ପ୍ଲୁଟୋ
ଉଇକିପିଡ଼ିଆ ରୁ
ଏହା ସୌରଜଗତର ଏକ ଅଂଶବିଶେଷ । ପ୍ଲୁଟୋ, ୧୩୪୩୪୦ପ୍ଲୁଟୋ, ଏରିଶ ପରେ ସୌରଜଗତର ଦ୍ଵିତୀୟ ବୃହତ୍ତମ ବିଶାଳ ବାମନ ଗ୍ରହ ଓ ଦଶମ ସୂର୍ଯ୍ୟ ଚାରିପଟେ ବୁଲୁଥିବା ଦଶମ ବୃହତ୍ତମ ମହାପିଣ୍ଡ । ଏହା ମୂଳତ ନବମ ଗ୍ରହ ଭାବରେ ନାମିତ ହୋଇଥିଲା, ପରେ ପ୍ଲୁଟୋ ଅନେକ ବିଶାଳ ପିଣ୍ଡ ନବଗଠିତ କୁଇପର ପଟି ଭିତରେ ଥିବା ଥିବା ଏକ ବାମନ ଗ୍ରହ ଓ ପ୍ଲୁଟୋଏଡ଼ଭାବରେ ନାମିତ ହେଲା ।
୧୮ ଫେବୃଆରୀ ୧୯୩୦ରେ କ୍ଲାଏଡ଼ ଟମବଗଙ୍କ ଦ୍ଵାରା ପ୍ଳୁଟୋ ଆବିଷ୍କୃତ ହୋଇଥିଲା ୨୪ ଅଗଷ୍ଟ ୨୦୦୬ରେ ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିଅନ (ଆଇ. ଏ. ୟୁ)ର ପ୍ରେଗ ଠାରେ ଅନୁଷ୍ଠିତ ସାଧାରଣ ବୈଠକରେ ସଦସ୍ୟମାନଙ୍କ ମତଦାନ ଆଧାରରେ ପ୍ଳୁଟୋକୁ ଗ୍ରହ ବଦଳରେ 'ବାମନ ଗ୍ରହ' ଭାବେ ନାମିତ କରାଗଲା