ରଘୁନାଥ ମୁର୍ମୁ

ଉଇକିପିଡ଼ିଆ‌ରୁ
ରଘୁନାଥ ମୁର୍ମୁ
ରଘୁନାଥ ମୁର୍ମୁ
ରଘୁନାଥ ମୁର୍ମୁ
ଜନ୍ମ ଓ ଜନ୍ମସ୍ଥାନ(1905-05-18)୧୮ ମଇ ୧୯୦୫


(ବୈଶାଖ ପୂର୍ଣ୍ଣମୀ)
(ଡହରଡିହା) ଦାଣ୍ଡବୋସ, ରାଇରଙ୍ଗପୁର, ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ୧ ଫେବୃଆରୀ ୧୯୮୨(1982-02-01) (ବୟସ ୭୬)
ଛଦ୍ମନାମଗୁରୁ ଗୋମକେ
ବୃତ୍ତିଚିନ୍ତାନାୟକ, କବି, ଲେଖକ, ଦାର୍ଶନିକ, ନାଟ୍ଯକାର
ଜାତୀୟତାଭାରତୀୟ
ବିଷୟସାହିତ୍ୟ
ସାହିତ୍ୟର ଆନ୍ଦୋଳନଅଲ ଚିକି ଲିପିର ଗଠନ
ସାହିତ୍ୟ କୃତିଦାରେଗେ ଧାନ''
ସିଧୁ କାହ୍ନୁ
ବିଦୁ ଚନ୍ଦନ
ଖେରବାଳ ବୀର
"ହିତଲ"

ରଘୁନାଥ ମୁର୍ମୁ (୧୮ ମଇ ୧୯୦୫[୧] – ୧ ଫେବୃଆରୀ ୧୯୮୨) ଜଣେ ଭାଷା ଓ ଲିପି ଗବେଷକ ଥିଲେ । ସେ ପ୍ରଥମ କରି ଅଲ ଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ଡାକିଥାନ୍ତି । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ ("ପ୍ରଣାଳୀ"), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି ସାନ୍ତାଳୀ ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ ଓଡ଼ିଶା, ପଶ୍ଚିମବଙ୍ଗଝାଡ଼ଖଣ୍ଡର ସାନ୍ତାଳ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଥିଲେ । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ[୨] ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ[୩] ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।[୪]

ପ୍ରାରମ୍ଭିକ ଜୀବନ

ରଘୁନାଥ ମୁର୍ମୁ ମୟୂରଭଞ୍ଜରେ ୧୯୦୫ ମସିହା ବୈଶାଖ ପୂର୍ଣ୍ଣମୀ ତିଥି (୧୮ ମଇ ୧୯୦୫)[୫]ରେ ଡହରଡିହା (ଦାଣ୍ଡବୋସ)ଠାରେ ଏକ ସାନ୍ତାଳ ପରିବାରରେ ଜନ୍ମ ନେଇଥିଲେ । ସେ ରାଇରଙ୍ଗପୁରର ବଡାମତଳିଆଠାରେ ଜଣେ ସ୍କୁଲ ଶିକ୍ଷକ ଥିବା ସମୟରେ ସାନ୍ତାଳୀ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ । [୬]

୧୯୮୨ ମସିହା ଫେବୃଆରୀ ୧ ତାରିଖରେ ରଘୁନାଥ ମୁର୍ମୁଙ୍କ ଦେହାନ୍ତ ହୋଇଥିଲା ।[୭]

ରଚିତ ପୁସ୍ତକ

ପାଠ୍ୟ ପୁସ୍ତକ

  • ଞ୍ଜେଲ ଜଂ ଲାଗିଦ୍ ଅଲ୍
  • ଅଲ୍ ଚେମେଦ୍ (ଅକ୍ଷର ଶିକ୍ଷା)
  • ପାର୍ସିପୋହା (ଶିଶୁପାଠ)
  • ପାର୍ସିଅପାଦ

ନାଟକ ପୁସ୍ତକ

  • ବିନ୍ଦୁ ଚାନ୍ଦାନ - ୧୯୪୨
  • ଦାଳେଗେ ଧନ୍
  • ଖେରୱାଳ ବୀର
  • ସିଦୁ କାହ୍ନୁ ସାନ୍ତାଳ ହୁଲ୍
  • ଦାଳେଗେ ଧନ୍[୮]

କବିତା ପୁସ୍ତକ

  • ହର୍ ସେରେଞ୍ଜ - ୧୯୩୬
  • ବାହା ସେରେଞ୍ଜ
  • ହିତାଲ

ଗଣିତ ପୁସ୍ତକ

  • ଏଲଖା ପତବ୍

ବ୍ୟାକରଣ ପୁସ୍ତକ

  • ରନଳ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୧୯୭୮
  • ଡି'ଲିଟ - ୧୯୫୧ (ରାଞ୍ଚୀ ଦୁମକୁଡ଼ିଆ ଅନୁଷ୍ଠାନ ପକ୍ଷରୁ)

ଆଧାର

  1. "page-AA - Suryaprava e-Paper - Odisha's leading daily Odia newspaper - Suryaprava e-Paper - Odisha's leading daily Odia news paper - Suryaprava e-Paper - Odisha's leading daily Odia news paper". web.archive.org. 2017-06-27. Archived from the original on 2017-06-27. Retrieved 2019-05-18.
  2. "ଆର୍କାଇଭ୍ କପି". Archived from the original on 2016-12-20. Retrieved 2014-04-19. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2019-11-21. Retrieved 2014-04-19. {{cite web}}: Cite has empty unknown parameter: |1= (help)
  4. http://www.newindianexpress.com/states/odisha/2017/sep/06/cm-naveen-patnaik-inaugurates-odishas-5th-government-medical-college-1653271.html
  5. "ବୈଶାଖ ପୂର୍ଣ୍ଣିମା". ଦୃକ ପଞ୍ଚାଙ୍ଗ. Retrieved 15 May 2017.
  6. ସମ୍ବାଦ ୧୯/୦୪/୨୦୧୩ ପୃଷ୍ଠା ୪ରେ ପ୍ରକାଶିତ ଖବର, ଅଲଚିକି ସ୍ରଷ୍ଟାଙ୍କ ସ୍ମୃତିରକ୍ଷା : ଓଡ଼ିଶାଠାରୁ ପଶ୍ଚିମବଙ୍ଗ ଆଗରେ
  7. "ସାନ୍ତାଳୀ ଭାଷାର ପ୍ରଜ୍ଞାପୁରୁଷ". ସମ୍ବାଦ ୦୧/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 1 February 2016.[permanent dead link]
  8. "ଆର୍କାଇଭ୍ କପି". ସମ୍ବାଦ ୧୦/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 16 May 2017. Retrieved 10 May 2017. {{cite news}}: Cite has empty unknown parameter: |1= (help)

ଅଧିକ ତଥ୍ୟ

Lua error in package.lua at line 80: module 'Module:Authority control/config' not found.