Jump to content

ସ୍ତନାଗ୍ର ସ୍ରାବ

ଉଇକିପିଡ଼ିଆ‌ରୁ
Nipple discharge
Milk coming from the nipple
ବିଭାଗGynecology
ରୋଗ ନିର୍ଣ୍ଣୟ ପଦ୍ଧତିNormal: Late pregnancy, after childbirth, newborns[][]
Abnormal: Intraductal papilloma, duct ectasia, blocked milk duct, infected breast, breast cancer, high prolactin[][][]
ଚିକିତ୍ସାDepends on the cause[]
ପୁନଃପୌନିକCommon[]

ସ୍ତନାଗ୍ର ସ୍ରାବ ଏକ ତରଳ ପଦାର୍ଥ ଯାହା ସ୍ତନରୁ ସ୍ୱତଃ ବାହାରେ ବା ଚିପିଲେ ବାହାରେ । [] [] ସ୍ରାବ ଦୁଧିଆ, ସ୍ୱଚ୍ଛ, ସବୁଜ, ପଚା, ରକ୍ତାକ୍ତ କିମ୍ବା ସାମାନ୍ୟ ହଳଦିଆ ହୋଇପାରେ | [] ଏହି ସ୍ରାବ ଗାଢ଼, ପତଳା, ଅଠାଳିଆ କିମ୍ବା ଜଳୀୟ ହୋଇପାରେ | [] []

ଗର୍ଭର ଶେଷ ଭାଗରେ ଓ ଶିଶୁ ଜନ୍ମର ପ୍ରଥମ ସପ୍ତାହରେ ସ୍ତନାଗ୍ର ସ୍ରାବ ସାଧାରଣତଃ କ୍ଷୀର ଭଳି ହୁଏ । [] [] ପ୍ରଜନନକ୍ଷମ ବୟସରେ ମହିଳାମାନଙ୍କର ସ୍ତନ ଚିପିବା ପରେ ଏହା ମଧ୍ୟ ସାଧାରଣ ହୋଇପାରେ | [] [] ଯଦି ପୁରୁଷମାନଙ୍କର ସ୍ରାବ ହେଉଥାଏ, ରକ୍ତ ମିଶ୍ରିତ ଥାଏ, କେବଳ ଗୋଟିଏ ସ୍ତନରୁ ହୁଏ, କିମ୍ବା ଏକ ସ୍ତନ ପିଣ୍ଡୁଳା, ଫୁଲା, ଲାଲ ରଙ୍ଗର କିମ୍ବା ଚର୍ମର ପରିବର୍ତ୍ତନ ସହିତ ଜଡ଼ିତ ହୁଏ ତେବେ ଏହା ଅସ୍ୱାଭାବିକ ଅଟେ | [] [] ଅସ୍ୱାଭାବିକ ନିଷ୍କାସନର କାରଣଗୁଡ଼ିକ ମଧ୍ୟରେ ଇଣ୍ଟ୍ରାଡକ୍ଟାଲ ପାପିଲୋମା, ଡକ୍ଟ ଏକ୍ଟାସିଆ, ଅବରୁଦ୍ଧ ଦୁଗ୍ଧ ନଳୀ, ସଂକ୍ରମିତ ସ୍ତନ (ମାଷ୍ଟାଇଟିସ୍ କିମ୍ବା ସ୍ତନରେ ପୂଜ), ସ୍ତନ କର୍କଟ, କିଛି ଔଷଧ ଏବଂ ପ୍ରୋଲାକ୍ଟିନ ସ୍ତର ବୃଦ୍ଧିକାରୀ ରୋଗ ମୂଖ୍ୟତଃ ଥାଏ | [] [] []

ଏକ ଅଣ-ଗର୍ଭବତୀ ବା ସ୍ତନ ପାନ ନ କରାଉଥିବା ମହିଳାଙ୍କର ଭିନ୍ନ ମୂଲ୍ୟାଙ୍କନ କରାଯାଏ। [] ପ୍ରାୟ ଲକ୍ଷଣ ଏବଂ ପରୀକ୍ଷଣ ଉପରେ ଆଧାର କରି ଏହାର କାରଣ ନିର୍ଣ୍ଣୟ କରାଯାଇପାରେ | [] କମ୍ ଥାଇରଏଡ ସ୍ତର ବା ଉଚ୍ଚ ପ୍ରୋଲାକ୍ଟିନ ସ୍ତର ଅଛି କି ନାହିଁ, ଦେଖିବା ନିମନ୍ତେ ରକ୍ତ ପରୀକ୍ଷା କରାଯାଏ । [] ଅନ୍ୟାନ୍ୟ ପରୀକ୍ଷଣରେ ମାମ୍ମୋଗ୍ରଫି, ସ୍ତନ ଅଲଟ୍ରାସାଉଣ୍ଡ, ସ୍ତନ ବାୟୋପ୍ସି ବା ଚର୍ମ ବାୟୋପ୍ସି କରିବା ଆବଶ୍ୟକ ହୋଇପାରେ । []

ଏହି ରୋଗର ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [] ଡକ୍ଟ ଏକ୍ଟାସିଆ ଚିକିତ୍ସା ନିମନ୍ତେ ଅସ୍ତ୍ରୋପଚାର କରି ଡକ୍ଟ କାଢ଼ିଦିଆଯାଇପାରେ | [] ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଏ ବା ଇନସାଇଜ କରି ନିଷ୍କାସନ କରିବା ଆବଶ୍ୟକ ହୋଇପାରେ | [] ସ୍ତନାଗ୍ର ସ୍ରାବ ହେଉଛି ମହିଳାଙ୍କର ଛାତି ଯନ୍ତ୍ରଣା ଏବଂ ଏକ ସ୍ତନ ପିଣ୍ଡ ଅଭିଯୋଗ ପରେ ତୃତୀୟ ସବୁଠାରୁ ସାଧାରଣ ସ୍ତନ ଅଭିଯୋଗ । [] ସ୍ତନ କର୍କଟ ରୋଗର ପ୍ରାୟ ୩୦% ରୋଗୀଙ୍କର ଏହି ସ୍ରାବ ହୁଏ । । [] [୧୦]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Saj2020, Karima R.; Sugumar, Kavin; Adigun, Rotimi (2020), "Breast Nipple Discharge", StatPearls, Treasure Island (FL): StatPearls Publishing, PMID 28613688, retrieved 2 November 2020{{citation}}: CS1 maint: numeric names: authors list (link)
  2. ୨.୦ ୨.୧ ୨.୨ ୨.୩ ୨.୪ "Nipple discharge". nhs.uk (in ଇଂରାଜୀ). 19 October 2017. Archived from the original on 30 October 2020. Retrieved 30 October 2020.
  3. ୩.୦ ୩.୧ Salzman, B; Fleegle, S; Tully, AS (15 August 2012). "Common breast problems". American Family Physician. 86 (4): 343–9. PMID 22963023.
  4. ୪.୦ ୪.୧ ୪.୨ ୪.୩ ୪.୪ Danielle Mazza (2011). "11. Nipple discharge". Women's Health in General Practice. Churchill Livingstone Elsevier. p. 189. ISBN 9780729538718.
  5. ୫.୦ ୫.୧ ୫.୨ ୫.୩ Brennan, Meagan; Houssami, Nehmat; French, James (May 2005). "Management of benign breast conditions. Part 3 – other breast problems" (PDF). Australian Family Physician. 34 (5): 353–355.
  6. Barry, Michele (1990), Walker, H. Kenneth; Hall, W. Dallas; Hurst, J. Willis (eds.), "Nipple Discharge", Clinical Methods: The History, Physical, and Laboratory Examinations (3rd ed.), Boston: Butterworths, ISBN 978-0-409-90077-4, PMID 21250127, retrieved 2020-10-30
  7. Barry, Michele (1990), Walker, H. Kenneth; Hall, W. Dallas; Hurst, J. Willis (eds.), "Nipple Discharge", Clinical Methods: The History, Physical, and Laboratory Examinations (3rd ed.), Boston: Butterworths, ISBN 978-0-409-90077-4, PMID 21250127, retrieved 2020-10-30
  8. Arthur, Rhonda (2014). "13. Gynaecologic guidelines". In Jill C., Cash; Glass, Cheryl A. (eds.). Family Practice Guidelines, Third Edition. Springer Publishing Company. p. 450. ISBN 978-0-8261-9782-5.
  9. DeMuro, Jonas (30 October 2018). "Nipple discharge: MedlinePlus Medical Encyclopedia". medlineplus.gov (in ଇଂରାଜୀ). Archived from the original on 3 November 2020. Retrieved 3 November 2020.
  10. Saad, Reda S.; Silverman, Jan F. (2008). "25. Breast". In Marluce Bibbo (ed.). Comprehensive Cytopathology (in English). David Wilbur (Third ed.). Saunders Elsevier. pp. 760–761. ISBN 978-1-4160-4208-2.{{cite book}}: CS1 maint: unrecognized language (link)