ରିୟା ଦୀପ୍ସି
ରିୟା ଦୀପ୍ସି | |
---|---|
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ସକ୍ରିୟ ବର୍ଷ | ୨୦୧୨–ଏବେଯାଏଁ |
ପ୍ରସିଦ୍ଧି | ମହାଭାରତ ଧାରାବାହିକର ଗାନ୍ଧାରୀ ଭୂମିକରେ ଅଭିନୟ |
ରିୟା ଦୀପ୍ସି ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ୨୦୧୩ ମସିହାରେ, ପ୍ରସାରିତ ପୌରାଣିକ ଧାରାବାହିକ ମହାଭାରତରେ ଗାନ୍ଧାରୀ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା । ୨୦୧୮ ମସିହାରେ, ସେ ଭାଗ୍ତେ ରହୋ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]ଦୂରଦର୍ଶନରେ ଅଭିନୟ କରିବା ପୂର୍ବରୁ, ସେ ଥିଏଟରେ କାମ କରିଥିଲେ । ୨୦୧୩ ମସିହାରେ, ୧୭ ବର୍ଷ ବୟସରେ, ସେ ହିନ୍ଦୀ ପୌରାଣିକ ଧାରାବାହିକ ମହାଭାରତରେ ଗାନ୍ଧାରୀ ଭୂମିକାରେ ଅଭିନୟ କରିଥିଲେ ।[୨] ଏହା ପୂର୍ବରୁ, ସେ ମାତା କି ଚୌକିରେ କାମ କରିଥିଲେ ।[୩]
ଏହାପରେ, ସେ ଭାରତ କା ବୀର ପୁତ୍ର – ମହାରାଣା ପ୍ରତାପ,[୪] ରଜିଆ ସୁଲତାନ ଓ ବେଗୁସରାଇ ଆଦିରେ କାମ କରିଥିଲେ । ସେ ବକ୍ସ କ୍ରିକେଟ୍ ଲିଗ୍ରେ ମଧ୍ୟ ଭାଗ ନେଇଥିଲେ । ୨୦୧୭ରୁ ୨୦୧୮ ଯାଏଁ ପୋରୁସ ଧାରାବାହିକରେ, ଆଲେକ୍ଜାଣ୍ଡର୍ଙ୍କ ୨ୟ ପତ୍ନୀ ରାଜକୁମାରୀ ବର୍ସିନେ ଭୂମିକାରେ ଅଭିନୟ କରିଥିଲେ ।[୫]
୨୦୧୮ ମସିହାରେ, ସେ ଭାଗତେ ରହୋ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ, ସେ ଗୁନ୍ଗୁନ୍ ଭୂମିକାରେ ଅଭିନୟ କରିଥିଲେ ।[୧][୬] ୨୦୧୯ ମସିହାରେ, ସେ ୟୁଟ୍ୟୁବ୍ ୱେବ୍ ସିରିଜ୍ ବି ସେଫ୍ରେ ନିଧି ଭୂମିକାରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୨ | ନନ୍ବନ୍ | ତାମିଲ୍ କଥାଚିତ୍ର | ||
୨୦୧୮ | ଭାଗ୍ତେ ରହୋ | ଗୁନ୍ଗୁନ୍ | ହିନ୍ଦୀ କଥାଚିତ୍ର | [୧] |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୩–୨୦୧୪ | ମହାଭାରତ | ଗାନ୍ଧାରୀ | [୭] | |
୨୦୧୫ | ଭାରତ କା ବୀର ପୁତ୍ର – ମହାରାଣା ପ୍ରତାପ | ସାଲିମା ସୁଲତାନ ବେଗମ | [୮] | |
ରଜିଆ ସୁଲତାନ | ଫାତିମା | |||
୨୦୧୬ | ବକ୍ସ କ୍ରିକେଟ୍ ଲିଗ୍ | ନିଜେ | ସିଜିନ୍ ୨ | |
ବେଗୁସରାଇ | ସୋନି ଠାକୁର | [୯] | ||
୨୦୧୭–୨୦୧୮ | ପୋରୁସ | ବର୍ସିନେ | ||
୨୦୧୯ | ବକ୍ସ କ୍ରିକେଟ୍ ଲିଗ୍ | ନିଜେ | ସିଜିନ୍ ୪ | |
୨୦୨୧–୨୦୨୨ | ତେରେ ବିନା ଜିୟା ଜାୟେ ନା | ରୋମା |
ଅଭିନୀତ ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ଆଧାର |
---|---|---|---|
୨୦୧୯ | ବି ସେଫ୍ | ନିଧି | |
୨୦୨୦ | ଇଟ୍ ହାପେନ୍ଡ୍ ଇନ୍ କାଲ୍କାଟା | ରୋମା | |
୨୦୨୨ | ମୋମ୍ବିଆନ୍ | ଗୁଲ୍ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Johnson Thomas (14 December 2018). "Bhaagte Raho movie: Review, cast, director". The Free Press Journal. Retrieved 17 December 2018.
- ↑ Kelkar, Prianka (22 May 2014). "The Darkness in Intimidating". Asian Age. Retrieved 16 September 2020.
- ↑ "The Tribune, Chandigarh, India - The Tribune Lifestyle". The Tribune. 19 May 2014. Retrieved 16 September 2020.
- ↑ "Riya Deepsi to enter 'Bharat Ka Veer Putra – Maharana Pratap'". The Indian Express. 2 February 2015. Retrieved 7 August 2016.
- ↑ "It was my dream to play a warrior princess : Riya Deepsi". mid-day (in ଇଂରାଜୀ). 18 February 2018. Retrieved 16 September 2020.
- ↑ "Actress Riya Deepsi talks about her journey in the industry | Hindi Movie News - Bollywood - Times of India". The Times of India (in ଇଂରାଜୀ). Retrieved 16 September 2020.
- ↑ "Mahabharat's Gandhari and Kunti are thick friends off-screen too! (View Pics)". Pinkvilla.com. 1 April 2014. Archived from the original on 14 August 2016. Retrieved 7 August 2016.
- ↑ "Riya Deepsi to enter 'Bharat Ka Veer Putra – Maharana Pratap'". The Indian Express (in ଇଂରାଜୀ). 2 February 2015. Retrieved 18 September 2021.
- ↑ "Watch Begusarai TV Serial 8th June 2016 Full Episode Online on ZEE5". ZEE5 (in ଇଂରାଜୀ). Retrieved 18 September 2021.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରିୟା ଦୀପ୍ସି
- ଇନଷ୍ଟାଗ୍ରାମରେ ରିୟା ଦୀପ୍ସି