ଦୀପକ ମିଶ୍ର (ବିଚାରପତି)

ଉଇକିପିଡ଼ିଆ‌ରୁ
ଜଷ୍ଟିସ

ଦୀପକ ମିଶ୍ର
ମୁଖ୍ୟ ବିଚାରପତି, ସର୍ବୋଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୨୮ ଅଗଷ୍ଟ ୨୦୧୭ – ୨ ଅକ୍ଟୋବର ୨୦୧୮
ବ୍ୟକ୍ତିଗତ ସବିଶେଷ
ଜନ୍ମ(1953-10-03)୩ ଅକ୍ଟୋବର ୧୯୫୩
ଜାତୀୟତା ଭାରତୀୟ
ଶିକ୍ଷା[୧]
ଶିକ୍ଷାନୁଷ୍ଠାନମଧୁସୂଦନ ଆଇନ ମହାବିଦ୍ୟାଳୟ[୨], କଟକ
ପ୍ରସିଦ୍ଧିସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ଦୀପକ ମିଶ୍ର,(ଜନ୍ମ: ୩ ଅକ୍ଟୋବର ୧୯୫୩) ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୪୫ତମ ମୁଖ୍ୟ ବିଚାରପତି ଥିଲେ । ୨୮ ଅଗଷ୍ଟ ୨୦୧୭ରେ ସେ ଏହି କାର୍ଯ୍ୟଭାର ଗ୍ରହଣ କରି ୨୦୧୮ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ । ଏହି ପଦ ଅଳଙ୍କୃତ କରିବାରେ ସେ ତୃତୀୟ ଓଡ଼ିଆ । ତାଙ୍କ ପୂର୍ବରୁ ରଙ୍ଗନାଥ ମିଶ୍ର ୨୧ତମ ମୁଖ୍ୟ ବିଚାରପତି ଭାବେ ୨୫ ସେପ୍ଟେମ୍ବର ୧୯୯୦ରୁ ୨୪ ନଭେମ୍ବର ୧୯୯୧ପର୍ଯ୍ୟନ୍ତ ଓ ଗୋପାଳବଲ୍ଲଭ ପଟ୍ଟନାୟକ ୩୨ତମ ମୁଖ୍ୟ ବିଚାରପତି ଭାବରେ ୮ ନଭେମ୍ବର ୨୦୦୨ରୁ ୧୯ ଡିସେମ୍ବର ୨୦୦୨ ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାପିତ ଥିଲେ ।

ସେ ଭାରତ ପୂର୍ବତନ ମୁଖ୍ୟ ବିଚାରପତ ସ୍ୱର୍ଗୀୟ ରଙ୍ଗନାଥ ମିଶ୍ରଙ୍କ ପୁତୁରା[୩] ତଥା ପଂଚସଖା ଯୁଗର ଓଡ଼ିଆ ସାହିତିକ୍ୟ ତଥା ରାଜନେତା ସ୍ୱର୍ଗୀୟ ଶ୍ରୀ ଗୋଦାବରୀଶ ମିଶ୍ରଙ୍କ ନାତି ଅଟନ୍ତି ।

ଆଇନଜୀବୀ ଭାବରେ[ସମ୍ପାଦନା]

ନ୍ୟାୟମୂର୍ତ୍ତି ଶ୍ରୀ ଦୀପକ ମିଶ୍ର ୧୯୭୭ ମସିହା ଫେବୃଆରୀ ୧୪ରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନସେବା ଆରମ୍ଭ କରିଥିଲେ । ୧୯୯୬ମସିହାରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ୧୯୯୭ମସିହାରେ ସେ ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ ଓ ୧୯୯୭ ଡିସେମ୍ବର ୧୯ତାରିଖରେ ସେଠାରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ୨୦୦୯ ଡିସେମ୍ବର ୧୯ତାରିଖରେ ସେ ପାଟଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଓ ୨୦୧୦ମସିହାରେ ସେଠାରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ । ୨୦୧୧ ଅକ୍ଟୋବର ୧୦ତାରିଖରେ ସେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ।[୪]

ବିବାଦ[ସମ୍ପାଦନା]

୨୦୧୮ ଜାନୁଆରୀ ୧୨ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟର ୪ଜଣ ନ୍ୟାୟାଧିଶ ଏକ ସାମ୍ବାଦିକ ସମ୍ମୀଳନୀ ଡକାଇ, ମିଶ୍ରଙ୍କ କାମ କରିବା ଓ କେସ ବାଣ୍ଟିବା ପଦ୍ଧତି ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ।[୫][୬] ଅପ୍ରେଲ ୨୦ତାରିଖରେ ୭ଟି ବିରୋଧୀଦଳ ମିଳିତ ଭାବରେ ମିଶ୍ରଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିଥିଲେ ।[୭] ଅପ୍ରେଲ ୨୩ତାରିଖ ଦିନ ଉପରାଷ୍ଟ୍ରମତି ଭେଙ୍କେୟା ନାଇଡୁ ଏହି ମହାଭିଯୋଗ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ ।[୮][୯][୧୦]

ଉଲ୍ଲେଖ୍ୟଯୋଗ୍ୟ ବିଚାର ନିର୍ଣ୍ଣୟାବଳୀ[ସମ୍ପାଦନା]

ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଉଲ୍ଲେଖଯୋଗ୍ୟ ରାୟ[ସମ୍ପାଦନା]

  • ଆଧାର ଅଧିନିୟମ(୨୦୧୬)ର ସାମ୍ବିଧାନିକ ବୈଧତା[୧୧]
  • କେରଳର ଶବରିମାଳା ମନ୍ଦିରରେ ୧୦ରୁ ୫୦ ବର୍ଷ ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ[୧୨]
  • ୧୨୦ ବର୍ଷ ପୁରୁଣା କାବେରୀ ନଦୀ ଜଳ ବିବାଦ- ନଦୀ କୌଣସି ରାଜ୍ୟର ସମ୍ପତ୍ତି ନୁହେଁ[୧୩]
  • ଭାରତୀୟ ପିଙ୍ଗଳ କୋଡ଼ - ଧାରା ୪୯୭ର ଉଚ୍ଛେଦ - ପରକୀୟା ସମ୍ପର୍କ ଦୋଷ ନୁହେଁ[୧୪]
  • ବୟସ୍କ ମାନବଂକ ମଧ୍ୟରେ ସ୍ୱେଚ୍ଛାକୃତ ସମଲିଂଗୀ ଯୌନ ସମ୍ପର୍କ ଅପରାଧ ମୁକ୍ତ - ଭାରତୀୟ ପିଙ୍ଗଳ କୋଡ଼ର ୩୭୭ ଧାରା - [୧୫]
  • ବିଚାରଳୟରୁ ଶୁଣାଣିର ସିଧା ପ୍ରସାରଣ ନିମଂତେ ସବୁଜ ସଂକେତ[୧୬]
  • ରାଜନୀତିରେ ଅପରାଧିକରଣ ରୋକିବାକୁ ସଂସଦ ନିୟମ ପ୍ରସ୍ତୁତ କରିବା ଉଚିତ[୧୭]

ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଉଲ୍ଲେଖଯୋଗ୍ୟ ରାୟ[ସମ୍ପାଦନା]

  • ଉଗ୍ରବାଦୀ ୟାକୁବ ମେମନ ଫାଶୀ ଦଣ୍ଡାଦେଶ ଓ ଅର୍ଦ୍ଧରାତ୍ର ବିଚାର[୧୮]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2017-09-04. Retrieved 2017-08-28. {{cite web}}: Cite has empty unknown parameter: |1= (help)
  2. "Congratulations to His Lordship Hon'ble Mr. Justice Deepak Mishra, the Chief Justice of India". Madhusudan Law College, Cuttack. Retrieved 6 October 2018.
  3. "Dipak Misra (Chief Justice of India) Age, Biography, Wife, Family, Facts & More". Starsunfolded.com. Retrieved 6 October 2018.
  4. Mittal, Priyanka (8 ଅଗଷ୍ଟ 2017). "Justice Dipak Misra to be next Chief Justice of India". Livemint. Retrieved 13 ଜାନୁଆରୀ 2018.
  5. "Turmoil in Supreme Court as four judges speak out against Chief Justice Dipak Misra". Hindustan Times (in ଇଂରାଜୀ). 12 ଜାନୁଆରୀ 2018. Retrieved 13 ଜାନୁଆରୀ 2018.
  6. Mahapatra, Dhananjay; Choudhary, Amit Anand (13 ଜାନୁଆରୀ 2018). "Four top judges revolt against CJI; Supreme Court on trial". The Times of India (in ଇଂରାଜୀ). Archived from the original on 23 ଅପ୍ରେଲ 2018.
  7. "Chief Justice Dipak Misra Faces Impeachment Motion, 71 Have Signed: 10 Facts". NDTV. Archived from the original on 20 April 2018.
  8. Phukan, Sandeep (23 April 2018). "Venkaiah Naidu rejects impeachment motion against CJI". The Hindu (in Indian English). {{cite news}}: Cite has empty unknown parameter: |1= (help)
  9. "Decision to reject impeachment motion against CJI was not hasty: Venkaiah Naidu". The Times of India. PTI. 23 ଅପ୍ରେଲ 2018. Archived from the original on 23 April 2018.
  10. "10 reasons why Venkaiah Naidu rejected the impeachment notice against CJI Dipak Misra". The Times of India. 23 ଅପ୍ରେଲ 2018. Archived from the original on 23 April 2018.
  11. "Aadhaar remains valid but SC strikes down some sections to boost privacy". No. E–paper. Business Standard. Indiaspend.org. 2018-09-27. Retrieved 6 October 2018.
  12. ରାଉତରାୟ, ସମନ୍ୱୟ (2018-09-29). "Women of all ages can enter Sabarimala Temple, rules Supreme Court". No. ଇ-ପେପର. The Economic Times. ET Bureau. Retrieved 6 October 2018.
  13. "Cauvery verdict: SC directs Karnataka to release 177.25 tmc water to Tamil Nadu". The Economic Times. 16 February 2018.
  14. "Adultery not a crime, Supreme Court strikes down Section 497". No. New Delhi. ଇଣ୍ଡିଆଟୁଡେ ଗ୍ରୁପ. IndiaToday.in. 2018-09-27. Retrieved 6 October 2018.
  15. "୩୭୭ ଧାରା ଉପରେ ସୁପ୍ରିମ୍ କୋର୍ଟଙ୍କ ଐତିହାସିକ ରାୟ". No. ଭୁବନେଶ୍ୱର. "ନିତିଦିନ" ଖବର କାଗଜ- ନ୍ୟୁ ଏଜ ମିଡ଼ିଆ ଆଣ୍ଡ୍ ପବ୍ଲିକେଶନସ ପ୍ରା. ଲି. 2018-09-07. Retrieved 7 October 2018.[permanent dead link]
  16. "Supreme Court nod to live-streaming of court proceedings". ଦି ଇଣ୍ଡିଆନ ଏକ୍ସପ୍ରେସ. No. ଇ-ପେପର. indianexpress.com. ଏକ୍ସପ୍ରେସ ନ୍ୟୁଜ ସର୍ଭିସ. 2018-09-27. Retrieved 7 October 2018.
  17. "Full text: Supreme Court judgment on disqualification of politicians facing criminal charges from contesting elections". ଫାଷ୍ଟପୋଷ୍ଟ. No. ଇଣ୍ଟରନେଟ ଖବର. FP Staff. 2019-09-25. Retrieved 7 October 2018.
  18. "When SC opened its doors at 3 am for Yakub - Rediff.com India News". www.rediff.com. Retrieved 16 May 2018.
  19. Rajagopal, Krishnadas (5 ମଇ 2017). "Delhi gang rape case: SC confirms death for four". The Hindu (in Indian English). ISSN 0971-751X. Retrieved 13 ଜାନୁଆରୀ 2018.
  20. "ଜଷ୍ଟିସ ଦୀପକ ମିଶ୍ର ପାଇବେ 'ଉତ୍କଳ ରତ୍ନ' ସମ୍ମାନ". ସମ୍ବାଦ. Archived from the original on 17 July 2023. Retrieved 17 July 2023.