ସମରେଶ ରାଉତରାୟ

ଉଇକିପିଡ଼ିଆ‌ରୁ
ସମରେଶ ରାଉତରାୟ
ସମରେଶ ରାଉତରାୟ
Born (1980-07-03) ୩ ଜୁଲାଇ ୧୯୮୦ (ବୟସ ୪୩)
Nationality ଭାରତୀୟ
Occupationକଥାଚିତ୍ର ଅଭିନେତା
Years active୨୦୦୭-ଏବେଯାଏଁ
Known forଓଡ଼ିଆ ସିନେମା ଅଭିନେତା
Spouseପ୍ରେମଲତା ସାହୁ
Parent(s)ଅଲେଖ ପ୍ରସାଦ ରାଉତରାୟ
ଲକ୍ଷ୍ମୀପ୍ରିୟା ରାଉତରାୟ
Websitesamaresh.com

ସମରେଶ ରାଉତରାୟ ଜଣେ ଓଡ଼ିଆହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଅଭିନେତା ଓ ବ୍ୟବସାୟୀ । ସମରେଶ ନୂଆ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ସ୍ନାତକ ଲାଭ କରି ପ୍ରଥମେ ମୁମ୍ବାଇରେ ରହି ମଡେଲିଂ ଓ ଅଭିନୟ କରୁଥିଲେ । ପରେ ଓଡ଼ିଶା ଫେରି ପ୍ରଥମେ ଓଡ଼ିଆ ଟେଲିଭିଜନ ଓ ପରେ ଓଡ଼ିଆ ସିନେମାରେ ଅଭିନୟ ଆରମ୍ଭ କଲେ ।[୧] ୨୦୦୭ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ମୋ ସୁନା ପୁଅରୁ ଅଭିନୟ ଆରମ୍ଭ କରିଥିବା ରାଉତରାୟଙ୍କ ଅଭିନୀତ ପ୍ରମୁଖ କଥାଚିତ୍ରଗୁଡ଼ିକ ହେଲା କ୍ରାନ୍ତିଧାରା[୨][୩], ଥୁକୁଲ୍, କ୍ରିମିନାଲ୍, ୧୪୩ ଆଇ ଲଭ ୟୁ, ମୋଷ୍ଟ ୱାଣ୍ଟେଡ଼, ଏ ମନ ଖୋଜେ ମନଟିଏ, ଲୋଫର୍, ସଞ୍ଜୁ ଆଉ ସଞ୍ଜନା, ଧଉଳି ଏକ୍ସପ୍ରେସ୍ ଆଦି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସମରେଶ ଭୁବନେଶ୍ୱରଠାରେ ଜୁଲାଇ ୩ ତାରିଖରେ ପିତା ଅଲେଖ ପ୍ରସାଦ ରାଉତରାୟଙ୍କ ଔରସ୍ୟରୁ ଓ ମାତା ଲକ୍ଷ୍ମୀପ୍ରିୟା ରାଉତରାୟଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ । ୬ ଭାଇ ଓ ୧ ଭଉଣୀ ମଧ୍ୟରେ ସେ ହେଉଛନ୍ତି ସର୍ବକନିଷ୍ଠ । ସେ ନୂଆ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଶିକ୍ଷା ପ୍ରାପ୍ତ । [୪]

ସିନେମା ଜୀବନ[ସମ୍ପାଦନା]

୨୦୦୭ ମସିହାରେ ମୋ ସୁନା ପୁଅ କଥାଚିତ୍ରରୁ ଓଡ଼ିଆ ସିନେମା ଜଗତରେ ପ୍ରବେଶ କରିଥିବା ସମରେଶ, ବର୍ତ୍ତମାନ ସୁଦ୍ଧା ୩୦ଟି ଓଡ଼ିଆ ଏବଂ ହିନ୍ଦୀ ସିନେମା ଓ ୫୦୦ ଥିଏଟର ଶୋରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ଅଭିନୀତ ସିନେମା (ହିନ୍ଦୀ)[ସମ୍ପାଦନା]

ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର[ସମ୍ପାଦନା]

ଅଭିନୀତ ଧାରାବାହିକ (ଓଡ଼ିଆ)[ସମ୍ପାଦନା]

  • ସଂସ୍କାର
  • ବସୁନ୍ଧରା
  • ଇନ୍ଦ୍ରଜାଲ
  • ଦେବୀ

ଅଭିନୀତ ଥିଏଟର ନାଟକ[ସମ୍ପାଦନା]

  • ବୟସର ଅନ୍ତେ, ୨୦୨୩[୫]

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Naik, Jyoti Prakash (10 May 2012). "A day with actor Samaresh Routray". Times of India. Retrieved 9 March 2016.
  2. ୨.୦ ୨.୧ "'Krantidhara' to feature in two major film festivals". Times of India. 19 November 2014. Retrieved 9 March 2016.
  3. ୩.୦ ୩.୧ "Odia feature film Krantidhara nominated for Chennai film fest". Odisha Today. 13 November 2014. Archived from the original on 12 March 2016. Retrieved 9 March 2016.
  4. incredibleorissa.com
  5. "ପ୍ରଥମ ଥର ପାଇଁ ମଞ୍ଚ ନାଟକରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ". Sambad (in ଆମେରିକୀୟ ଇଂରାଜୀ). 9 March 2023. Archived from the original on 16 September 2023. Retrieved 16 September 2023.

ବାହାର ଆଧାର[ସମ୍ପାଦନା]