ରମେଶ ପ୍ରସାଦ ମହାପାତ୍ର
ରମେଶ ପ୍ରସାଦ ମହାପାତ୍ର | |
---|---|
ଜନ୍ମ | ଭାପୁର, ଢେଙ୍କାନାଳ, ଓଡ଼ିଶା | ୧ ଅକ୍ଟୋବର ୧୯୩୯
ମୃତ୍ୟୁ | ୧୪ ଜାନୁଆରୀ ୧୯୮୯ | (ବୟସ ୪୯)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଶାର ସାଂସ୍କୃତିକ ଇତିହାସ, କଳା ଓ ପ୍ରତ୍ନତତ୍ତ୍ୱ ବିଦ୍ୟା । |
ପୁରସ୍କାର | ଡାଇରେକ୍ଟର ଜେନେରାଲ ପୁରସ୍କାର, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ପୁରୀ ମେମୋରିଆଲ ପୁରସ୍କାର, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଓଡ଼ିଶ ଇତିହାସ କଂଗ୍ରେସଦ୍ୱାରା ସାଇଟେସନ । |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପ୍ରତ୍ନତତ୍ତ୍ୱ ଭାରତବିଦ୍ୟା ଓଡ଼ିଶା ଅନୁଶୀଳନ ଓଡ଼ିଶା କଳା ଓଡ଼ିଶା ଇତିହାସ ଓଡ଼ିଶା ସଂସ୍କୃତି |
କର୍ମାନୁଷ୍ଠାନ | ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, INTACH |
ଡକ୍ଟରୀ ଉପଦେଷ୍ଟା | କୃଷ୍ଣଚନ୍ଦ୍ର ପାଣିଗ୍ରାହୀ |
ରମେଶ ପ୍ରସାଦ ମହାପାତ୍ର (୧ ଅକ୍ଟୋବର ୧୯୩୯ – ୧୪ ଜାନୁଆରୀ ୧୯୮୯) ଜଣେ ପ୍ରତ୍ନତତ୍ତ୍ୱବିଦ୍ ଓ ଓଡ଼ିଶା ଅଧ୍ୟୟନର ଗବେଷକ ଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରତ୍ନତତ୍ତ୍ୱ ବିଭାଗରେ ସନ ୧୯୬୩ରୁ ୧୯୮୯ ପର୍ଯ୍ୟନ୍ତ ସେ କ୍ୟୁରେଟର ଥିଲେ । ସେହି ସମୟରେ ପ୍ରତ୍ନତତ୍ତ୍ୱ କ୍ଷେତ୍ର, କଳା ଇତିହାସ, ଧର୍ମ ଓ ଓଡ଼ିଶା ସଂସ୍କୃତିର ଅନ୍ୟାନ୍ୟ ଦିଗମାନଙ୍କ ଉପରେ ଐତିହାସିକ ଗବେଷଣା କରି ଅନେକ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ ।
ପ୍ରାକ୍ ଜୀବନ ଓ ଶିକ୍ଷା
[ସମ୍ପାଦନା]ରମେଶ ପ୍ରସାଦ ଜଣେ କୂଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଯାହାର ଢେଙ୍କାନାଳ ରାଜ ପରିବାର ସାଥୀରେ ସମ୍ପର୍କ ଥିଲା ଓ ଏହି ସମ୍ପର୍କ ତାଙ୍କୁ ଓଡ଼ିଶାର ସାମରିକ ଇତିହାସ ଲେଖିବାରେ ବହୁତ ସାହାଯ୍ୟ କରିଥିଲା ।[୧] ତତ୍କାଳୀନ ଜମିଦାର ସୀତାନାଥ ପରମଗୁରୁ ଓ ମୋତି ଦେବୀଙ୍କ ଗର୍ଭରୁ ସେ ଜନ୍ମ ହୋଇଥିଲେ ଓ କୁସୁମ ମହାପାତ୍ରଙ୍କୁ ବିବାହ କରିଥିଲେ ।
କଟକରେ ଥିବା ରେଭେନ୍ସା ମହାବିଦ୍ୟାଳୟରୁ ସେ ଇତିହାସ ବିଷୟରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିବା ପରେ ଦିଲ୍ଲୀରେ ଅବସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ଦିଲ୍ଲୀ ସ୍କୁଲ ଅଫ ଆର୍କିଓଲୋଜିର ଡିପ୍ଲୋମା ପାଇଥିଲେ । ସେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଉପରେ ଅନୁଶୀଳନ କରି ସନ ୧୯୭୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ଲାଭ କରିଥିଲେ । କଳିଙ୍ଗ ସମ୍ରାଟ ଖାରବେଳଙ୍କ ସମୟରେ ଉଦୟଗିରି ଓ ଖଣ୍ଡଗିରି ଯମଜ ଗୁମ୍ପାଦ୍ୱୟର ଭାରତୀୟ କଳା ଓ ସ୍ଥାପତ୍ୟ ଉପରେ ପ୍ରାଧାନ୍ୟ ଉପରେ ସେ ତାଙ୍କର ସନ୍ଦର୍ଭରେ (ଥେସିସ୍)[୨] ଆଲୋକପାତ କରିଥିଲେ । ଏହି ଗୁମ୍ପାଗୁଡ଼ିକ ଭାରତୀୟ ଜୈନ ସ୍ଥାପତ୍ୟର ଅୟମାରମ୍ଭ ଥିଲା । ଓଡ଼ିଶାରେ ଜୈନ ସ୍ମାରକ[୩] ସନ୍ଦର୍ଭ ଲେଖି ସେ ୧୯୭୯ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି ଲିଟ ପାଇଥିଲେ ।
ଐତିହାସିକ ଗବେଷଣାପ୍ରତି ଏନ. କେ. ସାହୁ ତାଙ୍କୁ ଆକର୍ଷିତ କରିଥିଲେ ଯାହାଙ୍କ ସହିତ ସେ ୧୯୬୨ରେ କାମ କରିଥିଲେ । (Utkal University History of Orissa, vol I, 1964, preface).[୪] ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର ଭାବରେ ଯୋଗଦାନ କଲାପରେ ସେ ଫିଲ୍ଡ ଆର୍କିଓଲୋଜି ଓ ଓଡ଼ିଶାର କଳା ବିଷୟରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଗବେଷଣା ଆରମ୍ଭ କରିଥିଲେ ।
ମହାପାତ୍ରଙ୍କ ପ୍ରସଙ୍ଗ ସୂଚନା ବହି ଆର୍କିଓଲୋଜି ଇନ ଓଡ଼ିଶା[୫] ଦୁଇ ଖଣ୍ଡରେ ଛାପା ହୋଇଥିବା ବହିରେ ଓଡ଼ିଶାର ତେର ଜିଲ୍ଲାର ପ୍ରାଗ୍ଐତିହାସିକ ଓ ଐତିହାସିକ ଆର୍କିଓଲୋଜି ବିଷୟରେ ବିଷଦ ବିବରଣୀ ଲିପିବଦ୍ଧ ହୋଇଛି । ତାଙ୍କଦ୍ୱାରା ସଂଗୃହିତ କଳା ସମ୍ପତ୍ତି, ପୁରାକାଳର କଳାକୃତି ଓ ପ୍ରତ୍ନତଅତ୍ତ୍ୱିକ କଳାକୃତି ସଂଗୃହିତ ହୋଇ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂଗୃହିତ ହୋଇ ରହିଛି ।[୫]
ଦେଶ ବିଦେଶରେ ଅନେକ କିମିଟିର ସଭ୍ୟ ଥିଲେ । ଓଡ଼ିଶା ଲଳିତ କଳା ଏକାଡେମୀର ସଭ୍ୟ ଥିଲେ ।
ବହି
[ସମ୍ପାଦନା]ତାଙ୍କଦ୍ୱାରା ଲିଖିତ ବହିମାନଙ୍କ ତାଲିକା:-
- Mohapatra, R. P. (1981). Udayagiri and Khandagiri Caves. Delhi, India: D.K. Publications. pp. xxii+270. OCLC 8069640.
- Mohapatra, R. P. (1984). Jaina monuments of Orissa. New Delhi, India: D.K. Publications. pp. xviii+254. OCLC 11645559.[୬]
- Mohapatra, R. P. (1986). Military History of Orissa. New Delhi, India: Cosmo Publications. pp. xii+336. OCLC 18694583.
- Mohapatra, R. P. (1986). Archaeology in Orissa (Sites and Monuments). New Delhi, India: B. R. Publishing Corp. ISBN 978-81-7018-348-8.
- Mohapatra, R. P. (1992). Fashion Styles of Ancient India. New Delhi, India: B. R. Publishing Corp. ISBN 81-7018-723-0.
- Mohapatra, R. P. (1989). Temple Legends of Orissa. Bubaneswar: Orissa Sahitya Academy. pp. vii+104. OCLC 29859455.
- Mohapatra, R. P. (1991). Decorative art of Parasuramesvar Temple. Bubaneswar: Orissa State Museum. OCLC 29335479.
- Mohapatra, R. P.; Donaldson T. E. (1998). Ornaments of Orissa. Delhi, India: B. R. Publishing Corp. pp. xv+326. ISBN 978-81-7646-031-6.
ବଛା ବିଷୟ
[ସମ୍ପାଦନା]Serial No. | Article Name | Published On(Source) |
---|---|---|
1 | Griddles as depicted in temple sculpture of Bhubaneswar | O.H.R.J, Vol. XII/1 |
2 | Two Patta Paintings of Jagannath in Orissa State Museum | O.H.R.J, Vol. XIII/4 |
3 | Names of the Caves of Udayagiri and Khandagiri | O.H.R.J, Vol. XXII/3&4 |
4 | Winged and Enigmatic animal figures in Udayagiri caves of Orissa | O.H.R.J, Vol. XXIII/1-4 |
5 | Position of Women as depicted in the early sculptures of Udayagiri and Khandagiri | O.H.R.J, Vol. XXIV,XXv and XXVI |
6 | Tradition in Architecture | Art Tradition of Orissa, Orissa Sahitya Academy, Bhubaneswar, 1982 |
7 | Krishna Theme in Orissan sculpture | O.H.R.J, Vol. XXXI No. 2,3,4 |
8 | Folk elements of Udayagiri and Khandagiri Caves in Orissa | International Seminar on Folk Culture, 1978, Edited by Prof. K. S. Behera etc. |
9 | Tirthankar and Sasanadevis of Khandagiri Caves | In proceedings of International Seminar on Buddhism and Jainaism |
10 | Architecture of Jaina religion shrines of Orissa | Bharati, Prof. R. C. Majumdar Volume, Dept. of Ancient Indian History and Culture, Banaras Hindu University, Banaras |
11 | Problem of Kalinga Jina | in Krishna Pratibha, Commemoration volume for Dr. K. C. Panigrahi, Edited by Dr. H. C. Das etc. |
Note: O.H.R.J : Orissa Historical Research Journal
ଆଧାର
[ସମ୍ପାଦନା]- ↑ Das H. C., Tribute to Dr. R. P. Mohapatra in Tribute to Dr. Ramesh Prasad Mohapatra, 1989, Bhubaneswar
- ↑ Mohapatra, R. P. (1981). Udayagiri and Khandagiri Caves. Delhi, India: D.K. Publications. pp. xxii+270. OCLC 8069640.
- ↑ Mohapatra, R. P. (1984). Jaina monuments of Orissa. New Delhi, India: D.K. Publications. pp. xviii+254. OCLC 11645559.
- ↑ Mishra, L; Mishra S. (2005). Historians and Historiography of Orissa: A Study in Perception and Appropriation of Orissan History. New Delhi, India: Kaveri Books. pp. xii+400. ISBN 978-81-7479-052-1.
- ↑ ୫.୦ ୫.୧ K. S. Behera, Passing away of a Great Scholar, First Dr. R. P. Mohapatra Memorial Lecture, 1990, Dr. R. P. Mohapatra Memorial Committee, Bhubaneswar
- ↑ Tiwari, M. N. P. (1984). "Review of the book Jaina Monuments of Orissa". Indian Historical Review. 11.