Jump to content

ରୋଜିଓଲା

ଉଇକିପିଡ଼ିଆ‌ରୁ
ରୋଜିଓଲା (Roseola)
ଏଗଜାନ୍ଥେମ ସବିଟମ (Exanthema subitum),[] ରୋଜିଓଲା ଇନଫାଣ୍ଟମ (roseola infantum),[] ସିକ୍ସଥ ଡିଜିଜ (sixth disease) ବା ଷଷ୍ଠ ରୋଗ,[] ବେବି ମିଜଲସ (baby measles), ରୋଜ ରାସ ଅଫ ଇନଫାଣ୍ଟସ (rose rash of infants), ଥ୍ରିଡେ ଫିଭର (three-day fever)
୨୧ ମାସର ଛୁଆର ରୋଜିଓଲା ରୋଗ
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଜ୍ୱର ଓ ତାପରେ ରାସ []
ଆକ୍ରାନ୍ତ ସମୟ୩ ବର୍ଷ ବୟସ ପୂର୍ବରୁ []
ଅବଧିକିଛି ଦିନ []
କାରଣମାନବ ହର୍ପିସ ଭୁତାଣୁ ୬ (ଏଚଏଚ ୬) (Human herpesvirus 6)/ HHV-6) କିମ୍ବା ମାନବ ହର୍ପିସ ଭୁତାଣୁ ୭ (ଏଚଏଚ ୭) (human herpesvirus 7/ HHV-7)[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ []
ସଠିକ ରୋଗ ନିର୍ଣ୍ଣୟମିଳିମିଳା, ରୁବେଲା, ସ୍କାରଲେଟ ଜ୍ୱର[]
ଚିକିତ୍ସାସ‌ହାୟକ ଯତ୍ନ (Supportive care)[]
Prognosisସାଧାରଣତଃ ଉତ୍ତମ []

ରୋଜିଓଲା (ଇଂରାଜୀ ଭାଷାରେ roseola) ଏକ ଭୁତାଣୁ (virus) ଜନିତ ସଂକ୍ରାମକ ରୋଗ (Infectious disease) ରୋଗ ।[] ଅଧିକାଂଶ ସଂକ୍ରାମକ ରୋଗ ୩ ବର୍ଷ ବୟସ ପୂର୍ବରୁ ହୁଏ ।[] ଲକ୍ଷଣ କିଛି ନଥିବାରୁ ଆରମ୍ଭ କରି ଦୃତ ଗତିରେ ଆସୁଥିବା ଜ୍ୱର ସ‌ହିତ ରାସ ହୁଏ ।[][] ଏହି ଲକ୍ଷଣ ସାଧାରଣତଃ ୩-୫ ଦିନ ରହେ ।[] ପିଙ୍କ ରଙ୍ଗର ରାସ ହୁଏ ଯାହା ୩ ଦିନରୁ କମ୍ ସମୟ ରହେ ।[] ରୋଗ ଜଟିଳ ହେଲେ ଜ୍ୱର ସ‌ହିତ ବାତ (febrile seizures) ହୁଏ ଓ ସାଂଘାତିକ ହେବା କ୍ୱଚିତ ଦେଖାଯାଏ । [][]

ଏହି ରୋଗ ମାନବ ହର୍ପିସ ଭୁତାଣୁ ୬ (ଏଚଏଚ ୬) (Human herpesvirus 6)/ HHV-6) କିମ୍ବା ମାନବ ହର୍ପିସ ଭୁତାଣୁ ୭ (ଏଚଏଚ ୭) (human herpesvirus 7/ HHV-7) ଯୋଗୁ ହୁଏ ।[] ସୁସ୍ଥ ଜଣାଯାଉଥିବା ଲୋକର ଲାଳ (saliva) ମାଧ୍ୟମରେ ଏହା ବ୍ୟାପେ ।[][] ଗର୍ଭାବସ୍ଥାରେ ମାତାଠାରୁ ଶିଶୁକୁ ସଂକ୍ରମିତ ହୋଇଥାଏ ।[] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ ସମ୍ଭବ ହେଲେ ମଧ୍ୟ ରକ୍ତ ପରୀକ୍ଷା କରି ନିଧାର୍ଯ୍ୟ କରାଯାଇପାରେ ।[] କମ୍ ସଂଖ୍ୟକ ଶ୍ୱେତ ରକ୍ତ କଣିକା (white blood cell ରକ୍ତରେ ଥାଏ । []

ଏହି ରୋଗରେ ଜ୍ୱର ଚିକିତ୍ସା ସ‌ହିତ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ।[] ପ୍ରାୟ ସମସ୍ତ ଶିଶୁ କୌଣସି ନା କୌଣସି ସମୟରେ ଆକ୍ରାନ୍ତ ହୁଅନ୍ତି ।[] ପୁଅ ଓ ଝିଅ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[] ରୋଗ ବିଷୟରେ ପ୍ରଥମ ବର୍ଣ୍ଣନା ସନ ୧୯୧୦ରେ ହୋଇଥିଲା ଓ ଭୁତାଣୁ ଏହାର କାରଣ ହୋଇଥିବା ସନ ୧୯୮୮ରେ ଜଣାଯାଇଥିଲା ।[] ଇମ୍ମ୍ୟୁନିଟି କମ୍ ଥିଲେ (weakened immune system) ଏହା ପୁନର୍ବାର ହୋଇପାରେ ଓ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ Stone, RC; Micali, GA; Schwartz, RA (April 2014). "Roseola infantum and its causal human herpesviruses". International Journal of Dermatology. 53 (4): 397–403. doi:10.1111/ijd.12310. PMID 24673253.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Campadelli-Fiume, Gabriella. "Human Herpesvirus 6: An Emerging Pathogen". Emerging Infectious Diseases (in ଆମେରିକୀୟ ଇଂରାଜୀ). pp. 353–366. doi:10.3201/eid0503.990306. Archived from the original on 26 September 2017. Retrieved 26 September 2017.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ