ଶନି

ଉଇକିପିଡ଼ିଆ‌ରୁ
ଅତି ବାଇଗଣି ଆଲୋକରେ ଶନିଗ୍ରହର ବଳୟ

♄ ଶନି ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଏହା ଷଷ୍ଠ ଗ୍ରହ ।[୧] ବୃହସ୍ପତି ପରେ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ । ଏହାର ବ୍ୟାସାର୍ଦ୍ଧ ପୃଥିବୀର ୯ ଗୁଣ ଓ ଏହାର ଘନତ୍ୱ ପୃଥିବୀ ଘନତ୍ୱର ଆଠ ଭାଗରୁ ଭାଗେ , ତେଣୁ ଶନି ପୃଥିବୀଠାରୁ ପଞ୍ଚାନବେ ଗୁଣ ବଡ଼ ।ଶନିର ଅଭ୍ୟନ୍ତର ଲୁହା-ନିକେଲ ଓ ସିଲିକନ ଅମ୍ଳଜାନର ପଥରରେ ଗଠିତ ହେବାର ସମ୍ଭାବନା ଅଧିକ । ସେହିପରି ଆନ୍ତରିକଭାଗ ଧାତବ ଉଦଜାନରେ ଗଠିତ । ଏହି  ଧାତବ ଉଦଜାନରେ ଗଠିତ ଆନ୍ତରିକ ଭାଗରେ ବହୁଥିବା ବିଦ୍ୟୁତ  ଏକ ଦୁର୍ବଳ ଚୁମ୍ବକୀୟ କ୍ଷେତ୍ର ରଚନା କରିଥାଏ। ଆନ୍ତରିକ ଓ ବାହ୍ୟ ଭାଗର ମଧ୍ୟବର୍ତ୍ତୀ ଭାଗ ତରଳ ଉଦ୍ଜାନ ଓ ତରଳ ହିଲିଅମରେ ଗଠିତ । ଶନିର ବାୟୁମଣ୍ଡଳ ସାମାନ୍ୟ ହଳଦିଆ ରଙ୍ଗ ଭଳି ପ୍ରତୀତ ହୁଏ ।ଏହି ହଳଦିଆ ରଙ୍ଗର କାରଣ ବାୟୁମଣ୍ଡଳରେ ଏମୋନିଆ ସ୍ଫଟିକ ହୋଇପାରେ।

ବିଶେଷତା[ସମ୍ପାଦନା]

ଏହି ଗ୍ରହର ଚାରିପଟେ ଏକ ବଳୟ ଦେଖିବାକୁ ମିଳିଥାଏ ।[୨] ୧୦୦ ନିୟୁତ ବର୍ଷ ମଧ୍ୟରେ ଶନି ଗ୍ରହର ବଳୟ ନଷ୍ଟ ହେବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଦୀର୍ଘ ୧୦ବର୍ଷ ହେଲା ବଳୟର ଅବକ୍ଷୟ ଘଟୁଥିବା ଭଏଜର ୧ ଏବଂ ୨ ସ୍ପେସ୍‌କ୍ରାଫ୍ଟର ପର୍ଯ୍ୟବେକ୍ଷଣରୁ ଜାଣିବାକୁ ମିଳିଛି ।[୩]

ଆଧାର[ସମ୍ପାଦନା]

  1. Piazza, Enrico. "Saturn's Moons". Cassini, Equinox Mission. JPL NASA. Archived from the original on 3 July 2010. Retrieved 22 June 2010.
  2. Dyches, Preston; et al. (8 January 2015). "Scientists Pinpoint Saturn With Exquisite Accuracy". NASA. Retrieved 9 January 2015.
  3. ଶନି ଗ୍ରହର ବଳୟ କ୍ଷୟ