ମଲାଜହ୍ନ

ଉଇକିପିଡ଼ିଆ ରୁ
ମଲା ଜହ୍ନ
ନିର୍ଦ୍ଦେଶକ ନିତାଇ ପାଲିତ
ପ୍ରଯୋଜକ ନିତାଇ ପାଲିତ, ଶ୍ରୀପ୍ରସାଦ କାନୁନଗୋ, ଅରବିନ୍ଦ ମିଶ୍ର, ଅକ୍ଷୟ ମହାନ୍ତି, ଅକ୍ଷୟ ମହାନ୍ତି (କାଶ୍ୟପ)
ପଟ୍ଟଲେଖା ନିତାଇ ପାଲିତ
କାହାଣୀ ଉପେନ୍ଦ୍ର କିଶୋର ଦାସ
କଳାକାର ଝରଣା ଦାସ, ଅକ୍ଷୟ ମହାନ୍ତି (କାଶ୍ୟପ), ଶରତ ପୂଜାରୀ
ସଙ୍ଗୀତ ଅକ୍ଷୟ ମହାନ୍ତି
ବିତରକ ସଖା ଡିଷ୍ଟ୍ରିବ୍ୟୁଟର୍ସ (ଧୀର ବିଶ୍ଵାଳ)[୧]
ମୁକ୍ତିଲାଭ ତାରିଖ ୧୦ ଡିସେମ୍ବର ୧୯୬୫
କଥାଚିତ୍ରର ସମୟ ୧୬୪ ମିନଟ
ଦେଶ  ଭାରତ
ଭାଷା ଓଡ଼ିଆ


ନିତାଇ ପାଲିତ ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମଲା ଜହ୍ନ ୧୯୬୫ ମସିହାରେ କଟକର ପ୍ରଭାତ ସିନେମାରେ ମୁକ୍ତିଲାଭ କରିଥିଲା ।

କାହାଣୀ[ସମ୍ପାଦନା]

କଟକରେ ରହି ପାଠ ପଢୁଥିବା 'ସତୀ' (ଝରଣା ଦାସ) କୁଳୀନ ବ୍ରାହ୍ମଣ ଘରର ଝିଅ୤ ଗରିବ ବିଧବା ମା ଦ୍ଵାରା ପରିପାଳିତ 'ନାଥନନା' ସତୀକୁ ଭଲ ପାଆନ୍ତି ୤ ଧନୀ ଘରେ ବାହା ହେଲେ ଝିଅ ସୁଖରେ ରହିବ ବୋଲି ସତୀର ନନା 'ସତୀ'କୁ ବାଧ୍ୟକରି ବିପତ୍ନିକ ଜମିଦାର ପ୍ରୌଢ଼ ନରହରି ମିଶ୍ର ଙ୍କ ସହ ବାହା କରିଦିଅନ୍ତି ୤ ପ୍ରୌଢ଼ ନରହରି ମିଶ୍ରଙ୍କ ଘରେ ଏକ ରକ୍ଷିତା ସହ ପ୍ରଥମ ପକ୍ଷରୁ ପୁଅଟିଏ ଥାଏ ୤ ଦିନେ ସପରିବାର ତୀର୍ଥ ଦର୍ଶନରେ ଧବଳେଶ୍ଵର ଯାଇଥିବା ବେଳେ ପ୍ରଚଣ୍ଡ ଝଡ଼ତୋଫାନ ଯୋଗୁଁ 'ସତୀ' ହଜିଯାଏ ଓ ନାଥନନାଙ୍କ ସହ ଦେଖା ହୁଏ ୤ ପରଦିନ ନାଥନନା ସତୀକୁ ନରହରି ମିଶ୍ରଙ୍କ ଘରକୁ ଛାଡ଼ିବାକୁ ପହଞ୍ଚେ କିନ୍ତୁ ପତ୍ନୀର ଚରିତ୍ରକୁ ସନ୍ଦେହ କରି ମିଶ୍ରେ 'ସତୀ'କୁ ଘରେ ପୁରାନ୍ତି ନାହିଁ ୤ ଅଗତ୍ୟା 'ସତୀ'କୁ ନେଇ ନାଥନନା କଟକରେ ରଖନ୍ତି ୤ 'ସତୀ' କିନ୍ତୁ ତା ବାପା, ମାଙ୍କ ପାଖକୁ ଯିବାକୁ ଚାହେଁ ୤ ଗାଁକୁ ଫେରିବା ବେଳକୁ 'ସତୀ'ର ବାପା, ବୋଉ ଚାଲିଯାଇଥାନ୍ତି ଆରପାରିକୁ ୤ ଗାଁ ଟାଉଟର ସମ୍ପତ୍ତି ହାତେଇବା ଲକ୍ଷ୍ୟରେ 'ସତୀ' ଓ ନାଥ ଙ୍କୁ ନେଇ ଗୁଜବ ସୃଷ୍ଟି କରେ ୤ ସତୀ ଯାଇ ନଦୀରେ ଝାସ ଦିଏ ୤

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ମଲା ଜହ୍ନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

  • ରକତ ଟଳମଳ ଖଇର ପାଞ୍ଚପଳ (କ: ଅକ୍ଷୟ ମହାନ୍ତି)


ଆଧାର[ସମ୍ପାଦନା]

  1. cinemasagar.com: malajahna
  2. Palit, Ashok (2011). "Orissa: Nitai Palit, the first Odia film director, Orissa Entertainment News". orissadiary.com. http://www.orissadiary.com/ShowEntertainmentNews.asp?id=28652. Retrieved 24 January 2013. "Jharana Das started her career as a lead actress from MalaJanha" 

ବାହାର ଆଧାର[ସମ୍ପାଦନା]