ଭୀମ ସିଂ

ଉଇକିପିଡ଼ିଆ‌ରୁ
ଭୀମ ସିଂ
ଜନ୍ମ
ଭୀମ ସିଂ

(1934-11-13)୧୩ ନଭେମ୍ବର ୧୯୩୪
ନରସିଂହପୁର (ଗୋପ) , ପୁରୀ
ମୃତ୍ୟୁ୨୧ ଅଗଷ୍ଟ ୨୦୧୦(2010-08-21) (ବୟସ ୭୫)
ବୃତ୍ତି(ସମୂହ)ବିଦ୍ୟାଳୟ ଶିକ୍ଷକତ (୧୯୫୩-୫୬), ଭାରତୀୟ ଜୀବନ ବୀମା (୧୯୫୮-୧୯୯୨)
ସକ୍ରିୟ ବର୍ଷ୧୯୪୭-୨୦୧୦
ପ୍ରସିଦ୍ଧିମଂଚ ତଥା ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଧେଶନା, ବେତାର ନାଟ୍ୟକାର

ଭୀମ ସିଂ ( ୧୩ ନଭେମ୍ବର ୧୯୩୪ - ୨୧ ଅଗଷ୍ଟ ୨୦୧୦)[୧] ଓଡ଼ିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ସହ ବହୁ ଓଡ଼ିଆ କଥାଚିତ୍ରରେ କାମ କରିଥିଲେ । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡ଼ିଆ ନାଟକ, ସଂଗୀତ, ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କରେ ବହୁ ଉଚ୍ଚକୋଟିର ପ୍ରବନ୍ଧ ମାନ ଲେଖିଛନ୍ତି । ୨୦୦୮ରେ ତାଙ୍କ ସଂକଳିତ "ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ" ଓଡ଼ିଆ ସିନେମା ବିଶେଷ କରି ପୁରୁଣା ସିନେମାର ଏକ ଜ୍ଞାନକୋଷ ।[୨]

୩୦୦ରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିବା ଭୀମ ସିଂ, ୧୩ ବର୍ଷ ବୟସରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।[୩] ତାଙ୍କ ଅଭିନୀତ କିଛି ଓଡ଼ିଆ ସିନେମା ହେଲା ମଲାଜହ୍ନ, ମାଟିର ମଣିଷ, କିଏ କାହାର, ବନ୍ଧନ, ଧରିତ୍ରୀ, କୃଷ୍ଣ ସୁଦାମା, ମନ ଆକାଶ, ବନ୍ଧୁ ମହାନ୍ତି, ରଘୁ ଅରକ୍ଷିତ, ନିର୍ବାଚନ, ଭାଗ୍ୟ ହାତେ ଡୋରି, ଜୀବନସାଥୀ ଓ ସତ କହିବାକୁ କିଆଁ ଡରିବି ।[୪]

ଆଧାର[ସମ୍ପାଦନା]

  1. Chakra, Shyamhari. "Passion drove him all his life". The New Indian Express. Archived from the original on 5 March 2016. Retrieved 2 September 2014.
  2. "Year 1984: Abhilash". Odia Movie Database. Archived from the original on 5 February 2017. Retrieved 30 August 2015.
  3. "Orissa Theatre, cinema artiste passes away". OrissaDiary. Archived from the original on 18 October 2014. Retrieved 2 September 2014.
  4. ଭୀମ, ସିଂ. ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟ୍ୟାୟ. କଟକ, ମଧୁପାଟଣା: ଶୀତଲେଶ୍ୱରୀ ପ୍ରକାଶନୀ.

ଅଧିକ ତଥ୍ୟ[ସମ୍ପାଦନା]