ରାଷ୍ଟ୍ରମୁଖ୍ୟ

ଉଇକିପିଡ଼ିଆ‌ରୁ

ଏକ ରାଷ୍ଟ୍ରମୁଖ୍ୟ ବା ଦେଶମୁଖ୍ଯ ହେଉଛନ୍ତି ରାଷ୍ଟ୍ରର ପ୍ରତିନିଧି ଯେ ସମ୍ପୂର୍ଣ୍ଣ ରାଷ୍ଟ୍ରର ଉପସ୍ଥାପନା କରିଥାନ୍ତି ।[୧] ଦେଶ ତଥା ଶାସନର ସ୍ୱରୂପ ଉପରେ ଆଧାର କରି ରାଷ୍ଟ୍ରମୁଖ୍ୟ ଜଣେ ନାମମାତ୍ର ପଦବୀଧାରୀ କିମ୍ବା ଏକ ବାସ୍ତବ ଶାସନକର୍ତ୍ତା ହୋଇପାରନ୍ତି ।

ଭାରତ ତଥା ପାକିସ୍ତାନ ପରି ସଂସଦୀୟ ତନ୍ତ୍ରରେ ରାଷ୍ଟ୍ରମୁଖ୍ୟଙ୍କୁ ରାଷ୍ଟ୍ରପତି କୁହାଯାଏ ଯାହାଙ୍କ ପାଖରେ କୌଣସି ବାସ୍ତବ କ୍ଷମତା ନ ଥାଏ ।[୨] କିନ୍ତୁ ଦକ୍ଷିଣ ଆଫ୍ରିକା ପରି କେତେକ ସଂସଦୀୟ ତନ୍ତ୍ରରେ ରାଷ୍ଟ୍ରପତି ହିଁ ଉଭୟ ରାଷ୍ଟ୍ରର ଏବଂ ପ୍ରଶାସନର ମୁଖ୍ଯ ଅଟନ୍ତି । ସେହିପରି, କେତେକ ସଂସଦୀୟ ତନ୍ତ୍ରରେ ରାଷ୍ଟ୍ରମୁଖ୍ୟ ପ୍ରଶାସନର ମୁଖ୍ଯ ନ ଥିଲେ ମଧ୍ଯ କେତେକ ମହତ୍ତ୍ବପୂର୍ଣ୍ଣ ଅଧିକାରର ଅଧିକାରୀ ହୋଇଥାନ୍ତି, ଉଦାହରଣ ମୋରୋକ୍କୋ ।

ଆଧାର[ସମ୍ପାଦନା]

  1. Foakes, pp. 110–11 "[The head of state] being an embodiment of the State itself or representatitve of its international persona."
  2. Foakes, p. 62