all six patients who died did so from intraperitoneal haemorrhage. Three of these patients had had a laparotomy, and all had either cirrhosis or malignant disease, both of which are risk factors for bleeding.". 
  7. Udell, JA; Wang, CS, Tinmouth, J, FitzGerald, JM, Ayas, NT, Simel, DL, Schulzer, M, Mak, E, Yoshida, EM (2012 Feb 22). "Does this patient with liver disease have cirrhosis?". JAMA: the Journal of the American Medical Association 307 (8): 832–42. doi:10.1001/jama.2012.186. PMID 22357834. 
  8. Halfon P, Munteanu M, Poynard T (2008). "FibroTest-ActiTest as a non-invasive marker of liver fibrosis". Gastroenterol Clin Biol 32 (6): 22–39. doi:10.1016/S0399-8320(08)73991-5. PMID 18973844. 
  9. Foucher J, Chanteloup E, Vergniol J, et al. (2006). "Diagnosis of cirrhosis by transient elastography (FibroScan): a prospective study". Gut 55 (3): 403–8. doi:10.1136/gut.2005.069153. PMC 1856085. PMID 16020491. 
  10. ୧୦.୦ ୧୦.୧ ୧୦.୨ Brenner, David; Richard A. Rippe (2003). "Pathogenesis of Hepatic Fibrosis". In Tadataka Yamada. Textbook of Gastroenterology. 2 (4th ed.). Lippincott Williams & Wilkins. ISBN 978-0-7817-2861-4. 
  11. ୧୧.୦ ୧୧.୧ Giallourakis CC, Rosenberg PM, Friedman LS (November 2002). "The liver in heart failure". Clin Liver Dis 6 (4): 947–67, viii–ix. doi:10.1016/S1089-3261(02)00056-9. PMID 12516201. 
  12. Heathcote EJ (November 2003). "Primary biliary cirrhosis: historical perspective". Clin Liver Dis 7 (4): 735–40. doi:10.1016/S1089-3261(03)00098-9. PMID 14594128. 
  13. Pugh RN, Murray-Lyon IM, Dawson JL, Pietroni MC, Williams R (1973). "Transection of the oesophagus for bleeding oesophageal varices". Br J Surg 60 (8): 646–9. doi:10.1002/bjs.1800600817. PMID 4541913. 
  14. "E-medicine liver transplant outlook and survival rates". Emedicinehealth.com. 2009-06-09. http://www.emedicinehealth.com/liver_transplant/page11_em.htm. Retrieved 2009-09-06. 
  15. Kamath PS, Kim WR (March 2007). "The model for end-stage liver disease (MELD)". Hepatology 45 (3): 797–805. doi:10.1002/hep.21563. PMID 17326206. 
  16. Moore KP, Aithal GP (October 2006). "Guidelines on the management of ascites in cirrhosis". Gut 55 Suppl 6: vi1–12. doi:10.1136/gut.2006.099580. PMC 1860002. PMID 16966752. 
  17. Sundaram V, Shaikh OS (July 2009). "Hepatic encephalopathy: pathophysiology and emerging therapies". Med. Clin. North Am. 93 (4): 819–36, vii. doi:10.1016/j.mcna.2009.03.009. PMID 19577116. 
  18. Ginés P, Arroyo V, Quintero E, et al. (1987). "Comparison of paracentesis and diuretics in the treatment of cirrhotics with tense ascites. Results of a randomized study". Gastroenterology 93 (2): 234–41. PMID 3297907. 
  19. "WHO Disease and injury country estimates". World Health Organization. 2009. http://www.who.int/healthinfo/global_burden_disease/estimates_country/en/index.html. Retrieved Nov. 11, 2009.