ସମାଜ ପତି
ଦେଖଣା
ସମାଜ ପତି | |
---|---|
ଜନ୍ମ | |
ମୃତ୍ୟୁ | ଅଗଷ୍ଟ ୧, ୨୦୨୪ |
ବୃତ୍ତି | ଅଭିନେତା (ଓଡ଼ିଆ) |
ସକ୍ରିୟ ବର୍ଷ | ୧୯୯୪ - ୨୦୨୪ |
ସମ୍ପର୍କୀୟ | ଅସିତ ପତି (ଦାଦା) |
ସମାଜ ପତି ଜଣେ ଓଡ଼ିଆ ଅଭିନେତା ଥିଲେ । ସେ ମଞ୍ଚ ନାଟକ ଠାରୁ ଆରମ୍ଭ କରି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ରେଡିଓ ନାଟକ ଆଦିରେ କାମ କରିଥିଲେ । ପ୍ରଥମେ ସେ ମଞ୍ଚ ନାଟକରେ କାମ କରିଥିଲେ ଏବଂ ୧୯୯୪ ମସିହାରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଗୋପରେ ବଢ଼ୁଚି କଳାକହ୍ନେଇ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ, ସେ ଭାଇ ହେଲା ଭଗାରି ଓ କଥା ରହିଗଲା କାଳକାଳକୁରେ କାମ କରିଥିଲେ । ଇଟିଭି ଓଡ଼ିଆରେ ପ୍ରସାରିତ ଦୂରଦର୍ଶନ ଧାରାବାହିକ ତୁଳସୀରେ ସେ ଖଳନାୟକ ଭାବରେ କାମ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]- ଗୋପରେ ବଢ଼ୁଛି କଳା କହ୍ନେଇ - ୧୯୯୪
- ଭାଇ ହେଲା ଭଗାରି - ୧୯୯୪
- କଥା ରହିଗଲା କାଳ କାଳକୁ - ୧୯୯୯
ଅଭିନୀତ ଧାରାବାହିକ
[ସମ୍ପାଦନା]- ତୁଳସୀ - ଇଟିଭି ଓଡ଼ିଆ
ଅଭିନୀତ ନାଟକ
[ସମ୍ପାଦନା]- ଫେରିଯାଅ ରାମଚନ୍ଦ୍ର
- ଛଉ ନାଟକ
- ସଂବାଳୁଆ
- ନିଶାନ୍ତ
- ପାର୍ଥ
- କ୍ୟାନସର
- ଔରଙ୍ଗଜେବ
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ଅଭିନେତା ଅସୀତ ପତିଙ୍କ ପୁତୁରା ଏବଂ ତାଙ୍କ ପାଇଁ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ୨୦୨୪ ମସିହାର ଅଗଷ୍ଟ ୧ ତାରିଖରେ, ୬୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଅଭିନେତା ସମାଜ ପତିଙ୍କ ଦେହାନ୍ତ: ଧାରାବାହିକ 'ତୁଳସୀ'ରେ ଶ୍ରେଷ୍ଠ ଖଳନାୟକ ଥିଲେ". ପ୍ରମେୟ. ବାରିପଦା. 2 August 2024. p. 8. Archived from the original on 2 August 2024. Retrieved 2 August 2024.
ଅଧିକ ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସମାଜ ପତି