Jump to content

ସୋହନଲାଲ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ସୋହନଲାଲ ଅଗ୍ରୱାଲ
ଜନ୍ମ ଓ ଜନ୍ମସ୍ଥାନ (1947-07-07) ୭ ଜୁଲାଇ ୧୯୪୭ (ବୟସ ୭୭)
ଭବାନୀପାଟଣା, କଳାହାଣ୍ଡି
ବୃତ୍ତିକବି, ରମ୍ୟରଚନାକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଶ୍ରୀ ହନୁମାନ ଚାଳିଶା
ଶ୍ରୀ ଗାୟତ୍ରୀ ଚାଳିଶା
ପୁରସ୍କାରକଳାହାଣ୍ଡିର ବରପୁତ୍ର ସମ୍ମାନ (୨୦୧୧)

ସୋହନଲାଲ ଅଗ୍ରୱାଲ (ଜନ୍ମ ତାରିଖ: ୭ ଜୁଲାଇ ୧୯୪୭ ଜଣେ ଭାରତୀୟ ଓଡ଼ିଆକୋଶଳୀ-ଭାଷୀ କବି, ଲେଖକ ଓ ସାହିତ୍ୟ ସଂଗଠକ । ସେ ଅନେକ କବିତା, ରମ୍ୟରଚନା ଉଭୟ ଭାଷାରେ ରଚନା କରିଛନ୍ତି ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସୋହନଲାଲ କଳାହାଣ୍ଡି ଜିଲ୍ଲାଭବାନୀପାଟଣାଠାରେ ପିତା ରାମେଶ୍ୱର ଲାଲ୍ ଅଗ୍ରୱାଲ ଓ ମାତା ବନାରସୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ସେ କବିତା, ଅଧ୍ୟାତ୍ମବାଦୀ ଆଲୋଚନା, ବ୍ୟଙ୍ଗ କବିତା ରଚନା କରିବା ସହିତ ଜିଲ୍ଲାସ୍ତରୀୟ ବହୁ ସାହିତ୍ୟ ଅନୁଷ୍ଠାନର ପ୍ରତଷ୍ଠାତା ।[] ୨୦୧୧ରେ ସେ କଳାହାଣ୍ଡିର ବରପୁତ୍ର ସମ୍ମାନରେ ସମ୍ମାନୀତ ।

ରଚନାବଳୀ

[ସମ୍ପାଦନା]
  • ଦଶାବତାର
  • ନବଦୁର୍ଗା
  • ଦଶ ମହାବିଦ୍ୟା
  • ଶ୍ରୀ ହନୁମାନ ଚାଳିଶା
  • ଶ୍ରୀ ଲକ୍ଷ୍ମୀ ଚାଳିଶା
  • ଶ୍ରୀ ଦୁର୍ଗା ଚାଳିଶା
  • ଶ୍ରୀ ଗାୟତ୍ରୀ ଚାଳିଶା
  • ଶ୍ରୀ ଶନିଚାଳିଶା
  • ଶ୍ରୀ କନକଧାରା ସ୍ତୋତ୍ର ଶ୍ରୀ ସୂକ୍ତମ୍ ଓ ଲକ୍ଷ୍ମୀ ସ୍ତୋତ୍ର
  • ବଚନିକା, ଜଗନ୍ନାଥାଷ୍ଟକମ୍, ଷୋହଳ କଳାରେ କାଳିଆର ଷୋହଳନାମ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା, ୧୯୯୦
  • ଡଃ ମହତାବ ସାଂସ୍କୃତିକ ପରିଷଦ, ଭବାନୀପାଟଣା, ୧୯୯୬
  • ଖଡିଆଳ ସାହିତ୍ୟ ସମିତି, ୧୯୯୭
  1. କଳାହାଣ୍ଡି କଳା ଓ ସଂସ୍କୃତି. ଭବାନୀପାଟଣା: ମହାବୀର ସାଂସ୍କୃତିକ ଅନୁଷ୍ଠାନ. ୧୯୮୯. pp. ୧୬୭.