ସରକାରୀ ହାଇସ୍କୁଲ, ଗୁଣପୁର

ଉଇକିପିଡ଼ିଆ‌ରୁ
ସରକାରୀ ହାଇସ୍କୁଲ,ଗୁଣପୁର
ସରକାରୀ ହାଇସ୍କୁଲ,ଗୁଣପୁର
ଅବସ୍ଥାନ
ଗୁଣପୁର, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୦୩
ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର୍ ପ୍ରଧାନ
ଶ୍ରେଣୀ ଶ୍ରେଣୀ ୬ରୁ ୧୦ମ
ଛାତ୍ରଛାତ୍ରୀ ସଂଖ୍ୟା ୬୫୦+
ୱେବସାଇଟ

ସରକାରୀ ହାଇସ୍କୁଲ,ଗୁଣପୁର ଓଡ଼ିଶାର ଗୁଣପୁରରେ ଥିବା ଏକ ସରକାରୀ ଓଡ଼ିଆ ମାଧ୍ୟମ ଉଚ୍ଚବିଦ୍ୟାଳୟ ।

ଅବସ୍ଥିତି[ସମ୍ପାଦନା]

ଏହି ବିଦ୍ୟାଳୟଟି ରାୟଗଡ଼ା ଜିଲ୍ଲାରେ ଥିବା ଗୁଣପୁରର ବଂଶଧାରା ନଦୀ କୂଳରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ସରକାରୀ ହାଇସ୍କୁଲ,ଗୁଣପୁର ୧୯୦୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ୨୦୧୫ ଏପ୍ରିଲରେ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ ହୋଇଛି[୧][୨] । ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ଉଚ୍ଚ ପଦ ପଦବୀରେ ରହି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି ।ଏହି ବିଦ୍ୟାଳୟଟି ରାୟଗଡ଼ା ଜିଲ୍ଲାର ଅନ୍ୟତମ ପୁରାତନ ବିଦ୍ୟାଳୟ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟଟି ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷାବ୍ୟବସ୍ଥାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଆସିଛି[୩] । ଏଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଏ ଓ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୭୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC)ର ସୁବିଧା ରହିଛି ।

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]