ସୋହନଲାଲ ଅଗ୍ରୱାଲ
ଦେଖଣା
ସୋହନଲାଲ ଅଗ୍ରୱାଲ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଭବାନୀପାଟଣା, କଳାହାଣ୍ଡି | ୭ ଜୁଲାଇ ୧୯୪୭
ବୃତ୍ତି | କବି, ରମ୍ୟରଚନାକାର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଶ୍ରୀ ହନୁମାନ ଚାଳିଶା ଶ୍ରୀ ଗାୟତ୍ରୀ ଚାଳିଶା |
ପୁରସ୍କାର | କଳାହାଣ୍ଡିର ବରପୁତ୍ର ସମ୍ମାନ (୨୦୧୧) |
ସୋହନଲାଲ ଅଗ୍ରୱାଲ (ଜନ୍ମ ତାରିଖ: ୭ ଜୁଲାଇ ୧୯୪୭ ଜଣେ ଭାରତୀୟ ଓଡ଼ିଆ ଓ କୋଶଳୀ-ଭାଷୀ କବି, ଲେଖକ ଓ ସାହିତ୍ୟ ସଂଗଠକ । ସେ ଅନେକ କବିତା, ରମ୍ୟରଚନା ଉଭୟ ଭାଷାରେ ରଚନା କରିଛନ୍ତି ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସୋହନଲାଲ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ପିତା ରାମେଶ୍ୱର ଲାଲ୍ ଅଗ୍ରୱାଲ ଓ ମାତା ବନାରସୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ସେ କବିତା, ଅଧ୍ୟାତ୍ମବାଦୀ ଆଲୋଚନା, ବ୍ୟଙ୍ଗ କବିତା ରଚନା କରିବା ସହିତ ଜିଲ୍ଲାସ୍ତରୀୟ ବହୁ ସାହିତ୍ୟ ଅନୁଷ୍ଠାନର ପ୍ରତଷ୍ଠାତା ।[୧] ୨୦୧୧ରେ ସେ କଳାହାଣ୍ଡିର ବରପୁତ୍ର ସମ୍ମାନରେ ସମ୍ମାନୀତ ।
ରଚନାବଳୀ
[ସମ୍ପାଦନା]- ଦଶାବତାର
- ନବଦୁର୍ଗା
- ଦଶ ମହାବିଦ୍ୟା
- ଶ୍ରୀ ହନୁମାନ ଚାଳିଶା
- ଶ୍ରୀ ଲକ୍ଷ୍ମୀ ଚାଳିଶା
- ଶ୍ରୀ ଦୁର୍ଗା ଚାଳିଶା
- ଶ୍ରୀ ଗାୟତ୍ରୀ ଚାଳିଶା
- ଶ୍ରୀ ଶନିଚାଳିଶା
- ଶ୍ରୀ କନକଧାରା ସ୍ତୋତ୍ର ଶ୍ରୀ ସୂକ୍ତମ୍ ଓ ଲକ୍ଷ୍ମୀ ସ୍ତୋତ୍ର
- ବଚନିକା, ଜଗନ୍ନାଥାଷ୍ଟକମ୍, ଷୋହଳ କଳାରେ କାଳିଆର ଷୋହଳନାମ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା, ୧୯୯୦
- ଡଃ ମହତାବ ସାଂସ୍କୃତିକ ପରିଷଦ, ଭବାନୀପାଟଣା, ୧୯୯୬
- ଖଡିଆଳ ସାହିତ୍ୟ ସମିତି, ୧୯୯୭
ଆଧାର
[ସମ୍ପାଦନା]- ↑ କଳାହାଣ୍ଡି କଳା ଓ ସଂସ୍କୃତି. ଭବାନୀପାଟଣା: ମହାବୀର ସାଂସ୍କୃତିକ ଅନୁଷ୍ଠାନ. ୧୯୮୯. pp. ୧୬୭.