କିଶୋର କୁମାର ଜେନା

ଉଇକିପିଡ଼ିଆ‌ରୁ
କିଶୋର କୁମାର ଜେନା
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1995-09-06) ୬ ସେପ୍ଟେମ୍ବର ୧୯୯୫ (ବୟସ ୨୮)
ଓଡ଼ିଶା
Sport
ଦେଶଭାରତ
କ୍ରୀଡ଼ାଜାଭେଲିନ ଫିଙ୍ଗାଳି
Event(s)ଜାଭେଲିନ

କିଶୋର କୁମାର ଜେନା (ଜନ୍ମ: ୬ ସେପ୍ଟେମ୍ବର ୧୯୯୫) ଜଣେ ଭାରତୀୟ ଜାଭେଲିନ ଫିଙ୍ଗାଳୀ । ସେ ୨୦୨୩ ମସିହା ଅକ୍ଟୋବର ମାସ ୪ ତାରିଖରେ ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡ଼ାରେ ୮୭.୫୪ ମି ଜାଭେଲିନ ଫିଙ୍ଗି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ, ଭାରତ ପାଇଁ ରୌପ୍ୟପଦକ ହାସଲ କରିଥିଲେ ।[୧] ୨୦୨୩ ମସିହା ଜୁଲାଇ ମାସ ୨୮ ତାରିଖରେ ଶ୍ରୀଲଙ୍କାର ମହିନ୍ଦ୍ରା ରାଜପକ୍ଷ ଷ୍ଟାଡ଼ିୟମରେ ଅନୁଷ୍ଠିତ ଶ୍ରୀଲଙ୍କା ଜାତୀୟ ଆଥେଲେଟିକ ଚାମ୍ପିୟନସିପରେ ୮୪.୩୮ ମିଟର ଜାଭେଲିନ ଫିଙ୍ଗି ନିଜର ସ୍ୱର୍ଣ୍ଣପଦକ ହାସଲ କରିଥିଲେ । [୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କିଶୋର ୧୯୯୫ ମସିହାର ସେପ୍ଟେମ୍ବର ୬ ତାରିଖରେ ପୁରୀ ଜିଲ୍ଲାର କୋଠାସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୩][୪] ତାଙ୍କ ପିତାଙ୍କ ନାମ କେଶବ ଜେନା ଓ ମାତାଙ୍କ ନାମ ହରପ୍ରିୟା ଜେନା । ପରିବାରରେ କିଶୋରଙ୍କଠୁ ବଡ଼ ଆଉ ୭ ଭଉଣୀ ଅଛନ୍ତି । ଅଷ୍ଟମ-ନବମ ଶ୍ରେଣୀରେ ପଢ଼ୁଥିବାବେଳେ କିଶୋର ଖେଳକୁଦପ୍ରତି ଆକର୍ଷିତ ହୋଇଥିଲେ । ଆରମ୍ଭରୁ ବାପା କେଶବ, ପୁଅର ଖେଳ ପ୍ରତି ଆକର୍ଷଣ ଓ ପାଠପଢ଼ାରେ ଅବହେଳେକୁ ନେଇ ପୁଅ ଉପରେ ବିରକ୍ତ ହେଉଥିଲେ ମଧ୍ୟ ପରେ ସେ ପୁଅକୁ ସମର୍ଥନ ଓ ଉତ୍ସାହିତ କରିଥିଲେ । ଅଷ୍ଟମ ଶ୍ରେଣୀରେ ସ୍କୁଲ କ୍ରୀଡ଼ାରେ ଭଲ ଜାଭେଲିନ ଫିଙ୍ଗି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଜିଲ୍ଲାସ୍ତରରେ ମଧ୍ୟ ସେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ଶୀର୍ଷସ୍ଥାନ ଅଧିକାର କରିଥିଲେ । ଭଲିବଲ ଖେଳ ପ୍ରତି ମଧ୍ୟ ସେ ଆକୃଷ୍ଟ ଥିଲେ । +୨ ପଢ଼ିବା ସମୟରେ ତାଙ୍କର ଫିଟନେସକୁ ଲକ୍ଷ କରି ଅଧ୍ୟାପକ ଭବାନୀ ଶଙ୍କର ଚକ୍ରବର୍ତ୍ତୀ ତାଙ୍କୁ କଳିଙ୍ଗ ଷ୍ଟାଡ଼ିଅମରେ ଭଲିବଲ ଅଭ୍ୟାସ କରିବା ପାଇଁ ଉପଦେଶ ଦେଇଥିଲେ । କଳିଙ୍ଗ ଷ୍ଟାଡ଼ିଅମରେ ତାଙ୍କ ଫିଟନେସକୁ ଦେଖି, ସେଠାକାର କୋଚ ତାଙ୍କୁ ଦଳଗତ ଖେଳ ଅପେକ୍ଷା ବ୍ୟକ୍ତିଗତ କ୍ରୀଡ଼ା ଖେଳିବା ପାଇଁ ପ୍ରବର୍ତ୍ତାଇ ଥିଲେ । ବାରବାଟି ଷ୍ଟାଡ଼ିଅମରେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ସ୍ୱର୍ଣ୍ଣପଦକ ହାସଲ କରିବା ପରେ ସେ ଲୋକଲୋଚନକୁ ଆସିଥିଲେ ।[୫]

୨୦୨୩ରେ ପ୍ରଦର୍ଶନ[ସମ୍ପାଦନା]

  • ୨୦୨୩ ଅକ୍ଟୋବର ୪ ତାରିଖରେ ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡ଼ାରେ ୮୭.୫୪ ମି ଜାଭେଲିନ ଫିଙ୍ଗି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଓ ଭାରତ ପାଇଁ ରୌପ୍ୟପଦକ ହାସଲ କରିଥିଲେ । ଏଥି ସହିତ ସେ ୨୦୨୪ ପ୍ୟାରିସ ଅଲିମ୍ପିକ କ୍ରୀଡ଼ାପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ ।[୬]
  • ୨୦୨୩ ଅଗଷ୍ଟ ମାସରେ ବୁଦେପେଷ୍ଟଠାରେ ଅନୁଷ୍ଠିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱକରି ପଞ୍ଚମ ସ୍ଥାନରେ ରହିଥିଲେ । ସେ ୮୪.୭୭ ମିଟର ଦୂର ଜାଭେଲିନ ଫିଙ୍ଗି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।[୭][୮] ନୀରଜ ଚୋପ୍ରା ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୯]
  • ୨୦୨୩ ଜୁଲାଇ ମାସ ୨୮ ତାରିଖରେ ଶ୍ରୀଲଙ୍କା ଜାତୀୟ ଆଥେଲେଟିକ ଚାମ୍ପିୟନସିପରେ ୮୪.୩୮ ମିଟର ଜାଭେଲିନ ଫିଙ୍ଗିଥିଲେ । ଏହି ପ୍ରଦର୍ଶନଦ୍ୱାରା ସେ ହଙ୍ଗେରୀର ବୁଦାପେଷ୍ଟରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।[୧୦]
  • ୨୦୨୩ ମସିହା ମାର୍ଚ୍ଚ ମାସରେ ସେ କର୍ଣ୍ଣାଟକର ବେଲାରୀଠାରେ ଭାରତୀୟ ଥ୍ରୋ କମ୍ପିଟିସନରେ ୭୮.୯୩ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ ।
  • କେରଳର ଥିରୁଅନନ୍ତପୁରମଠାରେ ଭାରତୀୟ ଗ୍ରାଣ୍ଡ ପ୍ରିକ୍ସଠାରେ ସେ ୮୦ ମି ଦୂର ଜାଭେଲିନ ଫିଙ୍ଗିଥିଲେ ।
  • ୨୦୨୩ ଜୁନ ମାସରେ ସେ ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ଆନ୍ତଃରାଜ୍ୟ ଆଥେଲେଟିକ ଚାମ୍ପିୟନସିପରେ ୮୨.୮୭ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ ।[୧୧][୧୨]

ଆଧାର[ସମ୍ପାଦନା]

  1. "With one throw Kishore Jena won silver medal, Olympics berth and national recognition". www.espn.in. ESPN. Retrieved 5 October 2023.
  2. "'Keep Going' Neeraj Chopra Lauds Kishore Jena For His Gold Medal Winning Effort in Men's Javelin Throw Event at Sri Lanka Athletics National Championships 2023 (See Post)". www.latestly.com. latestly.com. Archived from the original on 31 July 2023. Retrieved 31 July 2023.
  3. Pradhan, Hemanta (August 19, 2023). "Javelin thrower Kishore Jena hopeful for good performance in World Athletics Championships". Times of India. Archived from the original on 27 August 2023. Retrieved 25 August 2023.
  4. "ATHLETE NAME : Kishore JENA". www.worldathletics.org. worldathletics.org. Retrieved 31 July 2023.
  5. "SambadEpaper". https://sambadepaper.com/. 12 November 2018. Retrieved 16 October 2023. {{cite web}}: External link in |website= (help)
  6. "ଇତିହାସ ରଚିଲେ କିଶୋର ଜେନା, ଏସୀୟ କ୍ରୀଡ଼ାରେ ଜିତିଲେ ରୌପ୍ୟ, ସ୍ବର୍ଣ୍ଣ ଜିତିଲେ ନୀରଜ୍". ସମ୍ବାଦ ୦୫ ଅକ୍ଟୋବର. No. ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 5 October 2023.
  7. Srivastava, Shantanu (August 4, 2023). "Worlds on his mind, Kishore Kumar Jena aims to prolong dream run". Hindustan Times. Archived from the original on 12 August 2023. Retrieved 25 August 2023.
  8. "Four Indian javelin throwers qualify for World Cships but not all going as one is injured". devdiacourse. 2 August 2023. Archived from the original on 25 August 2023. Retrieved 25 August 2023.
  9. "ନୀରଜଙ୍କୁ ବିଶ୍ବ ସ୍ବର୍ଣ୍ଣ: ଶ୍ରେଷ୍ଠ ପ୍ରଦର୍ଶନ ସହ କିଶୋର ପଞ୍ଚମ, ମନୁ ଷଷ୍ଠ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 28 August 2023. Retrieved 28 August 2023.
  10. "ଆର୍କାଇଭ୍ କପି". www.dharitri.com. ଧରିତ୍ରୀ. Archived from the original on 7 August 2023. Retrieved 7 August 2023. {{cite web}}: Cite has empty unknown parameter: |1= (help)
  11. "Kishore Jena registers personal best, wins gold at Sri Lanka Athletics C'ships". www.thebridge.in. the bridge. Archived from the original on 31 July 2023. Retrieved 31 July 2023.
  12. "Javelin thrower Kishore Jena gets Hungarian visa, will compete at World Championships". Deccan Herald. 18 August 2023. Archived from the original on 25 August 2023. Retrieved 25 August 2023.

ବାହାର ଲିଙ୍କ୍[ସମ୍ପାଦନା]