ଦୀପିକା ଅମିନ

ଉଇକିପିଡ଼ିଆ‌ରୁ
ଦୀପିକା ଅମିନ
୨୦୧୮ ମସିହାରେ ଅମିନ
ଜନ୍ମ
ଦୀପିକା ଦେଶପାଣ୍ଡେ

(1976-09-13) ୧୩ ସେପ୍ଟେମ୍ବର ୧୯୭୬ (ବୟସ ୪୭)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୩-ଏବେଯାଏଁ

ଦୀପିକା ଅମିନ (ଜନ୍ମନାମ: ଦୀପିକା ଦେଶପାଣ୍ଡେ) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ୟୁ-ଟ୍ୟୁବ୍ ଭିଡିଓ, ୱେବ୍ ସିରିଜ୍ ଆଦିରେ କାମ କରନ୍ତି । ସେ ଫ୍ୟାନ୍, ରାଞ୍ଝଣା, ହମ୍ପ୍ଟି ଶର୍ମା କି ଦୁଲହନିଆ ଭଳି କଥାଚିତ୍ରରେ କାମ କରିଛନ୍ତି ।[୧] ଦୂରଦର୍ଶନ କାର୍ଯ୍ୟକ୍ରମ ଫରମାନ୍ ଏବଂ ଟସନ୍-ଏ-ଇସ୍କରେ ମଧ୍ୟ କାମ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଦୀପିକା ମୁମ୍ବାଇରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥଲା ଦୀପିକା ଦେଶପାଣ୍ଡେ । ତାଙ୍କ ଜେଜେବାପା ଆତ୍ମାରାମ ରାଓଜୀ ଦେଶପାଣ୍ଡେ ଜଣେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ମରାଠୀ କବି ଥିଲେ । ତାଙ୍କ ଜେଜେମା ମରାଠୀ ଭାଷାର ଜଣେ କବି ଥିଲେ, ଯିଏକି ଜଣେ ଇଂରାଜୀ ଭାଷାର ପ୍ରାଧ୍ୟାପିକା ଭାବରେ ନାଗପୁର ବିଶ୍ୱବିଦ୍ୟାଳୟରେ କାମ କରୁଥିଲେ ।

ତାଙ୍କ ବାପା ଉଲ୍ଲାସ ଦେଶପାଣ୍ଡେ ଭାରତୀୟ ବାୟୁସେନାରେ ଏୟାର ଭାଇସ୍ ମାର୍ଶଲ ଥିଲେ । ତାଙ୍କ ମାଆ କ୍ଷମା ଦେଶପାଣ୍ଡେ ଜଣେ କଥକ ନୃତ୍ୟଶିଳ୍ପୀ ।

ତାଙ୍କ ପିଲାଦିନ ଦିଲ୍ଲୀରେ କଟିଥିଲା । ସେ ଲୋରେଟୋ କନ୍‌ଭେଣ୍ଟ ସ୍କୁଲରେ ପାଠ ପଢ଼ୁଥିଲେ । ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଲେଡି ଶ୍ରୀରାମ କଲେଜ ଫର୍ ଓମେନ୍ସ କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ।[୨]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୯୫ ଅବ୍ ଇନ୍ସାଫ୍ ହୋଗା ଖୁସବୁ ପ୍ରସାଦ
୨୦୦୯ ୱେଲ୍ ଡନ୍ ଆବ୍ବା ଲତା
୨୦୧୧ ପଦ୍ଦୁରାମ ଅଧକ୍ଷା
୨୦୧୩ ରାଞ୍ଝଣା ଜୋୟାର ମାଆ
ରଜ୍ଜୋ କମଳାଦେବୀ
୨୦୧୪ ବେବକୁଫିୟାଁ ମୋହିତର ବସ୍
ହମ୍ପଟି ଶର୍ମା କି ଦୁଲହନିଆ କାବ୍ୟାର ମାଆ
୨୦୧୬ ଫ୍ୟାନ୍ ଗୌରବର ମାଆ
ରଫ୍ ବୁକ୍ ବୀଣା
୨୦୧୭ ଦିଲ୍ ଯଔ ନା କେହ ସକା କରୁଣା କପୂର
୨୦୧୮ ସୋନୁ କେ ଟିଟୁ କି ସୁଇଟ୍ ସୁଇଟର ମାଆ
୨୦୧୯ ଗନ୍ କେଶ୍ ଦେବଶ୍ରୀ ଦାସଗୁପ୍ତା
ମର୍ଦ୍ଦାନୀ ୨ ହର୍ଣ୍ଣି କପୂର
୨୦୨୦ ଘୂମକେତୁ ଶ୍ରୀମତୀ ବଦ୍ଲାନୀ ଜୀ ୫ରେ ମୁକ୍ତିଲାଭ
୨୦୨୧ ରାମପ୍ରସାଦ କି ତେରଭିଃ ରାମପ୍ରସାଦଙ୍କ ବୋହୂ ନେଟଫ୍ଲିକ୍ସରେ ମୁକ୍ତିଲାଭ
୨୦୨୨ ତାରା ଭର୍ସେସ୍ ବିଲାଲ ଶନ୍ନୋ
୨୦୨୩ ଇସ୍କ-ଏ-ନାଦାନ ରେଖା ଜିଓ ସିନେମାରେ ରିଲିଜ୍

ଦୂରଦର୍ଶନ ଓ ୱେବ୍ ସିରିଜ୍[ସମ୍ପାଦନା]

ସେ ଲେଖା ଟଣ୍ଡନ ଓ ଗୁଲ୍ ଆନନ୍ଦଙ୍କ ଧାରାବାହିକ ଫରମାନ୍‌ରେ ସେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । କନୱଲଜିତଙ୍କ ନାୟିକା ଭାବରେ ସେ ଏହି ଧାରାବାହିକରେ ଅଭିନୟ କରିଥିଲେ ।[୩] ତାଙ୍କର କେତେକ ଉଲ୍ଲେଖନୀୟ ଧାରାବାହିକ ହେଉଛି ଜୀ ଟିଭିରେ ପ୍ରସାରିତ ଧାରାବାହିକ ଟସନ-ଏକ-ଇସ୍କ୯ ମାଲାୱର ହିଲ୍ସ, ଦୂରଦର୍ଶନରେ ଜୁନୁନ୍ ଏବଂ ଏପିକ୍ ଟିଭିରେ ପ୍ରସାରିତ ସିୟାସତ୍ । ସେ ଶ୍ୟାମ ବେନେଗାଲଙ୍କ ଧାରାବାହିକ ଅମରାବତୀ କି କଥାୟେଁ ଏବଂ ସମ୍ବିଧାନ ଉପରେ ଆଧାରତି ଧାରାବାହିକର ୧୦ଟି ଭାଗରେ ସେ କାମ କରିଥିଲେ ।[୧]

ବର୍ଷ ଧାରାବାହିକ/ସିରିଜ୍ ଭୂମିକା ମନ୍ତବ୍ୟ
୧୯୯୩ ଫିଲ୍ମି ଚକ୍କର ୨୧ ତମ ଅଧ୍ୟାୟ ଟିଭି ଧାରାବାହିକ
ଫରମାନ ଆଇମାନ ବିବି
୧୯୯୫ ଅମରାବତୀ କି କଥାଏଁ ୩ୟ ଅଧ୍ୟାୟ
୧୯୯୬ ଜୁନୁଜ୍ ବିଭା
୧୯୯୭ ୯ ମାଲାୱର ହିଲ୍ସ
୨୦୦୭ ଲେଫ୍ଟ ରାଇଟ୍ ଲେଫ୍ଟ ଶ୍ରୀମତି ସାହାଣୀ
୨୦୧୪ ସିୟାସତ୍ ଆକବରଙ୍କ ପତ୍ନୀ
ସମ୍ବିଧାନ ରେଣୁକା ରାୟ ମିନି ଟିଭି ସିରିଜ୍
୨୦୧୫ ଟସନ୍-ଏ-ଇସ୍କ ଉଷା ଶରଣ ଟିଭି ଧାରାବାହିକ
୨୦୧୭-୨୦୨୨ ହ୍ୱାଟ୍ ଦ ଫୋକ୍ସସ୍ (ସିଜିନ୍ ୧ - ୪) ସୁଧା ଶର୍ମା ୱେବ୍ ସିରିଜ୍
୨୦୧୮ ଦି ଫ୍ୟାମିଲି ଭେକେସନ୍ (ସିଜିନ୍ ୧) ରୋହିଣୀର ମାଆ
୨୦୨୧ ମର୍ଡ଼ର୍ ମେରି ଜାନ୍ ଆଦିତ୍ୟର ମାଆ ହଟଷ୍ଟାର କୁଇକ୍ସ ଶୋ
୨୦୨୩ ଦି ଫ୍ୟାମିଲି ଭେକେସନ୍ (ସଜିନ୍ ୩) ଶ୍ରୀମତୀ ଚୋପ୍ରା (ରୋହିଣୀଙ୍କ ମାଆ)
ଜାନବାଜ ହିନ୍ଦୁସ୍ତାନ କେ କାବ୍ୟାର ମାଆ ଜୀ ୫ ୱେବ୍ ସିରିଜ୍

ଥିଏଟର[ସମ୍ପାଦନା]

ଦୀପିକା ବେରି ଜନଙ୍କଦ୍ୱାରା ନିର୍ଦ୍ଦେଶିତ ନାଟକ ଜରିଆରେ ମଞ୍ଚରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୪][୧] ଥିଏଟରରେ ତାଙ୍କ ସହିତ ମନୋଜ ବାଜପେୟୀଶାହାରୁଖ ଖାନ ଭଳି କଳାକାରମାନେ କାମ କରୁଥିଲେ ।[୧] ସେ ଲିଲ୍ଲେତ ଦୁବେଙ୍କ ନିର୍ଦ୍ଦେଶନା ପ୍ରାଇମ୍ ଟାଇମ୍ ଥିଏଟର କମ୍ପାନୀର ଜଣେ ସଦସ୍ୟ ଭାବରେ ଅନେକ ବର୍ଷଯାଏଁ କାମ କରିଛନ୍ତି ।

ସେ ଗିରିଶ କର୍ଣ୍ଣାଡ଼ଙ୍କ ନାଟକ ବଏଲ୍‌ଡ୍ ବିନ୍ସ ଓନ୍ ଟୋଷ୍ଟ[୪]ୱେଡିଂ ଆଲବମ୍‌ରେ[୫] କାମ କରିଥିଲେ । ପ୍ରତାପ ଶର୍ମାଙ୍କ ସାମୀ [୬] ଓ ଗୀତିନାଟ୍ୟ ଗେଟ୍ ୟୋର୍ ଗନ୍ ଏବଂ ସାଉଥ୍ ପେସିଫିକ୍ ଭଳି ନାଟକରେ ଅଭିନୟ କରିଛନ୍ତି ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "SRK is as enthusiastic and fun-loving as he was: Deepika Deshpande Amin | Latest News & Updates at Daily News & Analysis" (in ଆମେରିକୀୟ ଇଂରାଜୀ). 2016-04-14. Archived from the original on 19 May 2016. Retrieved 2016-07-18.
  2. "FILM STAR'S JOURNEY THROUGH YOUTH". www.afternoondc.in. Archived from the original on 16 June 2016. Retrieved 2016-07-18.
  3. "Farmaan was a hit television show directed by Lekh Tandon in the early 90s. Main Characters in this TV serial: Kawaljit Sigh as Aazar Nawab & Deepika Deshpande as Aiman". photogallery.indiatimes.com. Archived from the original on 9 August 2016. Retrieved 2016-07-18.
  4. ୪.୦ ୪.୧ "The Eclectist: Deepika Amin's Interview". theeclectist.blogspot.in. Archived from the original on 16 August 2016. Retrieved 2016-07-18.
  5. "Theatre: Boiled Beans on Toast". The Hindu (in Indian English). 2016-06-30. ISSN 0971-751X. Archived from the original on 30 June 2016. Retrieved 2016-07-18.
  6. "A moving portrayal of an Indian family". The Hans India. Archived from the original on 23 July 2016. Retrieved 2016-07-18.
  7. Munjal, Sunil Kant; Rai, S. K. (2016-06-22). All the World is a Stage: The Story of How the LSS Invigorated Ludhiana's Art and Culture (in ଇଂରାଜୀ). Notion Press. ISBN 9781945579974.

ବାହାର[ସମ୍ପାଦନା]