ଓଡ଼ିଶା ପ୍ରିମିଅର ଲିଗ
| ଓଡ଼ିଶା ପ୍ରିମିଅର ଲିଗ | |
|---|---|
| ଦେଶ | ଭାରତ |
| ପ୍ରଶାସକ | ଓ.ସି.ଏ. |
| ମୁଖ୍ୟାଳୟ | କଟକ, ଓଡ଼ିଶା, ଭାରତ |
| ପ୍ରଣାଳୀ | ଟ୍ଵେଣ୍ଟି୨୦ |
| ବେବସାଇଟ | ଓଡ଼ିଶା ପ୍ରିମିଅର ଲିଗ |
ଓଡ଼ିଶା ପ୍ରିମିଅର ଲିଗ (ଓପିଏଲ୍) ହେଉଛି ଓଡ଼ିଶା କ୍ରିକେଟ ଆସୋସିଏସନ ଅଧିନରେ ଖେଲାଯାଉଥିବା ଏକ ଟ୍ଵେଣ୍ଟି୨୦ (Twenty20) କ୍ରିକେଟ ଖେଳ ପ୍ରତିଯୋଗିତା । ଏହା ଓଡ଼ିଶା କ୍ରିକେଟ ଆସୋସିଏସନ ଦ୍ଵାରା କଟକ ଠାରେ ଆରମ୍ଭ କରାଯାଇଥିଲା । ଇଣ୍ଡିଆନ ପ୍ରିମିଅର ଲିଗ ଦ୍ଵାରା ପ୍ରଭାବିତ ହୋଇ ଓଡ଼ିଶାରେ ଟ୍ଵେଣ୍ଟି୨୦ କ୍ରିକେଟର ପ୍ରସାର ପାଇଁ ଏହି ଖେଳର ଆରମ୍ଭ କରାଯାଇଛି ।
ରାଜ୍ୟର କ୍ରିକେଟ ଖେଳାଳିଙ୍କୁ ଭଲ ଖେଳ ପରିସର ଯୋଗାଇବା, ଭଲ ଖେଳ ପ୍ରଦର୍ଶନ ମାଧ୍ୟମରେ ଜାତୀୟ କ୍ରିକେଟ୍ ରେ ନାଆଁକୁ ଯୋଡ଼ିବା ତଥା ବ୍ୟବସାୟିକ ଭିତ୍ତିରେ ଭଲ ଅର୍ଥ ରୋଜଗାର କରିବା ଲକ୍ଷରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଓଡ଼ିଶା ପ୍ରିମିଅର ଲିଗ (ଓପିଏଲ୍)ର ପ୍ରଥମ ସଂସ୍କରଣ ୨୨ମଇ ରୁ ୧୨ ଜୁନ ୨୦୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଇଣ୍ଡିଆନ୍ ପ୍ରିମିଅର ଲିଗ (ଆଇପିଏଲ୍) ଢାଞ୍ଚାରେ, ଓଡ଼ିଶା ପ୍ରିମିଅର ଲିଗ (ଓପିଏଲ୍) ନାମରେ ନାମିତ ଓ ପରିଚାଳିତ ଏହି ଟ୍ଵେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗ ନେଇଥିଲେ | ୧୦ଟି ଦଳକୁ ଦୁଇଟି ଗ୍ରୁପ୍ ରେ ବିଭକ୍ତ କରାଯାଇଥିଲା । ପ୍ରତି ଗ୍ରୁପ୍ ର ଦଳ ପରସ୍ପର ସହ ଦୁଇଥର ଖେଳିଥିଲେ, ଉଭୟ ଗ୍ରୁପ୍ ର ଶ୍ରେଷ୍ଠ ଚାରୋଟି ଦଳ ସେମିଫାଇନାଲ୍ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିଲେ ।
ଓପିଏଲ୍ର ବିଜୟୀ ଦଳକୁ ୫ କି.ଗ୍ରା. ଓଜନର ଏକ ରୂପାର ଟ୍ରଫି ସହ ୪ଲକ୍ଷ ଟଙ୍କା ଓ ରନର୍ସ ଅପ୍ ଦଳକୁ ୨ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ପ୍ରତି ମ୍ୟାଚର ମ୍ୟାନ ଅଫ୍ ଦି ମ୍ୟାଚଙ୍କୁ ୫ହଜାର ଟଙ୍କା ଓ ମ୍ୟାନ ଅଫ ଦି ସିରିଜ୍ ଙ୍କୁ ଫୋର୍ଡ ଫିଗୋ କାର ପ୍ରଦାନ କରାଯିବ । ଲୋକପ୍ରିୟ ଓଡ଼ିଆ କଥଚିତ୍ର ଅଭିନେତା ଅନୁଭବ ମହାନ୍ତି ଓପିଏଲ୍ର ବ୍ରାଣ୍ଡ ଆମ୍ବାସଡ଼ର ଅଛନ୍ତି ।
ବିଷୟସୂଚୀ |
ପ୍ରତିଯୋଗୀ ଦଳ[ସମ୍ପାଦନା]
ଓପିଏଲ୍ର ପ୍ରଥମ ସଂସ୍କରଣରେ ଭାଗ ନେଉଥିବା ଦଳଗୁଡ଼ିକ ହେଲେ:
- କଟକ ବାରବାଟି ଟାଇଗର୍ସ, କଟକ
- ଭୁବନେଶ୍ଵର ଜାଗୁଆର୍ସ, ଭୁବନେଶ୍ଵର
- କେଶବୀ ପାଵାର ରେଞ୍ଜର୍ସ, କେନ୍ଦୁଝର
- ବ୍ରହ୍ମପୁର ଭଞ୍ଜ ବୀରସ, ବ୍ରହ୍ମପୁର
- ପୁରୀ ଏମ୍ପେରର୍ସ, ପୁରୀ
- ୱେଷ୍ଟର୍ଣ୍ଣ ସାମୁରାଇ, ରାଉରକେଲା
- ବାଲେଶ୍ବର ବାଘା, ବାଲେଶ୍ବର
- କୋଅପରେଟିଭ କିଙ୍ଗ୍ସ, ଢେଙ୍କାନାଳ
- ଅନୁଗୁଳ ଟସ୍କର୍ସ, ଅନୁଗୋଳ
- ଜେଏସପି ସ୍ପାର୍କ, ଜଗତସିଂହପୁର
ଚୂଡାନ୍ତ ଫଳାଫଳ[ସମ୍ପାଦନା]
ଜୁନ୍ ୧୨ ତାରିଖରେ ବାରବାଟି ଷ୍ଟାଡ଼ିଅମରେ ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ୱେଷ୍ଟର୍ଣ୍ଣ୍ ସାମୁରାଇ, ରାଉରକେଲା ୪ରନରେ କଟକ ବାରବାଟୀ ଟାଇଗର୍ସକୁ ହରାଇ ଓପିଏଲ୍ ପ୍ରଥମ ସଂସ୍କରଣର ବିଜେତା ଆଖ୍ୟା ଅର୍ଜନ କରିଛି ରାଉରକେଲା ପକ୍ଷରୁ ଧାର୍ଯ୍ୟ ୧୧୩ ରନର ବିଜୟ ଲକ୍ଷ୍ୟର ପିଛାକରି କଟକ ୫ ଉଇକେଟ ବିନିମୟରେ ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା
ପୁରସ୍କାର[ସମ୍ପାଦନା]
- ବିଜେତା: ୱେଷ୍ଟର୍ଣ୍ଣ୍ ସାମୁରାଇ, ରାଉରକେଲା-
୪ଲକ୍ଷ ଓ ଟ୍ରଫି | - ଦ୍ବିତୀୟ: କଟକ ବାରବାଟୀ ଟାଇଗର୍ସ, କଟକ -
୨ଲକ୍ଷ | - ତୃତୀୟ: ଜେସିପି ସ୍ପାର୍କ, ଜଗତସିଂହପୁର -
୧ଲକ୍ଷ | - ଚତୁର୍ଥ: ବାଲେଶ୍ବର ବାଘାସ, ବାଲେଶ୍ବର-
୫୦ହଜାର | - ମ୍ୟାନ ଅଫଦି ସିରିଜ: ବିପ୍ଳବ ସାମନ୍ତରାୟ, କଟକ ବାରବାଟୀ ଟାଇଗର୍ସ, କଟକ -
୨୫ହଜାର ଓ ଫୋର୍ଡ ଫିଗୋ କାର - ମ୍ୟାନ ଅଫଦି ଫାଇନାଲ: ଅମିତ ଦାସ-
୨୫ହଜାର | - ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ: ସୁବିତ ବିଶ୍ବାଳ(୩୫୫ରନ), ଜେଏସପି ସ୍ପାର୍କ, ଜଗତସିଂହପୁର -
୫୦ହଜାର ଓ ୟାମାହା ମୋଟରସାକେଲ - ଶ୍ରେଷ୍ଠ ବୋଲର: ବିଭୁଦତ୍ତ ପଣ୍ଡା (୧୭ଉଇକେଟ), କଟକ ବାରବାଟୀ ଟାଇଗର୍ସ, କଟକ -
୧୦ହଜାର ଓ ୟାମାହା ମୋଟରସାକେଲ