ଅସିତ ମହାନ୍ତି

ଉଇକିପିଡ଼ିଆ‌ରୁ
ଅସିତ ମହାନ୍ତି
Born (1958-05-30) ୩୦ ମଇ ୧୯୫୮ (ବୟସ ୬୫)
Nationalityଭାରତୀୟ
Alma materବିଜେବି କଲେଜ,ରେଭେନ୍ସା ମହାବିଦ୍ୟାଳୟ
Spouseସସ୍ମିତା
Childrenଅମୃତ ଓ ଅର୍ଣ୍ଣବ
Parent(s)ଆର୍ତ୍ତବନ୍ଧୁ ମହାନ୍ତି, ବିଷ୍ଣୁପ୍ରିୟା ଦେବୀ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ଅନୁବାଦ)

ଅସିତ ମହାନ୍ତି (୩୦ ମଇ ୧୯୫୮),[୧] ଜଣେ ଓଡ଼ିଆ ଲେଖକ, ସମାଲୋଚକ ଏବଂ ଅନୁବାଦକ ।[୨] ପୌରୁଷ ପତ୍ରିକାର ଏହି ସମ୍ପାଦକ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ବହୁ ରାଜ୍ୟ ଓ ଜାତୀୟ ସ୍ତରର ପୁରସ୍କାରରେ ସମ୍ମାନୀତ ।[୩] "ଆମ ଓଡ଼ିଶା" ପ୍ରକାଶନା ସଂସ୍ଥାର ସମ୍ପାଦକ ଭାବରେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି । ରସଗୋଲାର ଉତ୍ପତ୍ତି ଓଡ଼ିଶାରେ[୪] ଓ ଏହା ୧୫୦୦ ମସିହା ଆଗରୁ ଓଡ଼ିଶାରେ ରସଗୋଲା ବ୍ୟବହୃତ[୫] ବୋଲି ଅସିତ ମହାନ୍ତି ଗବେଷଣାତ୍ମକ ତଥ୍ୟ ପ୍ରକାଶ କରିଥିଲେ ।[୬]

ଜୀବନୀ[ସମ୍ପାଦନା]

ଅସିତ, ୧୯୫୮ ମସିହା ମଇ ମାସ ୩୦ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ଲେଖନପୁର ଗାଁ । ପିତାଙ୍କ ନାମ ଆର୍ତ୍ତବନ୍ଧୁ ମହାନ୍ତି । ମାତାଙ୍କ ନାମ ବିଷ୍ଣୁପ୍ରିୟା ଦେବୀ । ପତ୍ନୀ ସସ୍ମିତା ଓ ଦୁଇପୁତ୍ର ଅମୃତ ଓ ଅର୍ଣ୍ଣବକୁ ନେଇ ତାଙ୍କର ପରିବାର ।

ରଚନାବଳୀ[ସମ୍ପାଦନା]

  • କହ୍ନେଇ କଥାଘର (୧୯୮୭)
  • ରେବତୀ:ରେବତୀ (୧୯୯୮)
  • ସାହିତ୍ୟ ମନ୍ଥନ (୨୦୧୬)
  • ଅଧ୍ୟାୟ ଏକବିଂଶ (୧୯୯୪)
  • ୧୮୫୭ର ସ୍ୱାଧୀନତା ସଂଗ୍ରାମ (୨୦୧୨)
  • ଦଶାବତାର (୨୦୦୭)
  • ନବକଳେବର କଥା (୨୦୧୫)
  • ସାହିତ୍ୟ ମହାଭାରତ(୧ମ ଖଣ୍ଡ - ୨୦୧୪ ୨ୟ- ୨୦୧୫)
  • ବାପୁ - ମୋ ମା
  • ଦେଶପ୍ରେମୀ ନୀଳକଣ୍ଠ[୭]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସମ୍ମାନସୂଚକ ଡକ୍ଟରେଟ - ୨୦୧୮(ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)[୮]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୧୯୯୮ (ଅଧ୍ୟାୟ ଏକବିଂଶ)[୯]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ)- ୨୦୦୮ (ବାପୁ-ମୋ ମା)[୧୦]
  • ଗଙ୍ଗାଧର ରଥ ଫାଉଣ୍ଡେସନ ପୁରସ୍କାର
  • ସାରସ୍ୱତ ସାହିତ୍ୟ ସଂସ୍କୃତି ପୁରସ୍କାର
  • ମୁକ୍ତ ଚିନ୍ତନ ମଞ୍ଚ ପୁରସ୍କାର
  • ଆଇନା ପୁରସ୍କାର
  • ପୁନର୍ନବା ପୁରସ୍କାର
  • ସୁବାର୍ତ୍ତା ପୁରସ୍କାର
  • ନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦ ପୁରସ୍କାର
  • ଆନ୍ତଃ-ମହାବିଦ୍ୟାଳୟ ଗଳ୍ପ ପ୍ରତିଯୋଗିତା ପ୍ରଥମ ପୁରସ୍କାର -୧୯୭୭

ଆଧାର[ସମ୍ପାଦନା]

  1. "ବ୍ୟକ୍ତିତ୍ୱ". ନିତିଦିନ ୦୪/୧୧/୨୦୧୭ ପୃଷ୍ଠା ୯ରେ ପ୍ରକାଶିତ. Retrieved 14 November 2017.[permanent dead link]
  2. Sahitya Akademi (2000). Annual Report. The Akademi.
  3. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 786–. ISBN 978-81-260-0873-5.
  4. http://www.rediff.com/money/report/whose-rasgulla-is-it-anyway/20160715.htm
  5. https://www.telegraphindia.com/1160714/jsp/frontpage/story_96633.jsp
  6. http://indiatoday.intoday.in/story/rasgulla-existed-in-odisha-prior-to-1500-ad-minister/1/715903.html
  7. Reflections on the National Movement in Orissa. Orissa State Archives. 1997.
  8. https://www.telegraphindia.com/states/odisha/space-crunch-hits-varsity-212052
  9. "AKADEMI TRANSLATION PRIZES (1989-2015)". sahitya-akademi.gov.in. Retrieved 14 November 2017.
  10. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 14 November 2017.