ପ୍ରଣତି ମିଶ୍ର

ଉଇକିପିଡ଼ିଆ‌ରୁ
ପ୍ରଣତି ମିଶ୍ର
୨୦୨୦ ମସିହାରେ ପ୍ରଣତି ମିଶ୍ର
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1970-05-12) ୧୨ ମଇ ୧୯୭୦ (ବୟସ ୫୩)
ବଲାଙ୍ଗୀର, ଓଡ଼ିଶା, ଭାରତ
ଶିକ୍ଷାଳୟରାଜେନ୍ଦ୍ର କଲେଜ, ବଲାଙ୍ଗୀର
ପତି/ପତ୍ନୀସଚ୍ଚିକାନ୍ତ ପତି
Sport
ଦେଶଭାରତ
କ୍ରୀଡ଼ାଦୌଡ଼କୁଦ
Event(s)୧୦୦ମି, ୨୦୦ମି, ୪୦୦ମି, ୪*୧୦୦ମି ରିଲେ, ୪*୨୦୦ମି ରିଲେ, ୪*୪୦୦ମି ରିଲେ
Coached byସୁବାସ ଚନ୍ଦ୍ର ଦାସମହାପାତ୍ର
Retired୧୯୯୨
Medal record

ଦୌଡ଼କୁଦ

Competitor for  ଭାରତ
ଏସୀୟ କ୍ରୀଡ଼ା
Silver ୧୯୯୦ ଏସୀୟ କ୍ରୀଡ଼ା ୪*୪୦୦ମି

ପ୍ରଣତି ମିଶ୍ର (ଜନ୍ମ : ୧୨ ମଇ ୧୯୭୦) ଜଣେ ଭାରତୀୟ ଧାବିକା । ୧୯୯୦ ଏସୀୟ କ୍ରୀଡ଼ାର ୪*୪୦୦ମି ରିଲେ ପ୍ରତିଯୋଗିତାରେ ସେ ଭାରତ ପାଇଁ ରୌପ୍ୟପଦକ ଜିତିଥିଲେ ।[୧][୨][୩] ପ୍ରଣତିଙ୍କ ସହିତ ଏହି ରିଲେ ଦୌଡ଼ରେ ପି.ଟି. ଉଷା, କୁଟ୍ଟୀ ସାରମ୍ମାଶାନ୍ତିମଲ ଫିଲିପ୍ସ ଦୌଡ଼ିଥିଲେ ।[୪]

ପ୍ରଣତି ବର୍ତ୍ତମାନ ଭୁବନେଶ୍ୱରରେ ଭାରତୀୟ ଖାଦ୍ୟ ପ୍ରାଧିକରଣ ଅନୁଷ୍ଠାନରେ କାର୍ଯ୍ୟରତ ।

ଖେଳ ଜୀବନ[ସମ୍ପାଦନା]

ପ୍ରଣତି ସ୍କୁଲରେ ପଢ଼ିବାବେଳଠୁ ଦୌଡ଼କୁଦ, କବାଡ଼ି, ଖୋଖୋ ଆଦି ଖେଳ ଖେଳୁଥିଲେ । ଭାରତୀୟ କ୍ରୀଡ଼ା ପ୍ରାଧିକରଣର କଟକ ଶାଖାରେ ସେ ଦୌଡ଼କୁଦ ଖେଳର ବିଧିବଦ୍ଧ କୋଚିଂ ନେବା ଆରମ୍ଭ କରିଥିଲେ । ୧୯୮୫ରୁ ୧୯୮୭ ମଧ୍ୟରେ ରାଜ୍ୟ ସ୍କୁଲ ଆଥଲେଟିକ ମିଟରେ ସେ ଲଗାତାର ୩ ବର୍ଷ ଶ୍ରେଷ୍ଠ ଧାବିକା ବିବେଚିତ ହୋଇଥିଲେ । ୧୯୮୫ରୁ ୧୯୯୦ ମଧ୍ୟରେ ରାଜ୍ୟ ଆଥଲେଟିକ ମିଟରେ ସେ ୧୦୦ମି, ୨୦୦ମି, ୪୦୦ମି ଆଦି ପ୍ରତିଯୋଗିତା ବହୁବାର ଜିତିଥିଲେ ।

ପ୍ରଣତି ଏକ ଦୌଡ଼ ପ୍ରତିଯୋଗିତାରେ

ତାଙ୍କର ବ୍ୟବସାୟିକ ଖେଳୁଆଡ଼ ଜୀବନ ୧୯୮୫ ମସିହାରୁ ଆରମ୍ଭ ହୋଇ ୧୯୯୨ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟ ଭିତରେ ସେ ଜିତିଥିବା କିଛି ପଦକ :

  • ୧୯୮୫ରେ ଥିରୁଅନନ୍ତପୁରମରେ ଅନୁଷ୍ଠିତ ଜାତୀୟ ସ୍କୁଲ ଆଥଲେଟିକ ମିଟରେ ୨୦୦ମି ପ୍ରତିଯୋଗିତାରେ ରୌପ୍ୟ
  • ୧୯୮୬-୧୯୮୭ ବର୍ଷରେ ଜୁନିୟର ନେସନାଲ ଆଥଲେଟିକ ମିଟର ୨୦୦ମି ଓ ୪୦୦ମି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ
  • ୧୯୮୮-୮୯ବର୍ଷରେ ଜୁନିୟର ନେସନାଲ ଆଥଲେଟିକ ମିଟର ୨୦୦ମି,୪୦୦ମି ଓ ୮୦୦ମି ପ୍ରତିଯୋଗିତାରେ ରୌପ୍ୟ ପଦକ
  • ୧୯୮୮-୮୯ବର୍ଷରେ ସିନିୟର ନେସନାଲ ଆଥଲେଟିକ ମିଟର ୪୦୦ମି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଓ ୨୦୦ମି ପ୍ରତିଯୋଗିତାରେ ରୌପ୍ୟ ପଦକ
  • ୧୯୮୯-୯୦ବର୍ଷରେ ସିନିୟର ନେସନାଲ ଆଥଲେଟିକ ମିଟର ୪୦୦ମି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଓ ୨୦୦ମି ପ୍ରତିଯୋଗିତାରେ ରୌପ୍ୟ ପଦକ
  • ୧୯୮୭-୮୮ବର୍ଷରେ ଚେନ୍ନାଇରେ ଆଥଲେଟିକ ପରମିଟ ମିଟରେ ୪*୪୦୦ ରିଲେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ
  • ୧୯୮୮-୮୯ବର୍ଷରେ ଆଥଲେଟିକ ପରମିଟ ମିଟରେ ୪*୪୦୦ ରିଲେ ଓ ୪୦୦ମି ପ୍ରତିଯୋଗିତାରେ ରୌପ୍ୟ ପଦକ
  • ୧୯୯୦ ବିଜିଂ ଏସୀୟ କ୍ରୀଡ଼ାରେ ୪*୪୦୦ ରିଲେ ସ୍ପର୍ଦ୍ଧାରେ ପି.ଟି. ଉଷା, କୁଟ୍ଟୀ ସାରମ୍ମା ଓ ଶାନ୍ତିମଲ ଫିଲିପ୍ସଙ୍କ ସହିତ ରୌପ୍ୟ ପଦକ । ସେମାଙ୍କର ଟାଇମିଂ ଥିଲା ୩:୩୮.୪୫


ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପ୍ରଣତି, ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଲମ୍ବୋଦର ମିଶ୍ର ଓ ମାତାଙ୍କ ନାମ କୁମୁଦିନୀ ମିଶ୍ର । ୪ ଭାଇ ଓ ୩ ଭଉଣୀଙ୍କ ମଧ୍ୟରେ ପ୍ରଣତିଙ୍କ ସ୍ଥାନ ଥିଲା ପଞ୍ଚମ । ୩ ଭଉଣୀ ସମସ୍ତେ ଖେଳାଳି । ସେ ସରକାରୀ ହାଇସ୍କୁଲ ବଲାଙ୍ଗୀର ଓ ରାଜେନ୍ଦ୍ର କଲେଜ, ବଲାଙ୍ଗୀରରେ ପାଠ ପଢ଼ିଥିଲେ ।[୫]

ପ୍ରଣତି ୧୯୯୯ ମସିହାରେ ସଚ୍ଚିକାନ୍ତ ପତିଙ୍କୁ ବିବାହ କରିଥିଲେ । ସଚ୍ଚିକାନ୍ତ ଭାରତୀୟ ଷ୍ଟେଟବ୍ୟାଙ୍କରେ କାମ କରନ୍ତି । ସେମାନଙ୍କର ଗୋଟିଏ ପୁଅ ଅଛି । ପ୍ରଣତି ବର୍ତ୍ତମାନ ସପରିବାର ଭୁବନେଶରରେ ବାସ କରନ୍ତି ।

ଆଧାର[ସମ୍ପାଦନା]

  1. "Medal Winners of Asian Games". Athletics Federation of India. Archived from the original on 5 ମଇ 2018. Retrieved 5 ମଇ 2018.
  2. "Brand-new track for Asian Athletics Championships unveiled". The Times of India. 1 ଜୁଲାଇ 2017. Retrieved 6 ମଇ 2018.
  3. "Women's relay medallists". www.incheon2014ag.org. Archived from the original on 17 ନଭେମ୍ବର 2015. Retrieved 6 ମଇ 2018.
  4. S. P. Agrawal (1993). Development Digression Diary Of India : 3d Companion Volume To Information India 1991–92. Concept Publishing Company. pp. 31–. ISBN 978-81-7022-305-4.
  5. "Orisports.com". orisports.com. Retrieved 9 ମଇ 2021.