ବିଭୂତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ
ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ (ଇଂରାଜୀ: Bibhuti Kanungo College of Art and Craft) ଏକ ଭାରତୀୟ କଳା ଶିକ୍ଷା ମହାବିଦ୍ୟାଳୟ । ଏହା ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥିତ । ଓଡ଼ିଶା ସରକାର ଏହାକୁ ୧୯୮୩-୮୪ ମସିହାରେ ଓଡ଼ିଶା ସଂସ୍କୃତି ବିଭାଗର ପ୍ରାଶାସନିକ ନିୟନ୍ତ୍ରଣ ଅଧୀନରେ ଗଠନ କରିଥିଲେ । ଏହା ଅଧୁନା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନରେ ଏକ ମାନ୍ୟତାପ୍ରାପ୍ତ ମହାବିଦ୍ୟାଳୟ ।[୧] ମହାବିଦ୍ୟାଳୟଟି ପ୍ରସିଦ୍ଧ ଚିତ୍ରକର, ଗ୍ରାଫିକ ଡିଜାଇନର ଏବଂ କଳା ଶିକ୍ଷାବିତ ବିଭୂତି କାନୁନଗୋଙ୍କ ସ୍ମୃତିରେ ଓ ତାଙ୍କ ନାମ ଅନୁସାରେ ପ୍ରତିଷ୍ଠା କରାଯାଇଥିଲା । ଏହି ଅନୁଷ୍ଠାନ ଚାରି ବର୍ଷିଆ ବ୍ୟାଚେଲର ଅଫ ଭିଜୁଆଲ ଆର୍ଟ୍ସ (ବି.ଭି.ଏ.) ପାଠ୍ୟକ୍ରମ ପ୍ରଦାନ କରେ ।[୨]
ଶିକ୍ଷା ବ୍ୟବସ୍ଥା
[ସମ୍ପାଦନା]ଦୃଶ୍ୟକଳାରେ (ଭିଜୁଆଲ ଆର୍ଟ) ଉଚ୍ଚ ତାଲିମ ପାଇଁ ଏହା ୧୯୮୩-୮୪ ମସିହାରୁ ୧୯୯୯-୨୦୦୦ ମସିହା ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଏବଂ ୨୦୦୦-୨୦୦୧ ମସିହାରୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ନାତକ ଡିଗ୍ରୀ ପ୍ରଦାନ କରିଆସୁଛି । ଏଠାରେ ଉଭୟ ପାଶ୍ଚାତ୍ୟ ଏବଂ ଭାରତୀୟ ଶୈଳୀର ଚିତ୍ରକଳା, ମୂର୍ତ୍ତିକଳା, ପ୍ରୟୋଗ କଳା (ଆପ୍ଲାଏଡ ଆର୍ଟ), ପ୍ରିଣ୍ଟ ମେକିଂ ଏବଂ ଗ୍ରାଫିକ ଆର୍ଟ, କୁମ୍ଭାରକଳା ଏବଂ ସେରାମିକ କଳା ତଥା କଳା ଇତିହାସ ଶିକ୍ଷା ଦିଆଯାଇଥାଏ ।[୩] ଏଠାରେ ଛାତ୍ରମାନଙ୍କୁ ଷ୍ଟୁଡିଓ ପାଠ୍ୟକ୍ରମ ମାଧ୍ୟମରେ ଆବଶ୍ୟକୀୟ ପାରମ୍ପାରିକ ଏବଂ ଆଧୁନିକ ଦକ୍ଷତା ପଢ଼ାଯାଇଥାଏ । ପାଠ୍ୟକ୍ରମ ଭିତରେ କଳା ଇତିହାସ ଏବଂ ସୌନ୍ଦର୍ଯ୍ୟ ଜ୍ଞାନ ଶିକ୍ଷା ଦିଆଯାଇଥାଏ । ଏହି ମହାବିଦ୍ୟାଳୟ ଚାରି ବର୍ଷିଆ ବ୍ୟାଚେଲର ଅଫ ଭିଜୁଆଲ ଆର୍ଟ୍ସ (ବି.ଭି.ଏ. - BVA) ପାଠ୍ୟକ୍ରମ ପ୍ରଦାନ କରେ । ଏହି ପାଠ୍ୟକ୍ରମ ପାଇଁ ଆବଶ୍ୟକତା ଯୋଗ୍ୟତା ଯୁକ୍ତ ଦୁଇ କିମ୍ବା ତାହାର ସମାନ ଧରଣର ପରୀକ୍ଷାରେ ପାସ । ଚାରି ବର୍ଷ ମଧ୍ୟରୁ ପ୍ରଥମ ବର୍ଷ ପାଠ୍ୟକ୍ରମ ମୂଳଦୁଆ ତିଆରି ଏବଂ ଅନ୍ୟ ତିନି ବର୍ଷ ସ୍ୱତନ୍ତ୍ରତା ଶିକ୍ଷାଦାନ ପାଇଁ । ପ୍ରତ୍ୟେକ ଭାଗର ପରୀକ୍ଷା ବିଶ୍ୱବିଦ୍ୟାଳୟଦ୍ୱାରା କରାଯାଏ । ଚାରିବର୍ଷ ଶେଷରେ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କୁ ଏକ ଅନ୍ତିମ ପ୍ରମାଣପତ୍ର ପ୍ରଦାନ କରିଥାଏ ।[୨] ଏଠାରେ ପ୍ରତିବର୍ଷ ସର୍ବାଧିକ ୭୦ ଜଣ ଛାତ୍ର ପ୍ରବେଶିକା ପରୀକ୍ଷା ଦେଇ ଯୋଗଦେଇଥାନ୍ତି ।[୩]
କ୍ୟାମ୍ପସ
[ସମ୍ପାଦନା]ଏହି ଅନୁଷ୍ଠାନର ନିଜର ଏକ ତିନି ମହଲା କୋଠା ଅଛି ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମୋଟ 4,200 acres (1,700 ha) ଜମିରେ ବ୍ୟାପିଛି । ଏହା ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଗୁମ୍ଫାର ବହୁ ନିକଟତରେ ଅବସ୍ଥିତ ।[୨]
ଆଧାର
[ସମ୍ପାଦନା]- ↑ "List of Affiliated Colleges – Utkal University of Culture". uuc.ac.in. Archived from the original on 4 August 2020. Retrieved 10 September 2020.
- ↑ ୨.୦ ୨.୧ ୨.୨ "Culture Department: Bibhuti Kannungo College of Art & Craft (archive)". web.archive.org. 11 February 2020. Archived from the original on 11 February 2020. Retrieved 10 September 2020.
- ↑ ୩.୦ ୩.୧ "Bibhuti Kanungo College of Art and Crafts, Bhubaneswar". rtiodisha.gov.in. Archived from the original on 21 September 2022. Retrieved 10 September 2020.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |