କଳିଙ୍ଗ ଯୁଦ୍ଧ

ଉଇକିପିଡ଼ିଆ‌ରୁ


କଳିଙ୍ଗ ଯୁଦ୍ଧ
ତିଥି ଖ୍ରୀ.ପୂ:୨୬୨ - ଖ୍ରୀ.ପୂ:୨୬୧
ସ୍ଥାନ କଳିଙ୍ଗ, ଭାରତ
Result Decisive Maurya victory
Territorial
changes
Kalinga annexed by Maurya Empire
ପକ୍ଷ
ମୌର୍ଯ୍ୟ ସାମ୍ରାଜ୍ୟ କଳିଙ୍ଗ
Commanders and leaders
ଅଶୋକ Unknown(a young king age between 10-12 years governed by group of ministers,after his father death), Commander-Nandi Dev Ghosh, Vim Dev Mahapatra
Strength
Total ୪୦୦,୦୦୦ ୬୦,୦୦୦ infantry,[୧]
୧୦୦୦ cavalry,[୧]
୭୦୦ war elephants[୧]
କ୍ଷୟକ୍ଷତି
୧୦୦,୦୦୦ ୨୦୦,୦୦୦+ (exaggerated figures by Asoka himself)[୨][୩]
(including civilians)

ଚନ୍ଦ୍ରଗୁପ୍ତବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । [୪]

ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡ଼ିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ । ସେ ନିଜ ବିଜୟ ପରେ ସୁନ୍ଦର ଭାବେ ଗଢ଼ି ତୋଳିଲେ ଓ ନିଜ ସାମ୍ରାଜ୍ୟରେ ମିଶେଇ ଥିଲେ। [୫]

ଅନ୍ତରାଳ[ସମ୍ପାଦନା]

କଳିଙ୍ଗ(ବଙ୍ଗୋପସାଗର ପାଖରେ)ଏବଂ ମୌର୍ଯ୍ୟ ସାମ୍ରାଜ୍ୟ (ନୀଳ) ବିଜୟ କରିବା ପୂର୍ବରୁ ଅଶୋକ

କଳିଙ୍ଗ ସାମ୍ରାଜ୍ୟ, "ଉତ୍କଳ"ନାମରେ ମଧ୍ୟ ଜଣାଥିଲା ,ଭାରତ (ବର୍ତ୍ତମାନ ଇଣ୍ଡିଆ),ଯାହା ବ୍ୟାପାର ପାଇଁ ପୂର୍ବରୁ ଦକ୍ଷିଣ-ପୂର୍ବ ପାଇଁ ପ୍ରକୋଷ୍ଠ ଥିଲା।[ଆଧାର ଲୋଡ଼ା] ସେ ସଂସ୍କୃତି ଓ ନାଗରିକ ସଂହିତା ପାଳନ ପାଇଁ ବ୍ୟବହାର କରୁଥିଲେ। [୬] । କଳିଙ୍ଗକୁ ମଗଧ ନିଜ ଅଧୀନକୁ ଆଣିଥିଲା ଯେତେବେଳେ ନନ୍ଦ ଶାସନ କରୁଥିଲେ, [୭]ସେ ପୁର୍ନବାର ସ୍ୱଧୀନ ଲାଭ କରିଥିଲା ଯେତେବେଳେ ମୌର୍ଯ୍ୟ ଶାସନ ଆରମ୍ଭ କଲା। ମଗଧର ସମ୍ରାଟ ରାଜ୍ୟ ବିସ୍ତାର ନୀତି ପାଇଁ ଏହା ଗୋଟେ ବଡ଼ ଝଟକା ଥିଲା ଓ କଳିଙ୍ଗକୁ ନିଜ ଅଧୀନକୁ ଏବଂ କଳିଙ୍ଗକୁ ଛୋଟ କରିବାପାଇଁ ମୌର୍ଯ୍ୟ ତାର ରାଜନୀତିକ କ୍ଷତି ସହିବାକୁ ପଡ଼ିଥିଲା।ଏହି କାର୍ଯ୍ୟ ପାଇଁ ଅଶୋକ ସମସ୍ତଙ୍କ ନିକଟରେ ଜଣାଶୁଣା, ଏହା ପରେ ସେ ସିଂହାସନ ଅଧିକାର କରିଥିଲେ। [୬]

ଯୁଦ୍ଧର ଗତି[ସମ୍ପାଦନା]

କଳିଙ୍ଗ ଯୁଦ୍ଧ କ୍ଷେତ୍ର, ଦୟା ନଦୀ କୂଳ (ବର୍ତ୍ତମାନର ଭୁବନେଶ୍ୱର, ଓଡ଼ିଶା)

ମାନବ ଜାତିର ରାଜନୀତିକ ଇତିହାସ ଏକ ବାସ୍ତବରେ ଯୁଦ୍ଧର ଇତିହାସ ଓ ଏମିତି ବହୁ ଯୁଦ୍ଧ କଳିଙ୍ଗ ଯୁଦ୍ଧ ପରି ଯୁଦ୍ଧର ପରିଣତି ମାନବ ସମାଜର ଶାନ୍ତି ପାଇଁ ସଫଳରେ ସମାପ୍ତ ହୋଇଥିଲା। [୮]

କାରଣ[ସମ୍ପାଦନା]

କଳିଙ୍ଗର ବାଣିଜ୍ୟ କାରବାର ସୁଦୂର ବିସ୍ତାରି ଥିବା ସହ ଏହା ଆର୍ଥିକ ରୂପେ ବହୁତ ସ୍ୱଚ୍ଛଳ ଥିଲା । ତେଣୁ ଅଶୋକ ଏହାକୁ ଲୁଣ୍ଠନ କରିବା ଉଦ୍ଦେଶ୍ୟରେ କଳିଙ୍ଗ ଉପରେ ଆକ୍ରମଣ କରିଥିଲା ।

ଫଳାଫଳ[ସମ୍ପାଦନା]

ଅଶୋକ ନିଜ ଦୁଇ ଆଖିରେ ଏପରି ରକ୍ତପାତ ଦେଖିଲେ ଏବଂ ଅନୁଭବ କଲେ ଯେ ଏପରି ଭୟାବହ ଦୃଶ୍ୟ ପାଇଁ ସେ ନିଜେ ହିଁ ଦାୟୀ। ପୁରା କଳିଙ୍ଗ ଲୁଣ୍ଠନ ଓ ନଷ୍ଟ ହୋଇଯାଇଥିଲା। ଅଶୋକଙ୍କ ସହ ଯୁଦ୍ଧରେ ୧୦୦୦,୦୦୦ କଳିଙ୍ଗର ଲୋକମାନେ ମାରିଥିଲେ ଏବଂ ପ୍ରୟାତଃ ସମାନ ସଂଖ୍ୟକ ଅଶୋକଙ୍କ ସୈନ୍ୟ ମୃତ୍ୟୁବରଣ କରିଥିଲେ। କିମ୍ବଦନ୍ତୀ ଅନୁସାରେ କଳିଙ୍ଗର ସୈନ୍ୟମାନେ ବିନାଶର ମୁଖ୍ୟ କାରଣ।ହଜାର ହଜାର ପୁରୁଷ ଓ ମହିଳାଙ୍କୁ ଅନ୍ୟ ଦେଶକୁ ପଠାଇ ଦେଇଥିଲେ ।ଅଶୋକ ଯୁଦ୍ଧ ପରର ଦୃଶ୍ୟ ଦେଖି ଗଭୀର ଅନୁତାପ ଓ ଦୁଃଖ ପ୍ରକାଶ କଲେ।

ଅଶୋକ କଳିଙ୍ଗ ଯୁଦ୍ଧ ପାଇଁ ଦାଇ ଏ ସବୁ ଅଶୋକଙ୍କ ଅନୁଶାସନରେ ବର୍ଣ୍ଣନା କରାଯାଇଛି। କଳିଙ୍ଗ ଯୁଦ୍ଧ ପାଇଁ ପ୍ରେରିତ ଅଶୋକ, ଆରମ୍ଭରୁ ସେ ବୌଦ୍ଧ ଧର୍ମରେ ଦୀକ୍ଷିତ ନ ଥିଲେ,ବାକି ଜୀବନ Ahimsa (ଅହିଂସା)ଏବଂ ଧର୍ମ-ବିଜୟ(ଧର୍ମଦ୍ୱାରା ବିଜୟ)ରେ ଲଗାଇଲେ।.

"Beloved-of-the-Gods,ରାଜା ପ୍ରିୟଦର୍ଶୀ ରାଜ୍ୟାଭିଷେକ ପରେ ୮ ବର୍ଷ ପରେ କଳିଙ୍ଗରେ ବିଜୟ ପ୍ରାପ୍ତ କରିଥିଲେ। ଏକ ଶହ ଏବଂ ପାଞ୍ଚ ହଜାରଙ୍କୁ ନିର୍ବାସ ଏବଂ ଏକ ଲକ୍ଷ ଓ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ(ଅଲଗା କାରଣ ପାଇଁ)।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Pliny the Elder (77 AD), Natural History VI, 22.1, quoting Megasthenes (3rd century BC), Indika, Fragm. LVI.
  2. Ashoka the Great (r. 272-231 BC), Edicts of Ashoka, Major Rock Edict 13.
  3. Radhakumud Mookerji (1988). Chandragupta Maurya and His Times. Motilal Banarsidass Publ. ISBN 81-208-0405-8.
  4. http://indiansaga.com/history/magadha_kalinga.html
  5. "Detail History of Odisha".
  6. ୬.୦ ୬.୧ Ramesh Prasad Mohapatra(1986) Page 10. Military History of Orissa. Cosmo Publications, New Delhi ISBN 81-7020-282-5
  7. Kalinga (India) formed part of the Nanda Empire but subsequently broke free until it was re-conquered by Ashoka Maurya, c. 260 BCE. (Raychaudhuri & Mukherjee 1996, pp. 204-209, pp. 270-271)
  8. Ramesh Prasad Mohapatra (1986) Page 12. Military History of Orissa. Cosmo Publications, New Delhi ISBN 81-7020-282-5

ବାହାର ତଥ୍ୟ[ସମ୍ପାଦନା]