ରଶ୍ମି ରଞ୍ଜନ ସାହୁ

ଉଇକିପିଡ଼ିଆ‌ରୁ
ରଶ୍ମି ରଞ୍ଜନ ସାହୁ
ବ୍ୟକ୍ତିଗତ ତଥ୍ୟ
ଜନ୍ମସାଲେପୁର, କଟକ
Sport
କ୍ରୀଡ଼ାବଡ଼ି ବିଲିଡିଂ(ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା)
Updated on ୨୩ ମାର୍ଚ୍ଚ ୨୦୧୮.

ରଶ୍ମି ରଞ୍ଜନ ସାହୁ, ଓଡ଼ିଶାର ଜଣେ ବଡ଼ି ବିଲଡର ।[୧] ସେ ୨୦୧୩-୨୦୧୬ ୪ବର୍ଷ ଧରି "ମିଷ୍ଟର ଓଡ଼ିଶା" ପ୍ରତିଯୋଗିତା ଜିତିଛନ୍ତି ଓ ଭାରତୀୟ ଦଳକୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି ।[୨] ପରିବାର ଆର୍ଥିକ ଦୁରାବସ୍ଥା ଓ ପ୍ରାୟୋଜକଙ୍କ ଅଭାବଯୋଗୁ ତାଙ୍କୁ ଭୁବନେଶ୍ୱର ସିଆରପି ଛକଠାରେ ବରା-ପକୁଡ଼ି ଦୋକାନକରି ଗୁଜୁରାଣ ମେଣ୍ଟାଇବାକୁ ପଡେ ।[୩]

ରଶ୍ମି ରଞ୍ଜନ, ସାଲେପୁରର ମୂଳବାସିନ୍ଦା । ପାଠ ପଢ଼ିବା ଓ ପିତାଙ୍କୁ ସାହାଯ୍ୟ କରିବାପାଇଁ ସେ ଭୁବନେଶ୍ୱର ଆସିଥିଲେ । ୨୦୧୦ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକତ୍ତୋର ପାଠ ସମାପ୍ତ କରିଛନ୍ତି । ୨୦୧୦ମସିହାରୁ ସେ ବ୍ୟାୟାମଶାଳାରେ(ଜିମ) କସରତ କରିବା ଆରମ୍ଭ କରିଥିଲେ । ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ ଗୁରୁ ଜିତେନ୍ଦ୍ର ଜେନା । ଜିତେନ୍ଦ୍ର, ତାଙ୍କୁ ବଡ଼ି ବିଲିଡିଂ ପାଇଁ ପ୍ରୋତ୍ସାହିତ କରିଥିଲେ ଓ ରଶ୍ମି ରଞ୍ଜନଙ୍କ ବଡ଼ି ବିଲିଡିଂ ଦିଗରେ ଯାତ୍ରା ସେବେଠାରୁ ଆରମ୍ଭ ହୋଇଥିଲା । ୨୦୧୬ରେ ଲୁଧିଆନାରେ ଅନୁଷ୍ଠିତ ଏବଂ ୨୦୧୮ମସିହାରେ ପାଟଣାଠାରେ ଅନୁଷ୍ଠିତ ଫେଡେରେସନ କପ ପ୍ରତିଯୋଗିତାରେ ୮୦କିଲୋ ଓଜନବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୪] ସେହିପରି ୨୦୧୮ରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ମଧ୍ୟ ସେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. http://odishasuntimes.com/odishas-roadside-eatery-vendor-makes-it-to-world-bodybuilding-cship/
  2. http://odishatv.in/odisha/body-slider/bara-seller-to-represent-india-in-world-bodybuilding-championship-156621
  3. https://www.telegraphindia.com/states/odisha/bodybuilder-sells-pakodas-for-living-208109
  4. http://orisports.com/NewsDetails.aspx?nId=NTI1MQ==
  5. "ଆର୍କାଇଭ୍ କପି". Archived from the original on 2018-02-25. Retrieved 2018-03-23. {{cite web}}: Cite has empty unknown parameter: |1= (help)